Advertisment

ଗୋଟେ ମିନିଟରେ ଚାର୍ଜ ହେବ ଫୋନ୍, ଲାପଟପ୍!

ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ଏପରି ଏକ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତ।

author-image
Debibandita Barick
ଅଦ୍ୟତନ ହୋଇଛି
Representative Image

Representative Image

ବିଜ୍ଞାନ ଏବଂ ଟେକ୍ନୋଲୋଜିର ଆଧୁନିକ ଦୁନିଆରେ ଏବେ ବି ଆମେ ଫୋନ୍ ଓ ଲାପଟପ୍ ଭଳି ବୈଦ୍ୟୁତିକ ଉପକରଣ ଚାର୍ଜ କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ବିତାଇଥାଉ। ଯଦି ଆପଣ ବି ଏହି ସମସ୍ୟାର ସାମ୍ନା କରୁଛନ୍ତି, ତେବେ ଆଗକୁ ଏହା ଦୂର ହେବାକୁ ଯାଉଛି। 

Advertisment

କାରଣ ଜଣେ ଭାରତୀୟ ବଂଶୋଦ୍ଭବ ଗବେଷକ ଏପରି ଏକ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି ଯାହା ସାହାଯ୍ୟରେ ଗୋଟିଏ ମିନିଟରେ ଫୋନ୍ ଓ ଲାପଟପକୁ ଚାର୍ଜ କରିପାରିବେ। କେବଳ ଏତିକି ନୁହେଁ, ଏହାର ବ୍ୟବହାରରେ ୧୦ ମିନିଟରେ ମଧ୍ୟ ଇଲେକ୍ଟ୍ରିକ୍ କାର ଚାର୍ଜ ହୋଇପାରିବେ। ଏହି ଟେକ୍ନୋଲୋଜି କଣ, ଜାଣନ୍ତୁ... 

ଏହା କିପରି ସମ୍ଭବ?
ଆମେରିକାର କଲରାଡ଼ୋ ବୋଲଡର ୟୁନିଭରସିଟିର କେମିକାଲ ଆଣ୍ଡ ବାୟୋଲୋଜିକାଲ ଇଞ୍ଜିନିୟରିଂର ସହକାରୀ ପ୍ରଫେସର ଅଙ୍କୁର ଗୁପ୍ତା ଏବଂ ତାଙ୍କ ଅନୁସନ୍ଧାନକାରୀ ଟିମ୍ ଏହି ନୂଆ ଟେକ୍ନୋଲୋଜିର ଆବିଷ୍କାର କରିଛନ୍ତି। ପ୍ରୋସିଡିଙ୍ଗସ୍ ଅଫ୍ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରେ ଏ ପ୍ରସଙ୍ଗରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି।

Advertisment

ଗବେଷକମାନେ ଆୟନ ନାମକ ଏକ ଛୋଟିଆ ଚାର୍ଜ ପାର୍ଟିକଲ୍ସ(କଣିକା) କିପରି କ୍ଷୂଦ୍ର ପୋରର ଏକ ଜଟିଳ ନେଟୱାର୍କ ମଧ୍ୟରେ ଗତି କରେ ସେ ବାବଦରେ ବର୍ଣ୍ଣନା କରିଛନ୍ତି। ଏହି ସଫଳତାରୁ ସୁପରକାପାସିଟର ପରି ଅଧିକ ଦକ୍ଷ ଶକ୍ତି ସଂରକ୍ଷଣ ଉପକରଣର ବିକାଶ ହୋଇପାରେ ବୋଲି ଅଙ୍କୁର ଗୁପ୍ତା କହିଛନ୍ତି।

ଗୁପ୍ତା କହିଛନ୍ତି, "ଭବିଷ୍ୟତରେ ଶକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ମୁଁ ମୋର କେମିକାଲ ଇଞ୍ଜିନିୟରିଂ ଜ୍ଞାନକୁ ଶକ୍ତି ସଂରକ୍ଷଣ ଉପକରଣର ଅଗ୍ରଗତି କ୍ଷେତ୍ରରେ ପ୍ରୟୋଗ କରିବାକୁ ଚିନ୍ତା କଲି। ମୁଁ ଅନୁଭବ କଲି ଯେ, ଏ ଉପରେ କିଛି ମାତ୍ରାରେ ଅନୁସନ୍ଧାନ ହୋଇନାହିଁ, ଆଉ ଏହା ହିଁ ଉପଯୁକ୍ତ ସମୟ। 

ଗୁପ୍ତା ଆହୁରି କହିଛନ୍ତି ଯେ, ତୈଳ ଭଣ୍ଡାର ଏବଂ ଜଳ ଫିଲ୍ଟରେସନ୍ ପରି ବହୁମୂଲ୍ୟ ପଦାର୍ଥରେ ପୋର୍ସ(ଏକ ପଥର କିମ୍ବା ଅନ୍ୟାନ୍ୟ ପଦାର୍ଥ, ଯେଉଁଥିରେ ସୂକ୍ଷ୍ମ ସ୍ଥାନ ବା ଛିଦ୍ର ଅଛି, ଯାହା ମାଧ୍ୟମ ଦେଇ ତରଳ କିମ୍ବା ପବନ ଯାଇପାରେ) ଅଧ୍ୟୟନ ପାଇଁ ଅନେକ ରାସାୟନିକ ଇଞ୍ଜିନିୟରିଂ କୌଶଳ ବ୍ୟବହୃତ ହୁଏ, କିନ୍ତୁ ସେଗୁଡିକ ଶକ୍ତି ସଂରକ୍ଷଣ ସିଷ୍ଟମରେ ସମ୍ପୂର୍ଣ୍ଣ ଭାବରେ ବ୍ୟବହୃତ ହୋଇନାହିଁ। 

ଏହି ଆବିଷ୍କାର କେବଳ ଯାନ ଏବଂ ବୈଦ୍ୟୁତିକ ଉପକରଣରେ ଶକ୍ତି ସଂରକ୍ଷଣ ପାଇଁ ନୁହେଁ, ବରଂ ପାୱାର ଗ୍ରୀଡ ପାଇଁ ମଧ୍ୟ ସହାୟକ ହୋଇପାରିବ। 

Research Fast Charging Phone Charging One Minute Indian Origin Researcher