Advertisment

ଫେରିବ କି ହେଲି ଧୂମକେତୁ? ରବିବାର ମହାକାଶରେ ହେବ ଏହି ବିରଳ ସଂଯୋଗ

ଏହା ସେତେବେଳେ ଦେଖାଯାଏ, ଯେତେବେଳେ ପୃଥିବୀ ହେଲି ଧୂମକେତୁ ଛାଡ଼ିଥିବା କିଛି ଖଣ୍ଡ ବିଖଣ୍ଡିତ ଅଂଶ ଦେଇ ଗତି କରେ। ହେଲି ଧୂମକେତୁକୁ 1P/Halley ବୋଲି ମଧ୍ୟ କୁହାଯାଏ।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବର୍ଷ ୨୦୨୩ ଜ୍ୟୋତିର୍ବିଜ୍ଞାନ କ୍ୟାଲେଣ୍ଡରରେ ଏକ ସ୍ମରଣୀୟ ଦିନ ହେବାକୁ ଯାଉଛି। ଆକାଶରେ ହେଲି ଧୂମକେତୁ ଦୃଶ୍ୟମାନ ନେଇ ଚାଲିଛି ଚର୍ଚ୍ଚା। ଶନିବାର କିମ୍ବା ରବିବାର ବିରଳ ଏହି ଦୃଶ୍ୟ ଦେଖାଯାଇପାରେ ବୋଲି ଅନୁମାନ କରାଯାଉଛି। କାରଣ ମହାକାଶରେ ବହୁ ସଂଖ୍ୟାରେ ଓରିଅନିଡ୍ ଉଲକା ପିଣ୍ଡ ବର୍ଷା ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

Advertisment

ଏପରି ହେଲେ, ହେଲି ଧୂମକେତୁ ପରି ସମଗ୍ର ଆକାଶ ଆଲୋକିତ ହୋଇଯିବ। ଆସନ୍ତା ୨୧ କିମ୍ବା ୨୨ ସକାଳେ ଏହି ବିରଳ ଜାଗତିକ ଦୃଶ୍ୟ ଦେଖା ଯାଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ପ୍ରତିବର୍ଷ ଓରିଅନିଡ୍ ଉଲକା ଅକ୍ଟୋବରରେ ଦେଖାଯାଏ। ଏହା ସେତେବେଳେ ଦେଖାଯାଏ, ଯେତେବେଳେ ପୃଥିବୀ ପୂର୍ବରୁ ହେଲି ଧୂମକେତୁ ମହାକାଶରେ ଛାଡ଼ିଥିବା କିଛି ଖଣ୍ଡ ବିଖଣ୍ଡିତ ଅଂଶ ପାଖ ଦେଇ ଗତି କରେ। ହେଲି ଧୂମକେତୁକୁ 1P/Halley ବୋଲି ମଧ୍ୟ କୁହାଯାଏ।

ପ୍ରତି ୭୬ ବର୍ଷରେ ଥରେ ଦେଖାଯାଏ ହେଲି ଧୂମକେତୁ
ପ୍ରାୟ ୭୬ରୁ ୭୯ ବର୍ଷରେ ସୂର୍ଯ୍ୟଙ୍କୁ ପରିକ୍ରମା କରେ ହେଲି ଧୂମକେତୁ। ଏହି ସମୟରେ ଧୂମକେତୁର ନ୍ୟୁକ୍ଲିୟସରୁ ଧୂଳି କଣିକା ନିର୍ଗତ ହୁଏ ଏବଂ ଅତିକ୍ରମ କରିଥିବା ପଥରେ କିଛି ଆବର୍ଜନା(ଖଣ୍ଡ ବିଖଣ୍ଡିତ ଅଂଶ) ରହିଯାଏ। ପ୍ରତିବର୍ଷ ଆମ ଗ୍ରହ(ପୃଥିବୀ) ଅକ୍ଟୋବର ଶେଷରେ ଏହି ଖଣ୍ଡବିଖଣ୍ଡିତ ଉଲ୍‌କା ପିଣ୍ଡ ଦେଇ ଗତି କରିଥାଏ, ଫଳସ୍ୱରୂପ ଓରିଅନିଡ୍ ଉଲ୍‌କା ଦେଖିବାକୁ ମିଳେ। ଚଳିତ ବର୍ଷ ଏହି ଉଲ୍‌କା ବହୁ ସଂଖ୍ୟାରେ ଦୃଶ୍ୟମାନ ହୋଇପାରେ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

Advertisment

ହେଲି ଧୂମକେତୁର ଆକାର ପ୍ରାୟ ୫/୯ ମାଇଲ ଦୂର। ଅନ୍ତରିକ୍ଷର ସୌର ପ୍ରଣାଳୀ ଦେଇ ଅତିକ୍ରମ କରୁଥିବା ପ୍ରତ୍ୟେକ ମାର୍ଗରେ ତିନିରୁ ଦଶ ଫୁଟ ଆବର୍ଜନା ଛାଡ଼ିଥାଏ ହେଲି। ଧୂମକେତୁର ଏହି କ୍ଷତି ସୂର୍ଯ୍ୟଙ୍କୁ ପରିକ୍ରମା କରିବାରେ ସକ୍ଷମ କରାଇଥାଏ। ସୂର୍ଯ୍ୟ ଏବଂ ଧୂମକେତୁ ମଧ୍ୟରେ ଏହି ସଂଯୋଗ ଘଟିଲେ ଓରିଅନିଡ୍ ଉଲକା ଦେଖାଯାଏ। 

କାହିଁକି ଧୂମକେତୁକୁ କୁହାଯାଏ ହେଲି
ଜ୍ୟୋତିର୍ବିଜ୍ଞାନ ଇତିହାସରେ ଏହି ଧୂମକେତୁର ଏକ ବିଶେଷ ସ୍ଥାନ ରହିଛି। ଇଂରାଜୀ ଜ୍ୟୋତିର୍ବିଜ୍ଞାନୀ ଏଡ଼ମଣ୍ଡ ହେଲି ପ୍ରଥମ କରି ଏହି ଧୂମକେତୁର ଚିହ୍ନଟ କରିଥିଲେ। ହେଲି ଧୂମକେତୁ ସାଧାରଣତଃ ଖୁବ୍ ଉଜ୍ଜ୍ୱଳ, ଯାହା ଫଳରେ ଅତି ସହଜରେ ଦୃଶ୍ୟମାନ ହୋଇଥାଏ। ଆକାଶରେ ଧୂମକେତୁ ପର୍ଯ୍ୟବେକ୍ଷଣ ୨୪୦ ଖ୍ରୀଷ୍ଟ ପୂର୍ବରେ ଆରମ୍ଭ ହୋଇଥିଲା। କୌତୁହଳର ବିଷୟ ହେଉଛି କି ଏହି ବିରଳ ଧୂମକେତୁ ଆବିଷ୍କାର କାରଣରୁ ନୁହେଁ, ବରଂ ଆବିଷ୍କାର କରିଥିବା ବ୍ୟକ୍ତିଙ୍କ ନାମକରଣରୁ ଜଣାଯାଏ। ଏଡ଼ମଣ୍ଡ ହେଲି ଏହାର ଚିହ୍ନଟ କରିଥିବାରୁ ତାଙ୍କ ନାମ ଅନୁସାରେ ଧୂମକେତୁର ନାମ ହେଲି ରଖାଯାଇଛି।

ଆମେ ଦେଖୁଥିବା ପ୍ରତ୍ୟେକ ଉଲ୍‌କାପିଣ୍ଡ ହେଲି ଧୂମକେତୁର ଗୋଟିଏ ଗୋଟିଏ ଅଂଶ, ଯାହା ଆମମାନଙ୍କୁ ମହାକାଶର ଏକ ଚିତ୍ତାକର୍ଷକ ଦୃଶ୍ୟ ପ୍ରଦାନ କରେ। 

Astrology Science Halley’s Comet Comet Comet Halley Universe Research On Universe
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe