sivan-k
ନୂଆଦିଲ୍ଲୀ: ବିଦାୟ ନେବ ବର୍ଷ ୨୦୧୯। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଆଗାମୀ ବର୍ଷ ୨୦୨୦କୁ ସ୍ୱାଗତ କରିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମଧ୍ୟ ଆଗାମୀ ବର୍ଷରେ ଅନେକ ମହତ୍ତ୍ୱାକାଂକ୍ଷୀ ସାଟେଲାଇଟ୍ ମହାକାଶକୁ ଛାଡ଼ିବ ବୋଲି ଯୋଜନା କରିଛି। ଚନ୍ଦ୍ରଯାନ-୨ ପରେ ଇସ୍ରୋର ସବୁଠୁ ବଡ଼ ପ୍ରୋଜେକ୍ଟ ଗଗନାୟନ ଆଗାମୀ ବର୍ଷରେ ପ୍ରଥମ ଟେଷ୍ଟିଂ ହେବ ବୋଲି ଜଣାପଡ଼ିଛି।
ଇସ୍ରୋର ଅଧ୍ୟକ୍ଷ ଡକ୍ଚର କେ. ଶିବନ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି, ‘ଆସନ୍ତା ବର୍ଷ ୧୦ଟି ସାଟେଲାଇଟ୍ ମିଶନ ଲଞ୍ଚ କରିବାକୁ ଆମେ ଲକ୍ଷ୍ୟ ରଖିଛୁ। ଏଥିମଧ୍ୟରୁ ଆଡ଼ଭାନ୍ସଡ କମ୍ୟୁନିକେଶନ ସାଟେଲାଇଟ୍ ଜିସାଟ୍୧ ଏବଂ ଜିସାଟ୍୧୨ଆର ଏବଂ ପୃଥ୍ୱୀରୁ ନିରୀକ୍ଷଣ କରୁଥିବା ରୀସାଟ୍ ୨ବିଆର୨ ଏବଂ ସର୍ବିଲାନ୍ସ (ନଜର ରଖିବା) ପାଇଁ ମାଇକ୍ରୋସାଟ୍ ସାମିଲ୍ ରହିଛି। ଏହାସହିତ ଆଦିତ୍ୟ ଏଲ୧ ମିଶନକୁ ମଧ୍ୟ ୨୦୨୦ ସୁଦ୍ଧା ଲଞ୍ଚ କରିବାର ଯୋଜନା ରହିଛି। ମିଶନ ଗଗନାୟନ ପାଇଁ ବିମାନ ପରୀକ୍ଷଣ ଡିସେମ୍ୱରରେ ହେବ। ଏଯାବତ ଏହି ବିମାନର ନାମ ସ୍ଥିର କରାଯାଇ ନାହିଁ’।
ଇସ୍ରୋ ମୁଖିଆ ଆହୁରି କହିଛନ୍ତି, ଇସ୍ରୋର ଏବେ ନଜର ସୂର୍ଯ୍ୟ ଉପରେ ରହିଛି। ଆଦିତ୍ୟ ଏଲ୧ ମିଶନ ଦେଶର ପ୍ରଥମ ସୋଲାର ମିଶନ ହେବ। ଗୋଟିଏ ପିଏସଏଲଭିପର ପ୍ରୟୋଗ ସ୍ପେସକ୍ରାଫ୍ଟର ଓଜନ ସମ୍ଭାଳିବା ପାଇଁ ତିଆରି ହେବ। ଏ ବାବଦରେ ଏବେ ଗବେଷଣା ଚାଲିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2019/09/sivan-k-1.jpg)