Advertisment

ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ GISAT-1, ଆସନ୍ତାକାଲି ଉତକ୍ଷେପଣ

ନୂଆଦିଲ୍ଲୀ: ଇସ୍ରୋ (Indian Space Research Organisation) ବୁଧବାର ସକାଳେ ଏହାର GSLV-F10 ରକେଟ୍ ଉତକ୍ଷେପଣ କରିବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ରକେଟ୍ ବନ୍ଦରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହା ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି। ଏହି ରକେଟ ଭିତରେ ରହିଛି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1), ଯାହାର ନାମ ପରିବର୍ତ୍ତିତ ହୋଇ EOS-03 ରଖାଯାଇଛି। ଏହାର ଓଜନ ୪୧୬ ଟନ୍ ରହିଥିବା ବେଳେ ୫୧.୭୦ ମିଟର ଉଚ୍ଚତା […]

ଅଦ୍ୟତନ ହୋଇଛି
ବାତ୍ୟା ବିପର୍ଯ୍ୟୟର ତଥ୍ୟ ଦେବ GISAT-1, ଆସନ୍ତାକାଲି ଉତକ୍ଷେପଣ

ISRO GISAT-1

Advertisment

ନୂଆଦିଲ୍ଲୀ: ଇସ୍ରୋ (Indian Space Research Organisation) ବୁଧବାର ସକାଳେ ଏହାର GSLV-F10 ରକେଟ୍ ଉତକ୍ଷେପଣ କରିବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ଗୁରୁବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ରକେଟ୍ ବନ୍ଦରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଏହା ଉତକ୍ଷେପଣ ହେବାର କାର୍ଯ୍ୟକ୍ରମ ରହିଛି।

Advertisment

ଏହି ରକେଟ ଭିତରେ ରହିଛି ଜିଓ ଇମେଜିଙ୍ଗ୍ ସାଟେଲାଇଟ୍ -1 (GISAT-1), ଯାହାର ନାମ ପରିବର୍ତ୍ତିତ ହୋଇ EOS-03 ରଖାଯାଇଛି। ଏହାର ଓଜନ ୪୧୬ ଟନ୍ ରହିଥିବା ବେଳେ ୫୧.୭୦ ମିଟର ଉଚ୍ଚତା ରହିଛି। ଏହି ରକେଟରେ ୨,୨୬୮ କିଲୋଗ୍ରାମ ଆର୍ଥ ଅବଜରଭେସନ୍ GISAT-୧ ରହିଛି। ଏହା ଉପରକୁ ଲଞ୍ଚ ହେବାର ମାତ୍ର ୧୮ ମିନିଟରେ ଜିଓସିଙ୍କ୍ରୋନସ୍ ଟ୍ରାନ୍ସଫର ଅର୍ବିଟ (GTO) ରେ ରଖାଯିବ। ଜିଓସାଟ -୧ ହେଉଛି ଦେଶର ପ୍ରଥମ ଉପଗ୍ରହ ଯାହା ପୃଥିବୀ ଉପରେ ପର୍ଯ୍ୟବେକ୍ଷଣ କରିବ।

ଏହି ଉପଗ୍ରହ ବିଭିନ୍ନ ସମୟରେ ପୃଥିବୀକୁ ବିଭିନ୍ନ ଫଟୋ ଚିତ୍ର ପ୍ରଦାନ କରିବ। ଏହା ପ୍ରାକୃତିକ ବିପର୍ଯ୍ୟୟ, ବିଭିନ୍ନ ଘଟଣା ଉପରେ ଧାରାବାହିକ ଫଟୋ ଚିତ୍ର ଏବଂ ଯେକୌଣସି ସ୍ୱଳ୍ପକାଳୀନ ଘଟଣାକୁ ଶୀଘ୍ର ମନିଟରିଂ ସକ୍ଷମ କରିପାରିବ ବୋଲି ପୂର୍ବରୁ ଇସ୍ରୋ କହିଥିଲା। ଏହା ଦିନରାତି ସବୁ ସମୟରେ ଫଟୋ ଉଠାଇପାରିବ। ଏହି ଉପଗ୍ରହ ଜମି, ଜଳ ଏବଂ ପରିବେଶ ସହ ଜଡିତ ବିଭିନ୍ନ ପ୍ରୟୋଗ ପାଇଁ ଫଟୋ ଚିତ୍ର ତଥ୍ୟ ପ୍ରଦାନ କରିବ। ଯାହା କୃଷି, ଜଙ୍ଗଲ ଏବଂ ଜଳ ସମ୍ପଦ ପରିଚାଳନା ପାଇଁ ଉପଯୋଗୀ ଇନପୁଟ ପାଇବ।

Advertisment

ଏହି ଉପଗ୍ରହରେ ୪୨ ମିଟର ରିଜୋଲ୍ୟୁସନ୍ ସହିତ ୬ଟି ବ୍ୟାଣ୍ଡର ମଲ୍ଟି ସ୍ପେକ୍ଟ୍ରାଲ୍ ଭିଜିବିଲ୍ (ଦୃଶ୍ୟମାନ) ଏବଂ ଇନଫ୍ରା-ରେଡ୍, ୧୫୮ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ଦୃଶ୍ୟମାନ ଏବଂ ୩୧୮ ମିଟର ରିଜୋଲ୍ୟୁସନ୍ ସହିତ ଇନଫ୍ରା-ରେଡ୍ ଏବଂ ୨୫୬ ବ୍ୟାଣ୍ଡ ହାଇପର-ସ୍ପେକ୍ଟ୍ରାଲ୍ ସର୍ଟ ୱେଭ୍ ଇନଫ୍ରା-ରେଡ୍ ରହିଛି।

ଏହାବାଦ ଏହି ଉପଗ୍ରହ ପାଞ୍ଚ ବର୍ଷ ପାଇଁ ଦିନ ରାତି ଓ ସମସ୍ତ ପାଣିପାଗରେ କାମ କରି ପାରିବାର କ୍ଷମତା ରଖିଛି। ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଏହି ଉପଗ୍ରହ ଏକ ରଣନୀତିକ ଭୂମିକା ଗ୍ରହଣ କରିପାରିବ ବୋଲି ଇସ୍ରୋ କହିଛି। ଏହି ଉପଗ୍ରହରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ହାଇ ଡାଟା ହ୍ୟାଣ୍ଡଲିଂ ସିଷ୍ଟମ୍ ଏବଂ ହାଇ ଷ୍ଟୋରେଜ୍ ଉପକରଣ ରହିଛି। ୨୦୧୨ରେ PSLV ରକେଟ୍ ବ୍ୟବହାର କରି ୧,୮୫୮ କିଲୋଗ୍ରାମର ରିସାଟ -୧ ଲଞ୍ଚ କରାଯାଇଥିଲା। ଏହାର ମିଶନ ଜୀବନ ପାଞ୍ଚ ବର୍ଷ ଥିଲା।

ସୂଚନାଯୋଗ୍ୟ G GISAT-୧ ମାର୍ଚ୍ଚ ୫, ୨୦୨୦ରେ ଲଞ୍ଚ ହେବାର ଥିଲା। କିନ୍ତୁ ଲଞ୍ଚ ହେବାର କିଛି ଘଣ୍ଟା ପୂର୍ବରୁ ଇସ୍ରେୋ କିଛି ବୈଷୟିକ ତ୍ରୁଟି ପାଇଁ ଏହି ମିଶନକୁ ସ୍ଥଗିତ ରଖିଥିଲା। ଏହା ପରେ ପରେ କରୋନା ମହାମାରୀ ପାଇଁ ଦେଶ ସଟଡାଉନ୍ ଏବଂ ଲକଡାଉନ୍ ହେବା ପରେ ଏହି ମିଶନ ବିଳମ୍ୱ ହୋଇଥିଲା। ବୈଷୟିକ ତ୍ରୁଟି କାରଣରୁ ଏହି ରକେଟକୁ ପୁଣିଥରେ ତ୍ରୁଟି ଶୂନ୍ୟ ଭାବରେ ତିଆରି କରାଯାଇଛି ବୋଲି ଇସ୍ରୋ କହିଛି। ତେବେ ଚଳିତ ବର୍ଷ ମାର୍ଚ୍ଚ ୨୦୨୧ରେ ଏହି GISAT-୧ର ଉତକ୍ଷେପଣ ହେବ ବୋଲି ଧାର୍ଯ୍ୟ ହୋଇଥିଲା। କିନ୍ତୁ ଉପଗ୍ରହର ବ୍ୟାଟେରୀ ସମସ୍ୟା ହେତୁ ପୁଣି ବିଳମ୍ବ ହୋଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe