ମିଶନ ଚନ୍ଦ୍ର କେମିତି ଥିଲା? ବିସ୍ତୃତ ତଥ୍ୟ ଦେଲେ ଇସ୍ରୋ ମୁଖ୍ୟ

ଭାରତ ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ନିଜର ଛାପ ଛାଡ଼ି ଇତିହାସ ରଚିଛି। କହିବାକୁ ଓ ଶୁଣିବାକୁ ବେଶ ସହଜ ଲାଗୁଥିଲେ ମଧ୍ୟ ଇସ୍ରୋ ପାଇଁ ଏହି ମିଶନ ବେଶ ଚ୍ୟାଲେଞ୍ଜିଂ ଥିଲା। 

S Somanath

ଇସ୍ରୋ ମୁଖ୍ୟ ଏସ୍‌ ସୋମନାଥ (ଫାଇଲ ଫଟୋ)

Hemant Lenka
  • Published: Thursday, 24 August 2023
  • Updated: 24 August 2023, 05:06 PM IST

Sports

Latest News

ଚନ୍ଦ୍ରଯାନ-୩ ଅନେକ ଘାତ ଓ ପ୍ରତିଘାତର ସାମ୍ନା କରିଥିଲା। କିନ୍ତୁ ବୁଧବାର ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ବେଶ ସଫଳତାର ସହ ସଫ୍ଟ ଲ୍ୟାଣ୍ଡିଂ କରିଛି। ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ମେରକୁ ସ୍ପର୍ଶ କରିବା ପରେ ରୋଭର ପ୍ରଜ୍ଞାନ ମଧ୍ୟ ଚନ୍ଦ୍ରରେ ବିଚରଣ ଆରମ୍ଭ କରି ଦେଇଛି।

Also Read

ଏବେ ସେ ବିଷୟରେ ଇସ୍ରୋର ମୁଖ୍ୟ ଏସ ସମୋନାଥ ସୂଚନା ଦେଇଛନ୍ତି। ଭାରତ ଭଳି ରୁଷ ମଧ୍ୟ ଲୁନା ୨୫କୁ ଚନ୍ଦ୍ରର ଦକ୍ଷିଣ ମେରକୁ ପଠାଇଥିଲା। କିନ୍ତୁ ରବିବାର ଏହା କ୍ରାଶ ହୋଇ ଯାଇଥିଲା। ତେଣୁ ଭାରତ ପାଇଁ ଚ୍ୟାଲେଞ୍ଜ ଆହୁରି ବଢ଼ି ଯାଇଥିଲା। ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଚନ୍ଦ୍ରଯାନ-୩ ସଫଳ ହୋଇଛି।

ଭାରତ ତୃତୀୟ ପ୍ରୟାସରେ କୌଣସି ସ୍ପେଶକ୍ରାଫ୍ଟକୁ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରିଛି। ଚନ୍ଦ୍ରଯାନ-୨ ମଧ୍ୟ ଚନ୍ଦ୍ରରେ ପହଞ୍ଚିଥିଲା। କିନ୍ତୁ ଏହାର ଲ୍ୟାଣ୍ଡର ୨୦୧୯ ମସିହା ସେପ୍ଟେମ୍ବରରେ କ୍ରାଶ କରି ଯିବାରୁ ଇସ୍ରୋ ନିରାଶ ହୋଇଥିଲା।

ଏବେ ଏସ ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୨ ଚନ୍ଦ୍ରରେ ହାର୍ଡ ଲ୍ୟାଣ୍ଡିଂ କରିଥିବାରୁ ଏଥିରୁ କୌଣସି ଜିନିଷ ଉଦ୍ଧାର କରାଯାଇ ପାରି ନଥିଲା। ତେଣୁ ସବୁ କିଛି ନୂଆ କରି ତିଆରି କରାଯାଇଥିଲା।

ସେ କହିଛନ୍ତି, “ମିଶନ ପାଇଁ ସବୁ କିଛି ମୂଳରୁ ଆରମ୍ଭ କରାଯାଇଥିଲା। ଚନ୍ଦ୍ରଯାନ-୨ରୁ ଆମେ ଚନ୍ଦ୍ର ଠାରୁ କିଛି ବି ପାଇ ନଥିଲୁ। ମିଶନର ପ୍ରଥମ ବର୍ଷ ଚନ୍ଦ୍ରଯାନ-୨ରେ କ’ଣ ସବୁ ତ୍ରୁଟି ଥିଲା, ତା’କୁ ଖୋଜି ବାହାର କରାଯାଇଥିଲା। ଦ୍ୱିତୀୟ ବର୍ଷରେ ଆମେ ସବୁ କିଛି ରିଭାଇଜଡ କରିଥିଲୁ। ଶେଷ ୨ ବର୍ଷ ସବୁ ଜିନିଷର ଟେଷ୍ଟ କରାଯାଇଥିଲା।”

ମହାମାରୀ କରୋନା ମଧ୍ୟ ଇସ୍ରୋର ମିଶନ ଚନ୍ଦ୍ରକୁ ପ୍ରଭାବିତ କରିଥିବା ମଧ୍ୟ ସୋମନାଥ କହିଛନ୍ତି। ତାଙ୍କ କହିବା କଥା, “କୋଭିଡ ଆମର କିଛି କାର୍ଯ୍ୟକ୍ରମକୁ ପ୍ରଭାବିତ କରିଥିଲା। ତଥାପି ଆମେ କିଛି ରକେଟ ଲଞ୍ଚ କରିଥିଲୁ। କୋଭିଡ ପରେ ଆମେ ପୁଣି ମିଶନର ଟ୍ରାକ୍‌କୁ ଫେରିଥିଲୁ।”

ଚନ୍ଦ୍ରଯାନ-୩ ସଫଳ ହେବା ସ୍ୱତନ୍ତ୍ର। କାରଣ ଅନ୍ୟ କୌଣସି ସ୍ପେଶ କ୍ରାଫ୍ଟ ଚନ୍ଦ୍ରର ଦକ୍ଷିଣ ମେରୁରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ସକ୍ଷମ ହୋଇ ନଥିଲେ। ପୂର୍ବ ମିଶନରେ ଟାର୍ଗେଟ ହୋଇଥିବା ଇକ୍ୟୁଟୋରିଆଲ ରିଜନ ଠାରୁ ଏହା ବହୁତ ଦୂର।

ଦକ୍ଷିଣ ମେରୁ ପାହାଡ଼ିଆ ଓ ଅତ୍ୟନ୍ତ ଖାଲୁଆ ଅଞ୍ଚଳ। ତେଣୁ ଏଠାରେ ଲ୍ୟାଣ୍ଡରକୁ ଅବତରଣ କରାଇବା ବେଶ ଚ୍ୟାଲେଞ୍ଜିଂ ଥିଲା। ଏହି ଅଞ୍ଚଳରେ ବିକ୍ରମ ଲ୍ୟାଣ୍ଡ କରିଥିବାରୁ ଚନ୍ଦ୍ରରେ ପାଣି ଓ ବରଫ ସମ୍ପର୍କରେ ସଠିକ ଏବଂ ଅଧିକ ତଥ୍ୟ ମିଳିପାରିବ। ଅନ୍ୟ ମେରୁ ଗୁଡ଼ିକରେ ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରିବା ଆଶାତୀତ କମ। ତେଣୁ ଇସ୍ରୋ ଦକ୍ଷିଣ ମେରୁକୁ ହିଁ ଟାର୍ଗେଟ କରିଥିଲା।

ଆସନ୍ତା ୧୪ ଦିନ ଯାଏ ୬ ଚକିଆ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠର ପରୀକ୍ଷା କରିବ। ଉଭୟ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଜୀବନ କାଳ ଚନ୍ଦ୍ରରେ ଗୋଟିଏ ଦିନ। ପୃଥିବୀର ୧୪ ଦିନ ସହ ଚନ୍ଦ୍ରର ଗୋଟିଏ ଦିନ ସମାନ। ଲ୍ୟାଣ୍ଡର ମଡ୍ୟୁଲକୁ ନିର୍ଦ୍ଦିଷ୍ଟ ତଥ୍ୟ ସଂଗ୍ରହ ପାଇଁ ୫ଟି ପେ’ଲୋଡ ସାଥୀରେ ନେଇଛି।

ସୋମନାଥ କହିଛନ୍ତି, ଚନ୍ଦ୍ରଯାନ-୩ର ସବୁ ସରଞ୍ଜାମ ଦକ୍ଷିଣ ମେରୁ କିମ୍ବା ଦକ୍ଷିଣ ମେରୁ ନିକଟରେ ଲ୍ୟାଣ୍ଡ ପାଇଁ ପ୍ରସ୍ତୁତ କରାଯାଇଥିଲା। ଦକ୍ଷିଣ ମେରୁରେ ସବୁଠାରୁ ଅଧିକ ବିଜ୍ଞାନ ଭିତ୍ତିକ ତଥ୍ୟର ସମ୍ଭାର ରହିଛି। ଏହା ଚନ୍ଦ୍ରରେ ଥିବା ପାଣି ଓ ଖଣିଜ ସମ୍ପଦ ସହ ଜଡ଼ିତ।

ଏହା ବ୍ୟତୀତ ସେଠାରେ ଅନେକ ଭୌତିକ ପ୍ରକ୍ରିୟା ରହିଛି, ଯାହାକୁ ବୈଜ୍ଞାନିକମାନେ ଯାଞ୍ଚ କରିବାକୁ ଚାହୁଁଛନ୍ତି। ଆମର ୫ଟି ଉପକରଣ ଉକ୍ତ ବିଷୟବସ୍ତୁ ଉପରେ ତଥ୍ୟ ସଂଗ୍ରହ ପାଇଁ ଲ୍ୟାଣ୍ଡର ବିକ୍ରମରେ ଖଞ୍ଜା ଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story