Advertisment

ସଫଳ ହେଲା ବାହୁବଳୀ ମିଶନ, ଇସ୍ରୋ ଲଞ୍ଚ କଲା ୩୬ଟି ସାଟେଲାଇଟ୍‌

ନୂଆଦିଲ୍ଲୀ: ଇସ୍ରୋ ରଚିଲା ଆଉ ଏକ ଇତିହାସ। ସଫଳ ହେଲା ବାହୁବଳୀ ମିଶନ୍। ଇସ୍ରୋର ସବୁଠୁ ଓଜନିଆ ରକେଟ୍‌ରେ ସଫଳ ଉତକ୍ଷେପଣ ହେଲା ୩୬ଟି ବ୍ରଡବ୍ୟାଣ୍ଡ ସାଟାଲାଇଟ୍। ଗତକାଲି ଇସ୍ରୋର ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍‌ରୁ ୱାନ୍ ୱେବ୍ ପକ୍ଷରୁ ୩୬ଟି ସାଟେଲାଇଟ୍‌କୁ ପୃଥିବୀର ବେଶ୍ ନିକଟତର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି। ତାହା ପୁଣି LVM3 ଅଥବା ମାର୍କ-୩ ରକେଟ୍ ସହାୟତାରେ। LVM3ର ଓଜନ ହେଉଛି ୫ ହଜାର ୭୯୬ କିଲୋଗ୍ରାମ। ପ୍ରଥମ ଥର ପାଇଁ LVM3 […]

ସଫଳ ହେଲା ବାହୁବଳୀ ମିଶନ, ଇସ୍ରୋ ଲଞ୍ଚ କଲା ୩୬ଟି ସାଟେଲାଇଟ୍‌

commercial-satellite

Advertisment

ନୂଆଦିଲ୍ଲୀ: ଇସ୍ରୋ ରଚିଲା ଆଉ ଏକ ଇତିହାସ। ସଫଳ ହେଲା ବାହୁବଳୀ ମିଶନ୍। ଇସ୍ରୋର ସବୁଠୁ ଓଜନିଆ ରକେଟ୍‌ରେ ସଫଳ ଉତକ୍ଷେପଣ ହେଲା ୩୬ଟି ବ୍ରଡବ୍ୟାଣ୍ଡ ସାଟାଲାଇଟ୍। ଗତକାଲି ଇସ୍ରୋର ଶ୍ରୀହରିକୋଟା ଲଞ୍ଚ୍ ପ୍ୟାଡ୍‌ରୁ ୱାନ୍ ୱେବ୍ ପକ୍ଷରୁ ୩୬ଟି ସାଟେଲାଇଟ୍‌କୁ ପୃଥିବୀର ବେଶ୍ ନିକଟତର କକ୍ଷ ପଥରେ ଅବସ୍ଥାପିତ କରାଯାଇଛି। ତାହା ପୁଣି LVM3 ଅଥବା ମାର୍କ-୩ ରକେଟ୍ ସହାୟତାରେ।

Advertisment

LVM3ର ଓଜନ ହେଉଛି ୫ ହଜାର ୭୯୬ କିଲୋଗ୍ରାମ। ପ୍ରଥମ ଥର ପାଇଁ LVM3 ଦ୍ୱାରା କୌଣସି ଘରୋଇ ସଂସ୍ଥା ପାଇଁ ସାଟେଲାଇଟ୍ ଲଞ୍ଚ୍ କରିଛି ଇସ୍ରୋ। ଏହାଦ୍ୱାରା କୌଣସି ବି ପ୍ରତିକୂଳ ପରିସ୍ଥିତିରେ ସାଟେଲାଇଟ୍ ଉତକ୍ଷେପଣ ଓ ସଫଳତାର ସହ କକ୍ଷପଥରେ ଅବତରଣ କରିବା କ୍ଷମତା ଇସ୍ରୋ ପାଖରେ ଥିବା ପ୍ରମାଣିତ ହୋଇଛି ।

ଇସ୍ରୋ ଅଧ୍ୟକ୍ଷ ଏସ.ସୋମନାଥ କହିଛନ୍ତି ଯେ, ଏହା ଥିଲା ଆମର ଐତିହାସିକ ଲକ୍ଷ୍ୟ ଯାହାକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । LVM3 ରକେଟକୁ ବ୍ୟବସାୟିକ କ୍ଷେତ୍ରରେ ବିନିଯୋଗ କରାଯିବା ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ମହାକାଶକୁ ଛଡାଯିବା ପାଇଁ ଚନ୍ଦ୍ରଯାନ – ୩ ପ୍ରସ୍ତୁତ ହୋଇ ସାରିଛି। ଏହାର ପରୀକ୍ଷା ନିରୀକ୍ଷା ସରିଛି। ଆସନ୍ତା ବର୍ଷ ଫେବୃୟାରୀ କିମ୍ବା ଜୁନରେ ଏହାକୁ ଉତକ୍ଷେପଣ କରାଯିବ ବୋଲି ଏସ.ସୋମନାଥ କହିଛନ୍ତି।

Advertisment

https://twitter.com/airnewsalerts/status/1583892431220531200?s=20&t=sbnQGiY3vAmYTAtVyC85cg

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe