Advertisment

ୟୁରୋପୀୟ 'ପ୍ରୋବା -୩' ମିଶନ ଲଞ୍ଚ୍ କଲା ଇସ୍ରୋ

ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନ। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ହେଲା ସଫଳ ଉତକ୍ଷେପଣ।

ISRO launches European Space Agency's Proba-3 mission

ISRO launches European Space Agency's Proba-3 mission

Advertisment

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଛୁଇଁଲା ଆଉ ଏକ ମାଇଲଖୁଣ୍ଟ। ଗୁରୁବାର ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନକୁ ସଫଳତାର ସହ ଉତକ୍ଷେପଣ କରିଛି ଇସ୍ରୋ। ଆଜି ଅପରାହ୍ନ ୪:୦୪ ସମୟରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ଏହାକୁ ଲଞ୍ଚ୍‌ କରାଯାଇଛି। 'ପ୍ରୋବା -୩' ହେଉଛି ୟୁରୋପୀୟ ମହାକାଶ ଏଜେନ୍ସିର ସୌର ଅଭିଯାନ, ସୂର୍ଯ୍ୟଙ୍କ କରୋନା ବା ବାହ୍ୟ ବଳୟ ଉପରେ ଗବେଷଣା କରିବା ଏହି ମିଶନର ଲକ୍ଷ୍ୟ।

Advertisment

ଆଜି ନିର୍ଦ୍ଧାରିତ ସମୟର ୮ ମିନିଟ ପୂର୍ବରୁ ଇସ୍ରୋର PSLV-C59 ମହାକାଶଯାନରୁ ପ୍ରୋବା-୩ ମିଶନକୁ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ଏହା ମହାକାଶକୁ ଯାଇ ଏକ କୃତ୍ରିମ ସୌର ପ୍ରଣାଳୀ ସୃଷ୍ଟି କରିବ। ପ୍ରୋବା-୩ ଅଭିଯାନରେ ୟୁରୋପୀୟ ମହାକାଶ ଏଜେନ୍ସି ନିଜର ଦୁଇଟି ଉପଗ୍ରହ ମଧ୍ୟ ମହାକାଶକୁ ପଠାଉଛି। ଏହି ଦୁଇଟି ଉପଗ୍ରହ ଏକାଠି ଯାଇ ପୃଥିବୀର କକ୍ଷପଥରେ ପହଞ୍ଚିବା ପରେ ପରସ୍ପର ସହ ଯୋଗାଯୋଗ ବଜାୟ ରଖି ସୂର୍ଯ୍ୟର ରହସ୍ୟ ଉପରେ ଗଭୀର ଅଧ୍ୟୟନ କରିବେ।

କ'ଣ ଏହି ମିଶନ ?
ୟୁରୋପୀୟ ସ୍ପେସ୍ ଏଜେନ୍ସିର ପ୍ରୋବା-୩ ମିଶନରେ ପଠାଯାଇଥିବା ଦୁଇଟି ସ୍ପେସକ୍ରାଫ୍ଟ କରୋନାଗ୍ରାଫ୍ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖାଯିବ। ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା କଷ୍ଟକର, ସେଥିପାଇଁ ଗୋଟିଏ ସ୍ପେସକ୍ରାଫ୍ଟ ସୂର୍ଯ୍ୟଙ୍କ ବାହ୍ୟବଳୟରୁ ବାହାରୁଥିବା ଅତିବାଇଗଣୀ ରଶ୍ମିକୁ ବ୍ଲକ୍‌ କରି ଅନ୍ଧକାର ସୃଷ୍ଟି କରିବ। ଏହାକୁ କୃତ୍ରିମ ସୂର୍ଯ୍ୟ ପରାଗ ବୋଲି ମଧ୍ୟ କୁହାଯାଉଛି। ଅନ୍ୟ ସ୍ପେସକ୍ରାଫ୍ଟଟି କରୋନାର ଫଟୋ ଉଠାଇ ଏହାକୁ ଅଧ୍ୟୟନ କରିବ।

Advertisment

ଗତକାଲି ଡିସେମ୍ବର ୪ ତାରିଖ ସମାନ ସମୟରେ ଏହି ମିଶନ ଲଞ୍ଚ୍ କରିବାକୁ ଯୋଜନା କରାଯାଇଥିଲା। କିନ୍ତୁ ଲଞ୍ଚ ହେବାର କିଛି ସମୟ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଖିଲା। ମହାକାଶଯାନରେ ହଠାତ୍ କିଛି ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏହାକୁ ୨୪ ଘଣ୍ଟା ପାଇଁ ସ୍ଥଗିତ ରଖାଯାଇଥିଲା। ପୂର୍ବରୁ ୨୦୦୧ରେ ଇସ୍ରୋ ପକ୍ଷରୁ ଏହି ସିରିଜର ପ୍ରଥମ ସୌର ଅଭିଯାନ ଆରମ୍ଭ କରାଯାଇଥିଲା। ଏହାପରେ ପ୍ରୋବା-୨ ମିଶନକୁ ୨୦୦୯ରେ ସଫଳତାର ସହ ଲଞ୍ଚ କରିଥିଲା ଇସ୍ରୋ। ପୂର୍ବ ମିଶନଗୁଡ଼ିକ ସଫଳ ହୋଇଥିବାବେଳେ ସିରିଜର ତୃତୀୟ ମିଶନ ପାଇଁ ମଧ୍ୟ ଇସ୍ରୋକୁ ବାଛିଥିଲା ୟୁରୋପୀୟ ସ୍ପେସ୍ ଏଜେନ୍ସି।

ISRO European Space Agency Proba 3
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe