Advertisment

ଇସ୍ରୋର ଜହ୍ନ ଯାତ୍ରା ସଫଳ, ଏହି ବୈଜ୍ଞାନିକମାନେ ଧରିଥିଲେ ମଙ୍ଗ

ଇସ୍ରୋର ଚନ୍ଦ୍ରଯାନ-୩ ସଫଳତା ପଛରେ ଥିବା ବୈଜ୍ଞାନିକଙ୍କ ବାବଦରେ ଜାଣନ୍ତୁ କିଛି ଅଜଣା କଥା।

author-image
Debibandita Barick
ଅଦ୍ୟତନ ହୋଇଛି
ISRO operations room

ISRO operations room

ବହୁଦିନର ସ୍ୱପ୍ନ ଶେଷରେ ସାକାର ହୋଇଛି। ଚନ୍ଦ୍ରମାରେ ପଡିଛି ଭାରତର ପାଦ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଛି ଚନ୍ଦ୍ରଯାନ-3। ଏହି ସଫଳତା ପରେ ଇସ୍ରୋ ବୈଜ୍ଞାନିକଙ୍କ ସମେତ ପୂରା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱରୁ ମଧ୍ୟ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତଥା ମହାକାଶ ରିସର୍ଚ୍ଚ ସେଣ୍ଟରରୁ ଛୁଟିଛି ଶୁଭେଚ୍ଛାର ସୁଅ। ଏହା ଭାରତ ପାଇଁ ଏକ ଐତିହାସକ ଦିନ। ତେବେ ଏହି ସଫଳତା ପଛରେ ଦିବା-ନିଶି ଏକାକାର କରି ଦେଇଥିବା ଇସ୍ରୋ ବୈଜ୍ଞାନିକଙ୍କ ବାବଦରେ ଜାଣନ୍ତୁ କିଛି ଅଜଣା କଥା... 

Advertisment
  • ପି ବୀରାମୁଥୁବେଲ୍: ପ୍ରୋଜେକ୍ଟ ଡାଇରେକ୍ଟର

ରେଳବାଇର ଜଣେ ପୂର୍ବତନ କର୍ମଚାରୀଙ୍କ ପୁଅ ହେଉଛନ୍ତି ପି ବୀରାମୁଥୁବେଲ୍। ସେ ଚନ୍ଦ୍ରଯାନ-3 ମିଶନର ପ୍ରୋଜେକ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରିଛନ୍ତି। ଜୁଲାଇ ୧୪ ରେ ଉତକ୍ଷେପଣ ପରଠାରୁ ବୀରାମୁଥୁବେଲ୍ ଏବଂ ତାଙ୍କ ବୈଜ୍ଞାନିକ ଟିମ୍ ଇସ୍ରୋ ଟେଲିମେଟ୍ରି, ଟ୍ରାକିଂ ଏବଂ କମାଣ୍ଡ ନେଟୱାର୍କ ସେଣ୍ଟର (ISTRAC)ର ମିଶନ କଣ୍ଟ୍ରୋଲ ରୁମରେ ଅଛନ୍ତି। ଚନ୍ଦ୍ରଯାନର ଗତିପଥ ଉପରେ ପୂରା ନଜର ରଖିଥିଲେ ବୀରାମୁଥୁବେଲ୍। ସେ ଏବଂ ତାଙ୍କ ଟିମ୍ ଚନ୍ଦ୍ରଯାନ-୩ର ଏକାଧିକ କକ୍ଷପଥ ବୃଦ୍ଧି ଏବଂ ହ୍ରାସ କରି ଅବତରଣର ତାରିଖ ଓ ସମୟ ଚୂଡାନ୍ତ କରିଥିଲେ। 

  • ବି ଏନ ରାମକୃଷ୍ଣ: ISTRAC ନିର୍ଦ୍ଦେଶକ

ରାମକୃଷ୍ଣ ଇଷ୍ଟ୍ରାକର ସପ୍ତମ ନିର୍ଦ୍ଦେଶକ। ଇଷ୍ଟ୍ରାକ ବେଙ୍ଗାଲୁରୁ ବାହାରେ ବ୍ୟାଲାଲୁ ଠାରେ ଅବସ୍ଥିତ ଏକ ଇସ୍ରୋ ଡିପ୍ ସ୍ପେସ୍ ନେଟୱାର୍କ ଷ୍ଟେସନ୍ ଏବଂ ଆମେରିକାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ଏବଂ ୟୁରୋପର ESA ପରି ବିଦେଶୀ ଡିପ୍ ସ୍ପେସ୍ ମନିଟରିଂ ଆର୍ଥ୍ ଷ୍ଟେସନ୍ ସହ ଜଡିତ ଅଛି। ରାମକୃଷ୍ଣ ଚନ୍ଦ୍ରଯାନ-୩ ମିଶନ୍ ପାଇଁ ଏମାନଙ୍କ ସହ ନିରନ୍ତର ଯୋଗାଯୋଗରେ ରହୁଥିଲେ। ରାମକୃଷ୍ଣ ବେଙ୍ଗାଲୁରୁରୁ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ସାଟେଲାଇଟ୍ ଏବଂ ମହାକାଶଯାନର କକ୍ଷପଥ ନିର୍ଣ୍ଣୟ ବ୍ୟବହାର କରି ନାଭିଗେସନ୍ କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ ମଧ୍ୟ ଜଣାଶୁଣା।

Advertisment
  • ଏମ ଶଙ୍କରନ: ୟୁଆର ରାଓ ସ୍ପେସ୍ ସେଣ୍ଟର(URSC) ନିର୍ଦ୍ଦେଶକ

ୟୁଆର ରାଓ ସ୍ପେସ୍ ସେଣ୍ଟରକୁ ଇସ୍ରୋ ସାଟେଲାଇଟ୍ ସେଣ୍ଟର ବୋଲି କୁହାଯାଏ। ଏହି ସଂସ୍ଥା ଚନ୍ଦ୍ରଯାନ-3 ପ୍ରସ୍ତୁତ କରାଯାଇଥିଲା। ଆଉ ଏହି ସଂସ୍ଥାର ନିର୍ଦ୍ଦେଶକ ହେଉଛନ୍ତି ଏମ ଶଙ୍କରନ। ଶଙ୍କରନ ଜୁନ୍ ୨୦୨୧ ଠାରୁ URSC ର ନିର୍ଦ୍ଦେଶକ ଭାବେ କାମ କରି ଆସୁଛନ୍ତି। ସେ ପୂର୍ବରୁ URSC ରେ ଯୋଗାଯୋଗ ଏବଂ ପାୱାର୍ ସିଷ୍ଟମ୍ ୟୁନିଟ୍ ପାଇଁ ଡେପୁଟି ଡାଇରେକ୍ଟର ଭାବେ କାମ କରିଥିଲେ।

ଏଥିସହ ସେ ଇସ୍ରୋର ପୂର୍ବ ଦୁଇଟି ଚନ୍ଦ୍ର ମିଶନ ଏବଂ ମାସ୍ ଅର୍ବିଟର୍ ମିଶନର ଯୋଗାଯୋଗ ସିଷ୍ଟମ୍ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଶଙ୍କରନ ତିରୁଚିରାପଲ୍ଲୀ ଭାରତୀଦାସନ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।

  • ଏସ୍ ମୋହନ କୁମାର: ଚନ୍ଦ୍ରାୟନ-୩ର ଲଞ୍ଚର ମିଶନ୍ ଡାଇରେକ୍ଟର

ଜୁଲାଇ ୧୪ ରେ ଚନ୍ଦ୍ରଯାନ-୩ର ଉତକ୍ଷେପଣର ଭୂମି ପୂଜନ ହିଁ ଏସ୍ ମୋହନ କରିଥିଲେ। ଉତକ୍ଷେପଣର ସଫଳତା ପାଇଁ ସମସ୍ତ ଦାୟିତ୍ୱ ନେଇଥିଲେ ଏସ୍ ମୋହନ। ମୋହନ କୁମାର ଥିରୁଅନନ୍ତପୁରମରେ ଥିବା ଇସ୍ରୋ ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟରର ଜଣେ ବରିଷ୍ଠ ବୈଜ୍ଞାନିକ। ସେ ୩୦ ବର୍ଷରୁ ଅଧିକ ସମୟ ଧରି ଇସ୍ରୋ ସହ ଜଡିତ ଅଛନ୍ତି।

  • ଭି ନାରାୟଣନ୍: ଲିକ୍ୟୁଇଡ୍ ସିଷ୍ଟମ୍ ସେଣ୍ଟର ନିର୍ଦ୍ଦେଶକ

ପ୍ରପଲସନ୍ ସିଷ୍ଟମ୍ ଆନାଲିସିସ୍, କ୍ରାୟୋଜେନିକ୍ ଇଞ୍ଜିନ୍ ଡିଜାଇନ୍ ଏବଂ ବୃହତ ପ୍ରକଳ୍ପର ପରିଚାଳନା କ୍ଷେତ୍ରରେ ଜଣେ ବିଶେଷଜ୍ଞ ଭାବରେ ଜଣାଶୁଣା ଭି ନାରାୟଣନ୍। ସେ ଚନ୍ଦ୍ରଯାନ-୩ର ପ୍ରପଲସନ୍ ସିଷ୍ଟମ୍ ଡିଜାଇନ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

  • ଏସ ଉନ୍ନିକୃଷ୍ଣ ନାୟାର: ବିକ୍ରମ ସରାଭାଇ ସ୍ପେସ୍ ସେଣ୍ଟର ନିର୍ଦ୍ଦେଶକ 

ମାନବ ସ୍ପେସ୍ ଫ୍ଲାଇଟ୍ ସିଷ୍ଟମର ଜଣେ ବିଶେଷଜ୍ଞ ଭାବେ ଜଣାଶୁଣା ନାୟାର। ସେ ଥିରୁଅନନ୍ତପୁରମରେ ଇସ୍ରୋର ମୁଖ୍ୟ ରକେଟ୍ ନିର୍ମାଣ କେନ୍ଦ୍ର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ୧୯୮୫ରେ ଇସ୍ରୋରେ ଯୋଗ ଦେଇଥିଲେ। ସେ PSLV, GSLV, ଏବଂ LVM3 ଭଳି ବିଭିନ୍ନ ରକେଟ୍ ନିର୍ମାଣରେ ଦାୟିତ୍ୱ ନେଇଛନ୍ତି। 

ISRO Chandrayan ISRO Moon Mission Success Scientists Behind ISRO Moon Mission