ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଦିନକୁ ଦିନ ସଫଳତାର ସିଡି ଚଢୁଛି ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)। କିଛିଦିନ ତଳେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ଚନ୍ଦ୍ରଯାନ-3 ଉତକ୍ଷେପଣ କରିଥିବା ବେଳେ ଆଜି ଆଉ ଏକ ସାଟେଲାଇଟ୍ ଲଞ୍ଚ୍ କରିଛି। ସକାଳ 6:30 ସମୟରେ ଶ୍ରୀହାରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(PSLV-C56)କୁ ସଫଳତାର ସହ ଉତକ୍ଷେପଣ କରାଯାଇଛି। ଏହି ଲଞ୍ଚ୍ ଭେଇକିଲ୍ ସହ 7ଟି ବିଦେଶୀ ସାଟେଲାଇଟ୍ ଉତକ୍ଷେପଣ କରିଛି ଇସ୍ରୋ।
ସାତୋଟି ବିଦେଶୀ ସାଟେଲାଇଟ୍ ସହିତ ମହାକାଶକୁ ଏହି ରକେଟ୍ ପଠାଯାଇଛି। ଇସ୍ରୋ ଦ୍ୱାରା ଭାରତରୁ ଉତକ୍ଷେପଣ ହୋଇଥିବା ବିଦେଶୀ ସାଟେଲାଇଟ୍ ମଧ୍ୟରେ ଏହା 431ତମ ବିଦେଶୀ ସାଟେଲାଇଟେ ଏବଂ ସିଙ୍ଗାପୁର ସରକାରଙ୍କ ପକ୍ଷରୁ ଚତୁର୍ଥ PSLV ମିଶନ୍। PSLV-C56 ମିଶନର ପ୍ରାଥମିକ ପେଲୋଡ୍ ହେଉଛି DS-SAR ସାଟେଲାଇଟ୍, ଏହା ଏକ ସିନ୍ଥେଟିକ୍-ଆପେଚର ରାଡାର(SAR) ଯାହା ବସ୍ତୁର ଟୁ-ଡାଇମେନ୍ସନାଲ ଚିତ୍ର ଉତ୍ତୋଳନ କିମ୍ବା ଥ୍ରୀ-ଡାଇମେନ୍ସନାଲ ରିକନଷ୍ଟ୍ରକ୍ସନ୍(ପୁନଃନିର୍ମାଣ) ସୃଷ୍ଟି କରେ। ଏହି ସାଟେଲାଇଟ୍ ରାଡାର୍ ମାଧ୍ୟମରେ ପୃଥିବୀର ବିଭିନ୍ନ ଚିତ୍ର ଉତ୍ତୋଳନ କରିପାରିବ।
#WATCH | Indian Space Research Organisation (ISRO) launches its PSLV-C56 with six co-passenger satellites from Satish Dhawan Space Centre (SDSC) SHAR, Sriharikota.
— ANI (@ANI) July 30, 2023
(Source: ISRO) pic.twitter.com/2I1pNvKvBH
ସିଙ୍ଗାପୁର ସରକାର ଏବଂ ST ଇଞ୍ଜିନିୟରିଂକୁ ପ୍ରତିନିଧିତ୍ୱ କରୁଥିବା DSTA ସହଭାଗିତାରେ DS-SAR ବିକଶିତ ହୋଇଛି। ଏହି ସାଟେଲାଇଟ ବିଭିନ୍ନ ସିଙ୍ଗାପୁର ସରକାରୀ ଏଜେନ୍ସି ଏବଂ ST ଇଞ୍ଜିନିୟରିଂର ବ୍ୟବସାୟିକ ଗ୍ରାହକଙ୍କ ମହାକାଶ ସମ୍ପନ୍ଧୀୟ ଦୃଶ୍ୟ ଆବଶ୍ୟକତାକୁ ପୂରଣ କରିବ। DS-SAR ବ୍ୟତୀତ ଅନ୍ୟ 6ଟି କୋ-ପାସେଞ୍ଜର୍ ସାଟେଲାଇଟ୍ ମଧ୍ୟ ମହାକାଶକୁ ଉତକ୍ଷେପଣ କରାଯାଇଛି। ଏଥିରେ VELOX-AM, ଏକ ଟେକ୍ନୋଲୋଜି ପ୍ରଦର୍ଶନ କରୁଥିବା ମାଇକ୍ରୋସାଟେଲାଇଟ୍ ସାମିଲ ରହିଛି।
ସେହିପରି ARCADE, ବାୟୁମଣ୍ଡଳୀୟ ଯୋଡି(ଏଟମୋସ୍ଫେରିକ୍ କପଲିଂ) ଏବଂ ଗତିଶୀଳ ଅନୁସନ୍ଧାନ(ଡାଇନାମିକ୍ସ ଏକ୍ସପ୍ଲୋରେସନ୍) ପାଇଁ ଏକ ପରୀକ୍ଷାମୂଳକ ସାଟେଲାଇଟ୍, SCOOB-II, ଏକ ନାନୋସାଟେଲାଇଟ୍ ଟେକ୍ନୋଲୋଜି, NuSpace ଦ୍ୱାରା NuLIoN, ଏକ ଉନ୍ନତ ନାନୋସାଟେଲାଇଟ୍ ଉଭୟ ସହରାଞ୍ଚଳ ଏବଂ ଦୂର ସ୍ଥାନର IoT(ଇଣ୍ଟରନେଟ୍ ଅଫ୍ ଥିଙ୍ଗ୍ସ) ସଂଯୋଗକୁ ସକ୍ଷମ କରିଥାଏ, ଗାଲାସିଆ-୨, ନିମ୍ନ ପୃଥିବୀ କକ୍ଷପଥରେ ଏକ ନାନୋସାଟେଲାଇଟ୍ କକ୍ଷପଥ ଏବଂ ORB-12 STRIDER କୋ-ପାସେଞ୍ଜର୍ ସାଟେଲାଇଟ୍ ରହିଛି, ଯାହା ଆନ୍ତର୍ଜାତୀକ ସ୍ତରରେ ହୋଇଥିବା ସହଯୋଗରୁ ବିକଶିତ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।