Advertisment

ଚନ୍ଦ୍ରଯାନ-୩: ଚନ୍ଦ୍ରପୃଷ୍ଠରେ କ’ଣ କରୁଛି ରୋଭର ପ୍ରଜ୍ଞାନ? ନୂଆ ଭିଡିଓ ଛାଡ଼ିଲା ଇସ୍ରୋ

ଇସ୍ରୋ ପ୍ରଜ୍ଞାନର ନୂଆ ଭିଡିଓ ଜାରି କରି କହିଛି, ପ୍ରଜ୍ଞାନ ରୋଭର ଶିବଶକ୍ତି ପଏଣ୍ଟରେ ଘୁରି ବୁଲୁଛି।

author-image
Hemant Lenka
ISRO

ISRO

ଚନ୍ଦ୍ରପୃଷ୍ଠରେ ପାଦ ଥାପି ଥିବା ରୋଭର ପ୍ରଜ୍ଞାନର ନୂଆ ଭିଡିଓ ଜାରି କରିଛି ଇସ୍ରୋ। ଶୁକ୍ରବାର ଇସ୍ରୋ ପକ୍ଷରୁ ପ୍ରଜ୍ଞାନର ଗୋଟିଏ ଭିଡିଓ ଜାରି କରାଯାଇଥିଲା। ଏଥିରେ ପ୍ରଜ୍ଞାନ ଲ୍ୟାଣ୍ଡର ବିକ୍ରମରୁ ବାହାରି ଚନ୍ଦ୍ରପୃଷ୍ଠରେ ଗଡ଼ୁଥିବା ଦେଖିବାକୁ ମିଳିଥିଲେ। ଏବେ ଆସିଥିବା ଭିଡିଓରେ ପ୍ରଜ୍ଞାନ ଲ୍ୟାଣ୍ଡ କରିଥିବା ସ୍ଥାନରେ ଆଗକୁ ଯିବା ସହ ସେଠାରେ ବୁଲିବୁଲି ତଥ୍ୟ ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି।

Advertisment

ଇସ୍ରୋ ପ୍ରଜ୍ଞାନର ନୂଆ ଭିଡିଓ ଜାରି କରି କହିଛି, ପ୍ରଜ୍ଞାନ ରୋଭର ଶିବଶକ୍ତି ପଏଣ୍ଟରେ ଘୁରି ବୁଲୁଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଥିବା ଗୁପ୍ତ ତଥ୍ୟକୁ ହାସଲ କରିବା ପାଇଁ ଏପରି ଘୁରୁଛି ବୋଲି ଇସ୍ରୋ କହିଛି।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ଦକ୍ଷିଣ ମେରୁର ଯେଉଁ ସ୍ଥାନରେ ଅବତରଣ କରିଥିଲା, ତା’ର ନାଁ ଶିବଶକ୍ତି ରଖାଯାଇଛି। ଆଜି ଇସ୍ରୋ ବୈଜ୍ଞାନିକମାନଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ଏପରି ଘୋଷଣା କରିଥିଲେ। ସେହିପରି ପ୍ରତିବର୍ଷ ଅଗଷ୍ଟ ୨୩କୁ ଦେଶରେ ଜାତୀୟ ମହାକାଶ ଦିବସ ଭାବେ ପାଳନ କରାଯିବ ବୋଲି ମଧ୍ୟ ମୋଦି କହିଛନ୍ତି। ମୋଦିଙ୍କ ଘୋଷଣା ପରେ ଇସ୍ରୋ ଭିଡିଓ ଜାରି କରିଛି ଓ ପ୍ରଜ୍ଞାନ ବର୍ତ୍ତମାନ ଶିବଶକ୍ତିରେ ବୁଲୁଥିବା କହିଛି।

Advertisment

ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିଥିଲା ଚନ୍ଦ୍ରଯାନ-୩ । ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାର ୪ ଘଣ୍ଟା ପରେ ଏଥିରୁ ରୋଭର୍ ପ୍ରଜ୍ଞାନ ବାହାରି କାମ ଆରମ୍ଭ କରିଥିଲା।

ଜୁଲାଇ ୧୪ରେ LVM-3 ଯୋଗେ ଚନ୍ଦ୍ରପୃଷ୍ଠକୁ ଯାଇଥିଲା ଚନ୍ଦ୍ରଯାନ-୩ । ଶତୀଶ ଧାୱନ ପରୀକ୍ଷଣ କେନ୍ଦ୍ରରୁ ଇସ୍ରୋ ଉତକ୍ଷେପଣ କରିଥିଲା । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଦକ୍ଷିଣ ମେରୁରେ ନିଜର ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ତିଂ କରି ନୂଆ ଅଧ୍ୟାୟ ସୃଷ୍ଟି କରିପାରିଛି। ଏହି ସଫଳତା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି ।

ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍ ପ୍ରଜ୍ଞାନ। ଏହି ସମୟରେ ରୋଭର୍ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ବିଭିନ୍ନ ଅନୁସନ୍ଧାନ କରି ଇସ୍ରୋକୁ ସୂଚନା ପଠାଇବ। ଚନ୍ଦ୍ରପୃଷ୍ଠରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍ ପ୍ରଜ୍ଞାନ। ଚନ୍ଦ୍ରପୃଷ୍ଠରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି।

ISRO ISRO Moon Mission ISRO Moon Mission Success