Advertisment

ଆଜି ଇନସାଟ୍-3DS ସାଟେଲାଇଟର ହେବ ଉତକ୍ଷେପଣ, ସରି ଆସୁଛି କାଉଣ୍ଟଡାଉନ

INSAT-3DS ହେଉଛି ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍।

INSAT-3DS

INSAT-3DS

Advertisment

ଆଜି ମହାକାଶକୁ ପୁଣି ଏକ ସାଟେଲାଇଟ୍ ପଠାଇବ ଇସ୍ରୋ। ପାଣିପାଗ ସାଟେଲାଇଟ ଇନସାଟ୍-3DS ଉତକ୍ଷେପଣ ପାଇଁ ସରି ସରି ଆସୁଛି କାଉଣ୍ଟଡାଉନ। ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର 'ନଟି ବଏ'(Naughty Boy) ବୋଲି ମଧ୍ୟ କୁହାଯାଏ।

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଆଜି ସନ୍ଧ୍ୟା ୫ଟା ୩୫ରେ ଏହାର ଉତକ୍ଷେପଣ ହେବ। GSLV-F14 ରକେଟ୍ ସାହାଯ୍ୟରେ ଏହାକୁ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କରାଯିବ।

ଏହି ସାଟେଲାଇଟ ପାଣିପାଗ ପୂର୍ବାନୁମାନ ଏବଂ ବିପର୍ଯ୍ୟୟ ସଂପର୍କିତ ଆଗୁଆ ସତର୍କ ସୂଚନା ଦେବାରେ ସହାୟକ ହେବ ବୋଲି କହିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ଏହି ସାଟେଲାଇଟ ତିଆରି କରାଯାଇଛି ।

Advertisment

INSAT-3DS ହେଉଛି ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍। ଇସ୍ରୋର କହିବା ଅନୁଯାୟୀ, ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ଏହି ଉପଗ୍ରହ ସହଜରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ପାଣିପାଗ ବାବଦରେ ପୂର୍ବାନୁମାନ କରିପାରିବ।

ଏଥିସହ ଯଦି ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବାର ଆଶଙ୍କା ଥାଏ, ତେବେ ଏହି ସାଟେଲାଇଟ୍ ମାଧ୍ୟମରେ ପୂର୍ବ ସୂଚନା ମିଳିପାରିବ। ଏହା ମାଧ୍ୟମରେ ଭାରତୀୟ ପାଣିପାଗ ବିଭାଗ ସଠିକ୍ ସୂଚନା ପାଇବାରେ ଆହୁରି ସକ୍ଷମ ହେବ। ବିଶେଷ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଇସ୍ରୋ ଏହାକୁ ଡିଜାଇନ୍ କରିଛି।

 ଏହି ଉପଗ୍ରହ ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ବି ଜାଣିବାରେ ସାହାଯ୍ୟ କରିବ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ସାଟେଲାଇଟର ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଛି।

ISRO Satellite Naughty Boy Weather Satellite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe