Advertisment

'ନଟି ବଏ' ଲଞ୍ଚ କରିବ ଇସ୍ରୋ; ସରଳ ହେବ ପ୍ରାକୃତିକ ବିପର୍ଯ୍ୟୟର ପୂର୍ବାନୁମାନ

ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ 'ନଟି ବଏ'।

ଅଦ୍ୟତନ ହୋଇଛି
Launch Pad

Launch Pad

Advertisment

ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଆଉ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ। ଆସନ୍ତାକାଲି ଇସ୍ରୋ ପାଣିପାଗ ଉପଗ୍ରହ (weather satellite) INSAT-3DS ଉତକ୍ଷେପଣ କରିବ। ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର 'ନଟି ବଏ'(Naughty Boy) ବୋଲି କୁହାଯାଏ। ଇସ୍ରୋର ଜଣେ ପୂର୍ବତନ ଅଧ୍ୟକ୍ଷ ସାଟେଲାଇଟକୁ ନଟି ବଏ ବୋଲି କହିଥିଲେ।

Advertisment

ବାସ୍ତବରେ, ଏହି ରକେଟ୍ ଏପର୍ଯ୍ୟନ୍ତ ୧୫ଟି ଲଞ୍ଚରେ ଭାଗ ନେଇଛି, କିନ୍ତୁ ୬ ଥର ସଠିକ୍ ଫଳାଫଳ ଦେଇନାହିଁ। ଅର୍ଥାତ୍ ଏହାର ବିଫଳତା ହାର ୪୦ ପ୍ରତିଶତ। ଶେଷ ଥର ପାଇଁ GSLV ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା, ଯାହା ସଫଳ ହୋଇଥିଲା। କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା। ଆସନ୍ତାକାଲି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ।

ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ (GSLV) ମାଧ୍ୟମରେ INSAT-3DS ମହାକାଶକୁ ଉତକ୍ଷେପଣ ହେବ। ଆସନ୍ତାକାଲି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ 'ନଟି ବଏ'। 

Advertisment

INSAT-3DS କେତେ ଗୁରୁତ୍ୱପୂର୍ଣ୍ଣ?
ପାଣିପାଗ ଉପଗ୍ରହ INSAT-3DS ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । କାରଣ INSAT-3DS ହେଉଛି ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍। ଇସ୍ରୋର କହିବା ଅନୁଯାୟୀ, ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ଏହି ଉପଗ୍ରହ ସହଜରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ପାଣିପାଗ ବାବଦରେ ପୂର୍ବାନୁମାନ କରିପାରିବ।

ଏଥିସହ ଯଦି ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବାର ଆଶଙ୍କା ଥାଏ, ତେବେ ଏହି ସାଟେଲାଇଟ୍ ମାଧ୍ୟମରେ ପୂର୍ବ ସୂଚନା ମିଳିପାରିବ। ଏହା ମାଧ୍ୟମରେ ଭାରତୀୟ ପାଣିପାଗ ବିଭାଗ ସଠିକ୍ ସୂଚନା ପାଇବାରେ ଆହୁରି ସକ୍ଷମ ହେବ। ବିଶେଷ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଇସ୍ରୋ ଏହାକୁ ଡିଜାଇନ୍ କରିଛି। 

ISRO କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ୱତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାଯ୍ୟ କରିବ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ସାଟେଲାଇଟର ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଛି।

ISRO Satellite Science Naughty Boy Weather Satellite
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe