/odisha-reporter/media/post_attachments/uploadimage/library/16_9/16_9_0/IMAGE_1693729666.jpg)
Aditya-L1 Earth-bound maneuvre
ସୂର୍ଯ୍ୟ ଅଭିମୁଖେ ଆଗେଇ ଚାଲିଛି ଆଦିତ୍ୟ-ଏଲୱାନ୍। ଗତକାଲି ଉତକ୍ଷେପଣେ ପରେ କକ୍ଷପଥରେ ଅବସ୍ଥାପିତ ହୋଇଥିଲା। ଆଜି ଦିନ ୧୧ଟା ୪୦ରେ ପ୍ରଥମ ଅର୍ବିଟ୍ ରେଜିଂ ହୋଇଥିବା ସୂଚନା ଦେଇଛି ଇସ୍ରୋ। ବର୍ତ୍ତମାନ ଦ୍ୱିତୀୟ ତଥା ନୂଆ ଅର୍ବିଟରେ ପ୍ରବେଶ କରି ପୃଥିବୀ ଚାରି ପାଖରେ ଆଦିତ୍ୟ-ଏଲୱାନ୍ ବୁଲୁଥିବା କହିଛି।
ଏନେଇ ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଇସ୍ରୋ। ଇସ୍ରୋ କହିଛି ଯେ,ଆସନ୍ତା ୫ ତାରଖରେ ପୁଣି ଥରେ ଆଦିତ୍ୟ-ଏଲୱାନର କକ୍ଷ ପରିବର୍ତ୍ତନ କରାଯିବ। ପୃଥିବୀ ଚାରିପଟେ ୫ ଥର ବୁଲି ନିଜ କକ୍ଷପଥକୁ ପ୍ରସାରିତ କରିବା ପରେ ଲକ୍ଷ୍ୟସ୍ଥଳ ଅଭିମୁଖେ ଆଗେଇଯିବ ଆଦିତ୍ୟ-ଏଲୱାନ୍। ଲଞ୍ଚିଂଠାରୁ ୧୨୫ ଦିନ ପରେ, ଲକ୍ଷ୍ୟସ୍ଥଳ ବା ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବ। ଏହି ପଏଣ୍ଟରୁ ପୃଥିବୀର ଦୂରତା ୧୫ ଲକ୍ଷ
କିଲୋମିଟର। ଏଠାରେ ରହି ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କରିବ ସୂର୍ଯ୍ୟଯାନ ଆଦିତ୍ୟ-ଏଲୱାନ୍।
Aditya-L1 Mission:
The satellite is healthy and operating nominally.The first Earth-bound maneuvre (EBN#1) is performed successfully from ISTRAC, Bengaluru. The new orbit attained is 245km x 22459 km.
The next maneuvre (EBN#2) is scheduled for September 5, 2023, around 03:00… pic.twitter.com/sYxFzJF5Oq
— ISRO (@isro) September 3, 2023
ସେଠାରେ ଏକ ହାଲୋ ଅର୍ବିଟରେ ବୁଲି ୫ ବର୍ଷ ଯାଏଁ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବ। ଇନ୍ଧନ ଉପରେ ନିର୍ଭର କରି ପେ'ଲୋଡ୍ କାର୍ଯ୍ୟ ଆଗକୁ ମଧ୍ୟ ବୃଦ୍ଧି ପାଇପାରେ ବୋଲି ଇସ୍ରୋ କହିଥିଲା।
ଗତକାଲି ଦିନ ୧୧ଟା ୫୦ରେ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାବନ ସ୍ପେଶ ସେଣ୍ଟରରୁ ପିଏସଏଲଭଇ-ସି57 ରକେଟ୍ ସହାୟତାରେ ଆଦିତ୍ୟ-ଏଲୱାନର ସଫଳ ଉତକ୍ଷେପଣ ହୋଇଥିଲା। ସୂର୍ଯ୍ୟ ଉପରେ ଗବେଷଣା କ୍ଷେତ୍ରରେ ଏହା ଇସ୍ରୋର ପ୍ରଥମ ଅନୁସନ୍ଧାନ। ସୂର୍ଯ୍ୟର ବିଭିନ୍ନ ସ୍ତର, ସୌର ପବନ ବା ସୋଲାର ୱିଣ୍ଡ୍ ଏବଂ ବିଭିନ୍ନ ଆଲୋକରଶ୍ମି ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଏଥିରେ ୭ଟି ପେ'ଲୋଡ୍ ବା ଯନ୍ତ୍ରା ଖଞ୍ଜାଯାଇଛି । ଲକ୍ଷ୍ୟ ପଥ ଲାଗ୍ରାଞ୍ଜ ପଏଣ୍ଟରେ ପହଞ୍ଚିବା ପରେ ଏସବୁ ଯନ୍ତ୍ରାଂଶ କାର୍ଯ୍ୟ କରିବା ଆରମ୍ଭ କରିଦେବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
