Advertisment

ଆଜି ଇସ୍ରୋ ଡେଇଁବ ଆଉ ଏକ ମାଇଲଖୁଣ୍ଟ; ଉତ୍‌କ୍ଷେପଣ ହେବ SSLV-D3 ରକେଟ୍‌

ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ।

author-image
Niharika Rout
ଅଦ୍ୟତନ ହୋଇଛି
isro-sslv-d3-rocket-eos-8-satellite

isro-sslv-d3-rocket-eos-8-satellite

ଆଜି ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। SSLV-D3 ରକେଟରେ ଉତକ୍ଷେପଣ ହେବ ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ EOS-08 ଓ SR-0 DEMOSAT ।

Advertisment

ଶ୍ରୀହରିକୋଟାରୁ ସକାଳ ୮ଟା ୫୦ରେ ଏହି ଲଞ୍ଚ ହେବ। ତୃତୀୟ ତଥା ଚୂଡ଼ାନ୍ତ ଉଡ଼ାଣ ପାଇଁ ଲଞ୍ଚପ୍ୟାଡରେ ପ୍ରସ୍ତୁତ ଅଛି ସ୍ମଲ୍ ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ବା SSLV। ଏହା ଫଳରେ SSLV ଡେଭଲପମେଣ୍ଟ ପ୍ରୋଜେକ୍ଟ ସଂପୂର୍ଣ୍ଣ ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ଭାରତୀୟ ଇଣ୍ଡଷ୍ଟ୍ରି ଓ NSIL ଦ୍ୱାରା ବ୍ୟବହାର କରାଯିବ।EOS-08 ଏକ ଅପେକ୍ଷାକୃତ କ୍ଷୁଦ୍ର ଆକୃତିର ସାଟେଲାଇଟ୍। ଏହାର ଓଜନ ୧୭୫.୫ କିଲୋଗ୍ରାମ ଏବଂ ଏହାକୁ ଭୂପୃଷ୍ଠରୁ ୪୭୫ କିଲୋମିଟର ଉଚ୍ଚତାରେ ଅବସ୍ଥାପିତ କରିବ ଇସ୍ରୋ । ଏଥିରେ ଥିବା ୩ଟି ପେଲୋଡ୍ ଦିନରାତି ପରିବେଶ ନରୀକ୍ଷଣ, ପାଣିପାଗ ପୂର୍ବାନୁମାନ, ବିପର୍ଯ୍ୟୟ ପରିଚାଳନା ଏବଂ ଗଗନଯାନ ମିଶନରେ ସହାୟକ ହେବ।

Andhra Pradesh Satellite ISRO Satellite Test