Advertisment

ଇସ୍ରୋକୁ ଆଉ ଏକ ସଫଳତା, ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପରୀକ୍ଷଣ ସଫଳ

ଏହି ଟେକ୍ନୋଲୋଜିର ସାହାଯ୍ୟରେ ଇସ୍ରୋର ସ୍ପେସ୍ ମିଶନଗୁଡ଼ିକର ମୂଲ୍ୟ ହ୍ରାସ ପାଇବ।

ଅଦ୍ୟତନ ହୋଇଛି
Pushpak

Pushpak

Advertisment

ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥାନ (ISRO)କୁ ମିଳିଛି ଆଉ ଏକ ସଫଳତା। ପୁନଃବ୍ୟବହାର ହୋଇପାରୁଥିବା ଲଞ୍ଚ ଯାନ (Reusable Launch Vehicle, RLV)  ପରୀକ୍ଷଣ ସଫଳ ହୋଇଛି। ଏହି ଲଞ୍ଚ ଯାନର ନାମ ପୁଷ୍ପକ ରଖାଯାଇଛି। ପୁଷ୍ପକ ଆଜି ସକାଳ ୭.୧୦ରେ କର୍ଣ୍ଣାଟକର ଚିତ୍ରଦୁର୍ଗ ସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜର ରନୱେରେ ସଫଳତାପୂର୍ବକ ଅବତରଣ କରିଛି। 

Advertisment

ଅବତରଣ ସମୟରେ ଇସ୍ରୋ ଅଧ୍ୟକ୍ଷ ଏସ ସୋମାନଥଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ଟେକନିକ୍ ସଫଳ ହୋଇଥିବା ନେଇ ଇସ୍ରୋ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛି। 

ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ପ୍ରଯୁକ୍ତିବିଦ୍ୟା ବା ଟେକନିକ୍ ହେଉଛି ଇସ୍ରୋର ସବୁଠାରୁ ଚ୍ୟାଲେଞ୍ଜିଂ ଟେକ୍ନୋଲୋଜି ମଧ୍ୟରୁ ଅନ୍ୟତମ। ଏହି ଟେକ୍ନୋଲୋଜିର ସାହାଯ୍ୟରେ ଇସ୍ରୋର ସ୍ପେସ୍ ମିଶନଗୁଡ଼ିକର ମୂଲ୍ୟ ହ୍ରାସ ପାଇବ। ଏଥିସହ ଲଞ୍ଚ ଯାନର ଟେକନିକକୁ ପୁନଃ ବ୍ୟବହାର କରାଯାଇ ପାରିବ।

Advertisment

ଆରଏଲଭି ଟେକନିକର ପ୍ରଥମ ଦୁଇଟି ପରୀକ୍ଷା ମଧ୍ୟ ସଫଳ ହୋଇଥିଲା। ଇସ୍ରୋ ପୂର୍ବରୁ ଦୁଇଥର ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନ ଅବତରଣ କରିସାରିଛି। ପ୍ରାୟ ସାଢେ ଚାରି କିଲୋମିଟର ଉଚ୍ଚତାରୁ ବାୟୁସେନା ଚିନୁକ ହେଲିକପ୍ଟରରୁ ଆରଏଲଭି ଉତକ୍ଷେପଣ କରାଯାଇଥିଲା। ପରୀକ୍ଷଣ ସମୟରେ ଆରଏଲଭି ସଫଳତାର ସହ ରନୱେରେ ଅବତରଣ କରିଛି। ବ୍ରେକ୍ ପାରାଚ୍ୟୁଟ୍, ଲ୍ୟାଣ୍ଡିଂ ଗିଅର ବ୍ରେକ୍ ଏବଂ ନୋଜ୍ ହ୍ୱିଲ୍ ଷ୍ଟିଅରିଂ ସିଷ୍ଟମ ସାହାଯ୍ୟରେ ଆରଏଲଭି ସଫଳ ଅବତରଣ କରିଛି। 

ଆରଏଲଭି ପୁଷ୍ପକ ମିଶନ ବିକ୍ରମ ସରାବାଇ ସ୍ପେସ୍ ସେଣ୍ଟର ଦ୍ୱାରା ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର ଏବଂ ଇସ୍ରୋର ଇର୍ଟେରିଆଲ୍ ସିଷ୍ଟମ୍ ୟୁନିଟ୍ ସହଯୋଗରେ ନିର୍ମାଣ କରାଯାଇଥିଲା। ଏହି ମିଶନରେ ବାୟୁସେନାର ମଧ୍ୟ ସହଯୋଗ ରହିଛି। 

ISRO Pushpak Reusable Launch Vehicle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe