Advertisment

ଇସ୍ରୋର ଇନସାଟ୍-3DS ଉତକ୍ଷେପଣ ସଫଳ

ପାଣିପାଗ ବାବଦରେ ସଠିକ୍ ପୂର୍ବାନୁମାନ ପାଇଁ ଇନସାଟ୍-3DS ପରୀକ୍ଷା କରିଛି ଇସ୍ରୋ।

ଅଦ୍ୟତନ ହୋଇଛି
Satellite Test

Satellite Test

Advertisment

ମହାକାଶ ଗବେଷଣା କ୍ଷେତ୍ରରେ ଇସ୍ରୋକୁ ଆଉ ଏକ ସଫଳତା। ପାଣିପାଗ ଉପଗ୍ରହ ଇନସାଟ୍-3DSର ଉତକ୍ଷେପଣ ସଫଳ ହୋଇଛି। ଆଜି ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ INSAT-3DSର ସଫଳତାପୂର୍ବକ ଉତକ୍ଷେପଣ କରିଛି ଇସ୍ରୋ।

Advertisment

ଜିଓସିଙ୍କ୍ରୋନସ୍ ସାଟେଲାଇଟ୍ ଲଞ୍ଚ ଭେଇକିଲ୍ GSLV-14 ମାଧ୍ୟମରେ ଉତକ୍ଷେପଣ ହୋଇଛି INSAT-3DS ବା ଇନସାଟ୍-3DS। ଏହି ସାଟେଲାଇଟ ମାଧ୍ୟମରେ ଏକ ମହତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରଖିଛି ଇସ୍ରୋ। ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ପାଣିପାଗ ଉପଗ୍ରହ ତୃତୀୟ ପିଢିର ନୂଆ ମିଶନ୍ ହେଉଛି ନସାଟ୍-3DS। ଏହା ଜିଓଷ୍ଟେସନାରୀ କକ୍ଷପଥରେ ପହଞ୍ଚିବା ପରେ ପାଣିପାଗ ବାବଦରେ ସଠିକ୍ ପୂର୍ବାନୁମାନ ପାଇବା ସହଜ ହେବ।

ଏଥିସହ ଯଦି ଆଗକୁ ପ୍ରାକୃତିକ ବିପର୍ଯ୍ୟୟ ହେବାର ଆଶଙ୍କା ଥାଏ, ତେବେ ଏହି ସାଟେଲାଇଟ୍ ମାଧ୍ୟମରେ ପୂର୍ବ ସୂଚନା ମିଳିପାରିବ। ଏହା ମାଧ୍ୟମରେ ଭାରତୀୟ ପାଣିପାଗ ବିଭାଗକୁ ସାହାଯ୍ୟ ମିଳିପାରିବ। ବିଶେଷ କରି ସ୍ଥଳ ଭାଗ ଏବଂ ଜଳ ଭାଗ ଉପରେ ନଜର ରଖିବା ପାଇଁ ଇସ୍ରୋ ଏହାକୁ ଡିଜାଇନ୍ କରିଛି। 

Advertisment

ଇନସାଟ୍-3DSକୁ 'ନଟି ବଏ' ବୋଲି ମଧ୍ୟ କୁହାଯାଏ। ଇସ୍ରୋର ଜଣେ ପୂର୍ବତନ ଅଧ୍ୟକ୍ଷ ଏହାର ନାମ 'ନଟି ବଏ' ରଖିଥିଲେ। ଏହି ଉପଗ୍ରହର ଓଜନ ୨,୨୭୪ କିଲୋଗ୍ରାମ ଏବଂ ଏହା ପ୍ରାୟ ୪୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ଏହି ସାଟେଲାଇଟର ନିର୍ମାଣ ପାଇଁ ଭାରତ ସରକାରଙ୍କ ଆର୍ଥ ସାଇନ୍ସ ମନ୍ତ୍ରଣାଳୟ ଆର୍ଥିକ ଅନୁଦାନ ଦେଇଛି। 

ISRO Weather Satellite INSAT-3DS ISRO Satellite Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe