Spadex Mission
ଇତିହାସ ରଚିବ ଭାରତୀୟ ମହାକାଶ ଅନୁସନ୍ଧାନ ସଂସ୍ଥା ଇସ୍ରୋ। ସ୍ପେସ୍ ଡକିଂ କ୍ଷେତ୍ରରେ ମିଳିବ ଆଉ ଏକ ସଫଳତା। ସ୍ପେସ ଡକିଂ ପରୀକ୍ଷଣ (SPADEX) ଅଧୀନରେ, ଦୁଇଟି ଉପଗ୍ରହ ୧୫ମିଟରରୁ ଆଗକୁ ବଢ଼ିଛି। ଦୁଇ ଉପଗ୍ରହକୁ ୩ ମିଟର ଉପରକୁ ଆଣିବାର ପରୀକ୍ଷଣ ସଫଳ ହୋଇଛି। ଉଭୟ ମହାକାଶଯାନ ଭଲ ଭାବରେ କାର୍ଯ୍ୟ କରୁଛି ଇସ୍ରୋ ସୂଚନା ଦେଇଛି।
ବର୍ତ୍ତମାନ ମହାକାଶଯାନକୁ ଏକ ସୁରକ୍ଷିତ ଦୂରତାକୁ ନିଆଯାଇଛି। ଏହି ପରୀକ୍ଷଣ ପ୍ରୟାସରୁ ତଥ୍ୟର ଅଧିକ ବିଶ୍ଳେଷଣ ପରେ ଡକିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛି ଇସ୍ରୋ।
ରାତି ୨ଟା ବେଳେ ୨ଟି ଉପଗ୍ରହ ମଧ୍ୟରେ ଦୂରତା ୧୦୫ ମିଟର ଥିଲା। ଭୋର୍ ପ୍ରାୟ ୫ଟା ବେଳକୁ ଏହା ୧୫ ମିଟରକୁ ହ୍ରାସ ହୋଇଛି। ପରସ୍ପର ଠାରୁ ୩ ମିଟର ଦୂରତା ଥିବା ବେଳେ ଚେଜର ଓ ଟାର୍ଗେଟ ମଧ୍ୟରେ ଆରମ୍ଭ ହେବ ସ୍ପେସ୍ ଡକିଂ ପ୍ରକ୍ରିୟା।
SpaDeX Docking Update:
A trial attempt to reach up to 15 m and further to 3 m is done.
Moving back spacecrafts to safe distance
The docking process will be done after analysing data further.
Stay tuned for updates.#SpaDeX#ISRO
— ISRO (@isro) January 12, 2025
ଚେଜର ସେକେଣ୍ଡ ପ୍ରତି ୧୦ ମିଲିମିଟର ବେଗରେ ତା ପାଖକୁ ଯାଇ ଯୋଡ଼ି ହେବା ଆରମ୍ଭ କରିବ। ଏହାପରେ ଉଭୟ ସ୍ପେସକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ସଂଯୋଗ ହେବ ଏବଂ ପରେ ଅନ୍-ଡକିଂ କରାଯିବ।
SpaDeX Docking Update:
SpaDeX satellites holding position at 15m, capturing stunning photos and videos of each other! 🛰️🛰️
#SPADEX#ISROpic.twitter.com/RICiEVP6qB
— ISRO (@isro) January 12, 2025
ISRO କହିଛି ଯେ ବର୍ତ୍ତମାନ ଡକିଂ ପ୍ରକ୍ରିୟାକୁ ବନ୍ଦ ରଖାଯାଇଛି। ବର୍ତ୍ତମାନ ତଥ୍ୟ ବିଶ୍ଳେଷଣ ପରେ ଏହା ଉପରେ ନିଷ୍ପତ୍ତି ନିଆଯିବ। ISRO ସୂତ୍ର ଅନୁଯାୟୀ, ଏଥିରେ ବହୁତ ସମୟ ଲାଗିପାରେ। ଏହି ମିଶନ ମହାକାଶରେ ଡକିଂ ଉଦ୍ଦେଶ୍ୟରେ କରାଯାଇଛି, ଯାହା ଭାରତର ଭବିଷ୍ୟତ ମହାକାଶ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
