Advertisment

ଶ୍ରୀହରିକୋଟ୍ଟାରୁ ସେଞ୍ଚୁରି କରିବ ଇସ୍ରୋ, ଜାନୁଆରୀରେ ହେବ ଉତକ୍ଷେପଣ

ଶ୍ରୀହରିକୋଟ୍ଟାରୁ ନୂଆବର୍ଷରେ ସେଞ୍ଚୁରି କରିବ ଇସ୍ରୋ। ଚଳିତବର୍ଷର ପ୍ରଥମ ମିଶନ ହେବ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ ଇସ୍ରୋର ୧୦୦ତମ ମିଶନ।

Spedex

Spedex

Advertisment

ଶ୍ରୀହରିକୋଟ୍ଟାରୁ ନୂଆବର୍ଷରେ ସେଞ୍ଚୁରି କରିବ ଇସ୍ରୋ। ଚଳିତବର୍ଷର ପ୍ରଥମ ମିଶନ ହେବ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ ଇସ୍ରୋର ୧୦୦ତମ ମିଶନ।ଚଳିତ ମାସ ଜାନୁଆରୀରେ ହିଁ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ୧୦୦ତମ ଉତକ୍ଷେପଣ କରିବ ଇସ୍ରୋ। ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ ଏହା ସ୍ପଷ୍ଟ କରିଥିଲେ ବି, ମିଶନ ଲଞ୍ଚିଂ ତାରିଖ ସ୍ପଷ୍ଟ ହୋଇନାହିଁ।

Advertisment

ଚଳିତ ଜାନୁଆରୀରେ ଇସ୍ରୋର ବାହୁବଳୀ ରକେଟ୍ GSLV ମାର୍କ-ଥ୍ରୀ ସହାୟତାରେ ଏହି ଉତକ୍ଷେପଣ ହେବ। GSLV-F15ରେ ମହାକାଶକୁ ଯିବ ନାଭିଗେସନ୍ ସାଟେଲାଇଟ୍ NVS-02 / IRNSS-1K। ଏବେ ପ୍ରାୟ ସବୁ ମୋବାଇଲରେ ନାଭିଗସେନ୍ ଓ ଲୋକେସନ୍ ଟ୍ରାକିଂ ପାଇଁ ଆମେରିକୀୟ ଟେକନୋଲୋଜି GPS ବ୍ୟବହାର କରାଯାଉଛି ।

ତେବେ ଭାରତ ନିଜସ୍ୱ ସ୍ୱଦେଶୀ ନାଭିଗେସନ୍ ସିଷ୍ଟମ୍ 'ନାଭିକ୍' ପ୍ରତିଷ୍ଠା ପାଇଁ ଯୋଜନା ରଖିଛି। ଏଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ଜାନୁଆରୀରେ ହେବାକୁ ଥିବା ୨୦୨୫ର ପ୍ରଥମ ମିଶନ।

Advertisment

ସୂଚନା ଯୋଗ୍ୟ ଯେ, ଡିସେମ୍ବର ୩୦ରେ ସ୍ପେଡେକ୍ସ ଲଞ୍ଚିଂ ଥିଲା ଶ୍ରୀହରିକୋଟ୍ଟାରୁ ଇସ୍ରୋର ୯୯ତମ ଉତକ୍ଷେପଣ। ଏଥିରେ ମହାକାଶକୁ ଯାଇଥିବା ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ଜାନୁଆରୀ ୭ରେ ଡକିଂ କରିବାକୁ ବା ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ISRO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe