Advertisment

Isro: ଲଞ୍ଚ ପରେ ନିୟନ୍ତ୍ରଣ ହରାଇଲା ଇସ୍ରୋର PSLV-C62, ହଜିଗଲା ୧୬ ସ୍ୟାଟେଲାଇଟ୍‌

ସକାଳ ୧୦.୧୭ରେ ୨୬୦ ଟନ ଓଜନ ବିଶିଷ୍ଟ ପିଏସଏଲଭି-ଡିଏଲ ଠିକ ଭାବେ ଲଞ୍ଚ ହୋଇଥିଲା। ପ୍ରଥମ ଦୁଇ ପର୍ଯ୍ୟାୟ ଓ ସ୍ୟାଟେଲାଇଟକୁ ସଫଳତା ପୂର୍ବକ ଅଲଗା ମଧ୍ୟ କରାଯାଇଥିଲା। ହେଲେ ତୃତୀୟ ପର୍ଯ୍ୟାୟ ଇଗନିସିନ ପରେ ମିଶନ ଫେଲ ମାରିଥିଲା।

Isro

ଉତକ୍ଷେପଣ ବେଳର ଦୃଶ୍ୟ

Advertisment

ଭାରତର ମହାକାଶ ଅଭିଯାନକୁ ଶକ୍ତ ଝଟକା। ଫେଲ ମାରିଛି ଇସ୍ରୋ(ISRO)ର PSLV-C62 ମିଶନ। ଆନ୍ଧ୍ରର ଶ୍ରୀହରିକୋଟାରୁ ଐତିହାସିକ ଲଞ୍ଚ ସତ୍ତ୍ୱେ ମିଶନକୁ ସଫଳତା ମିଳିନି। ଫଳ ସ୍ୱରୂପ ସମସ୍ତ ୧୬ଟି ଯାକ ସ୍ୟାଟେଲାଇଟ ମହାକାଶରେ ହଜି ଯାଇଛି। 

Advertisment

ସକାଳ ୧୦.୧୭ରେ ୨୬୦ ଟନ ଓଜନ ବିଶିଷ୍ଟ ପିଏସଏଲଭି-ଡିଏଲ ଠିକ ଭାବେ ଲଞ୍ଚ ହୋଇଥିଲା। ପ୍ରଥମ ଦୁଇ ପର୍ଯ୍ୟାୟ ଓ ସ୍ୟାଟେଲାଇଟକୁ ସଫଳତା ପୂର୍ବକ ଅଲଗା ମଧ୍ୟ କରାଯାଇଥିଲା। ହେଲେ ତୃତୀୟ ପର୍ଯ୍ୟାୟ ଇଗନିସିନ ପରେ ମିଶନ ଫେଲ ମାରିଥିଲା। ଟେଲେମେଟ୍ରୀରୁ କୌଣସି ଅପଡେଟ ମିଳି ନଥିଲା। ଗତବର୍ଷ ପିଏସଏଲଭି-ସି୬୧ ବିଫଳତାର ପୁନରାବୃତ୍ତି ଘଟିଥିଲା। 

ଇସ୍ରୋ ମୁଖ୍ୟ ଭି ନାରାୟଣ କହିଛନ୍ତି ଯେ “ମହାକାଶ ଯାନର ପ୍ରଦର୍ଶନ ତୃତୀୟ ପର୍ଯ୍ୟାୟ ଶେଷ ଯାଏ ଠିକଠାକ ରହିଥିଲା। ଏହାପରେ ରୋଲ ରେଟ୍ସ ଓ ବିମାନ ପଥରେ ଡେଭିଏସନ ନୋଟିସ କରାଯାଇଥିଲା। ଆମେ ତଥ୍ୟର ବିଶ୍ଲେଷଣ କରୁଛୁ। ଆମେ ଖୁବଶୀଘ୍ର ଅଧିକ ତଥ୍ୟ ସାର୍ବଜନୀନ କରିବୁ।” 

Advertisment

ସାମୁଦ୍ରିକ ସର୍ଭେଲାନ୍ସ ପାଇଁ ଡିଆରଡିଓର ଇଓଏସ୍‌-ଏନ୧ ( ଅନ୍ୱେଷ) ପ୍ରାଥମିକ ଉପଗ୍ରହ ସମେତ ଭାରତୀୟ ଛାତ୍ର ପେଲୋଡ, ଘରୋଇ ଫାର୍ମର ପ୍ରୟୋଗ ଓ ସ୍ପେନର କିଡ ରି-ଏଣ୍ଟ୍ରି ଭଳି ୧୫ଟି ସ୍ୟାଟେଲାଇଟକୁ ନେଇ ଯାଉଥିବା ଏହି ମିଶନର ଲକ୍ଷ୍ୟ ଥିଲା ୫୦୫ କିମି ଦୂର ସୂର୍ଯ୍ୟ-ସ୍ନିକୋରନୋସ କକ୍ଷ ପଥରେ ପହଞ୍ଚାଇବା।

ଯାନଟି ସଲିଡ ବୁଷ୍ଟର ସ୍ପେପାରସନ ଠିକ ଭାବେ କରିଥିଲା। କିନ୍ତୁ ହେଲେ ଉତକ୍ଷେପଣର ୮ ମିନିଟ ପରେ ଆରମ୍ଭ ହୋଇଥିଲା ତୃତୀୟ ପର୍ଯ୍ୟାୟରେ ତ୍ରୁଟି ଦେଖାଯାଇଥିଲା। ସି୬୧ର ଚ୍ୟାମ୍ବର ପ୍ରେସର ହ୍ରାସ ପାଇବାରୁ ଇଓଏସ୍‌-୦୯ରେ ତ୍ରୁଟି ପରିଲ୍ଲିଖ ହୋଇଥିଲା। 

୮ ମାସ ମଧ୍ୟରେ ଏହା ଇସ୍ରୋର ଦ୍ୱିତୀୟ ପିଏସଏଲଭି ବିଫଳତା। ଚନ୍ଦ୍ରଯାନ ୧ ଓ ଆଦିତ୍ୟ –ଏଲ୧ ମିଶନ ପୂର୍ବରୁ ଏପରି ବିଫଳି ଇସ୍ରୋକୁ ଶକ୍ତ ଝଟକା ସଦୃଶ ହୋଇଛି। କିନ୍ତୁ ଇସ୍ରୋ ନିଜର ତ୍ରୁଟିକୁ ସମାଧାନ କରି ପୁଣି ପିଏସଏଲଭିର ସଫଳ ଉତକ୍ଷେପଣ ପାଇଁ ଯୋଜନା ଆରମ୍ଭ କରି ଦେଇଥିବା ଜଣାପଡ଼ିଛି। 

ISRO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe