Nobel
ଘୋଷଣା ହୋଇଛି ଚଳିତ ବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର। ୨୦୨୪ ବର୍ଷ ପାଇଁ ୨ ଜଣ ମିଳିତ ଭାବେ ପାଇବେ ପଦାର୍ଥ ବିଜ୍ଞାନରେ ନୋବେଲ୍ ପୁରସ୍କାର। ପଦାର୍ଥ ବିଜ୍ଞାନୀ ଜନ ଜେ ହୋପଫିଲ୍ଡ ଓ ଜେଫ୍ରୀ ହିନଟନଙ୍କୁ ଚଳିତ ବର୍ଷ ନୋବେଲ ପୁରସ୍କାର ମିଳିବ।
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ। ଦୁଇ ବୈଜ୍ଞାନିକ ନିଜ କ୍ଷେତ୍ରର ଟୁଲକୁ ବ୍ୟବହାର କରି ଆଧୁନିକ ମେସିନ ଲର୍ଣ୍ଣିଂକୁ ଅଧିକ ସହଜ କରିଛନ୍ତି।
ଜନ ହୋପଫିଲ୍ଡ ଏମିତି ଏକ ନେଟୱର୍କ ତିଆରି କରିଥିଲେ ଯାହା ଷ୍ଟୋରିଂ ଓ ରିକନଷ୍ଟ୍ରଟିଂ ମେଥଡରେ ବ୍ୟବହାର ହେଉଥିଲା। ଏହା ଜରିଆରେ ନୋଡେସକୁ ପିକ୍ସେଲ୍ସ ଭାବେ ଦେଖାଯାଏ।
ଜେଫ୍ରୀ ହିନଟନ ହୋପଫିଲ୍ଡ ନେଟୱର୍କ ତିଆରି କରିଥିଲେ। ଏହଦ୍ୱାରେ ସେ ଗୋଟିଏ ନୂଆ ମଡେଲ ସୃଷ୍ଟି କରିଥିଲେ ଯାହା Boltzmann machine ଜରିଆରେ ପରିଚୟ ହାସଲ କରିଥିଲା। ସ୍ୱତନ୍ତ୍ର ଡାଟାକୁ ଜାଣିବା ପାଇଁ ଏହା ବ୍ୟବହାର ହୋଇଥାଏ।
୨୦୨୩ରେ ୩ ଜଣଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିଥିଲା। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ କ୍ରାଉଜ(Ferenc Krausz), ଆନୀ ଏଲ'ହୁଇଲିଅର(Anne L’Huillier)ଙ୍କୁ ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ମିଳିଥିଲା। ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ମିଳିଥିଲା।
୨୦୨୨ ବର୍ଷ ପାଇଁ ମିଳିତ ଭାବେ ତିନି ଜଣଙ୍କୁ ନୋବେଲ୍ ମିଳିଥିଲା। ଆଲେନ୍ ଆସପେକ୍ଟ(Alain Aspect), ଜନ୍ କ୍ଲଜର(John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍(Anton Zeilinger) ନୋବେଲ ମିଳିଥିଲା। ଏମାନେ କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ। ଯେଉଁଥିରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ବି ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିଲେ।
ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୋୟାଲ ସ୍ୱେଡିଶ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। ୧୯୦୧ରୁ ଏହି ପରମ୍ପରା ଚାଲିଆସୁଛି। ୧୯୦୧ରୁ ୨୦୨୪ ମଧ୍ୟରେ ୧୧୮ ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା ୨୨୪ ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଏହି ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି। ସେ ୧୯୫୬ ଏବଂ ୧୯୭୨ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Nobel_1728384222.jpg)