Advertisment

ଆଜି ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ; ଜାଣନ୍ତୁ, ଏହାକୁ ଲିଡ୍‌ କରୁଥିବା ରକେଟ୍‌ ୱିମେନ୍‌ କିଏ?

ଉତ୍ତରପ୍ରଦେଶ ଲକ୍ଷ୍ନୌର ଝିଅ ଋତୁ ଏବେ ସମଗ୍ର ଦେଶରେ ପରିଚିତ । ଛୋଟ ବେଳୁ ଋତୁଙ୍କର ମହାକାଶ ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ପ୍ରବଳ ଆଗ୍ରହ ଥିଲା।

Rocket-woman-leading-chandrayaan-3-mission

Rocket-woman-leading-chandrayaan-3-mission

Advertisment

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଜି ଯୋଡ଼ି ହେବ ଏକ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଆଜି ଶ୍ରୀହରିକୋଟା ସତୀଶଧାୱନ ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ ଚନ୍ଦ୍ରୟାନ-ଥ୍ରୀ। ଆଜି ଅପରାହ୍ନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩। ହେଲେ ଜାଣିଛନ୍ତି ଏହି ଚନ୍ଦ୍ରୟାନ-୩ ଅଭିଯାନକୁ ଲିଡ୍‌ କରୁଥିବା ତଥା ଏହାର ନେତୃତ୍ୱ କିଏ ନେଉଛି । ରକେଟ୍‌ ୱିମେନ ଙ୍କ

Advertisment

ସ୍ପେଶ ସାଇଣ୍ଟିଷ୍ଟ ଋତୁ କରିଘାଲ ଶ୍ରୀବାସ୍ତବ ଚନ୍ଦ୍ରୟାନ-୩ ମିଶିନକୁ ଲିଡ୍‌ କରୁଥିବା ବେଳେ ସଆ ରକେଟ ୱିମେନ ନାମରେ ବେଶ୍‌ ଜଣାଶୁଣା। ଚନ୍ଦ୍ରୟାନ-୩ ମିଶିନର ଡାଇରେକ୍ଟର ରୂପେ ଏକ ଗୁରୁ ଦାୟିତ୍ୱ ଋତୁଙ୍କ କାନ୍ଧରେ ନ୍ୟସ୍ତ ଥିବା ବେଳେ ସେ ଏହାକୁ ବେଶ୍‌ ସୂଚାରୂ ରୂପେ ତୁଲାଉଥିବା କହିଛନ୍ତି ପ୍ରମୁଖ ବୈଜ୍ଞାନିକ ।

ଉତ୍ତରପ୍ରଦେଶ ଲକ୍ଷ୍ନୌର ଝିଅ ଋତୁ ଏବେ ସମଗ୍ର ଦେଶରେ ପରିଚିତ । ଛୋଟ ବେଳୁ ଋତୁଙ୍କର ମହାକାଶ ସମ୍ପର୍କରେ ଅଧିକ ଜାଣିବା ନିମନ୍ତେ ପ୍ରବଳ ଆଗ୍ରହ ଥିଲା। ‘ମଙ୍ଗଳାୟନ’ ମିଶନରେ ଡେପୁଟି ଅପରେଶନ ଡାଇରେକ୍ଟର ଦାୟିତ୍ୱ ସମ୍ଭାଳି ସେ ନିଜ ଦକ୍ଷତାର ପରିଚୟ ଦେଇ ସାରିଛନ୍ତି । ଏବେ ଋତୁ ଏବେ ଆଉ ଏକ କାର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି।

Advertisment

ସ୍କୁଲ ଶିକ୍ଷା ପରେ ଋତୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଫିଜିକ୍ସରେ ଗ୍ରାଜୁଏସନ କଲେ। ଏହାପରେ ସେ ଗେଟ୍‌ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇ ୧୯୯୭ ମସିହାରେ ଇସ୍ରୋରେ ନିଜ କ୍ୟାରିଅର ଆରମ୍ଭ କଲେ। ୨୦୦୭ ମସିହାରେ ତାଙ୍କ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ମିଳି ସାରିଛି।

ନିଜ କ୍ୟାରିଅରେ ହାସଲ କରିଥିବା ସଫଳତା ପାଇଁ ସେ ବହୁ ପୁରସ୍କାରର ଅଧିକାରୀ ହୋଇ ପାରିଛନ୍ତି। ସେଥି ମଧ୍ୟରେ ଏପଜି ଅବଦୁଲ କଲାମ ଯୁବ ବୈଜ୍ଞାନିକ ପୁରସ୍କାର, ମାର୍ସ ଓବ୍ରିଟ୍ରେଟର ମିଶନ ପାଇଁ ଇସ୍ରୋ ଟିମ୍‌ ପୁରସ୍କାର, ଏଏସ୍‌ଆଇ ଟିମ୍‌ ପୁରସ୍କାର, ସୋସାଇଟି ଅଫ୍‌ ଇଣ୍ଡିଆନ ଏରୋସ୍ପେଶ୍‌ ଟେକନୋଲଜି ଆଣ୍ଡ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏରୋସ୍ପେଶ ମହିଳା ଉପଲବ୍ଧି ପୁରସ୍କାର ମଧ୍ୟ ହାସଲ କରି ସାରିଛନ୍ତି ଋତୁ କରିଘାଲ ଶ୍ରୀବାସ୍ତବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe