Advertisment

୧୪ ଦିନ ଯାଏ ତଥ୍ୟ ଦେବେ ବିକ୍ରମ ଓ ପ୍ରଜ୍ଞାନ

ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିଥିଲା। ଏହାର ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯାଇଥିଲା।

ଅଦ୍ୟତନ ହୋଇଛି
ISRO

ISRO

Advertisment

ରୋଭର ପ୍ରଜ୍ଞାନକୁ ସାଥୀରେ ଧରି ଲ୍ୟାଣ୍ଡର ବିକ୍ରମ ଆଜି ସନ୍ଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଲ୍ୟାଣ୍ଡିଂ କରିଛି। ରୋଭର ପ୍ରଜ୍ଞାନ ଓ ବିକ୍ରମ ମିଳିତ ଭାବେ ୧୪ ଦିନ ଯାଏ ଚନ୍ଦ୍ରରୁ ଇସ୍ରୋକୁ ତଥ୍ୟ ଦେବେ। ତେବେ ଏହାର ଓଜନ କେତେ ଓ ଏଥିରେ କ’ଣ ସବୁ ଖଞ୍ଜା ଯାଇଛି, ତା’ର ତଥ୍ୟ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। 

Advertisment

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଓ ରୋଭରକୁ ମିଶାଇଲେ ଏହାର ଓଜନ ୧ହଜାର ୭୪୯.୮୬ କିଲୋଗ୍ରାମ। କେବଳ ପ୍ରଜ୍ଞାନର ଓଜନ ୨୭ କେଜି। ଉଭୟ ୧୪ ଦିନ ଯାଏ ତଥ୍ୟ ଯୋଗାଇବେ। ଛୋଟ କାର୍ ଆକାରର ଲ୍ୟାଣ୍ଡରର ଲମ୍ବ ୨ ମିଟର ଓ ଓସାର ବି ୨ମିଟର୍। ଏହାର ଉଚ୍ଚତା ୧.୧୬୬ ମିଟର। ଏଥିରେ ଏକାଧିକ କ୍ୟାମେରା ଓ ଉନ୍ନତ ସେନ୍ସର ଲାଗିଛି।

ସୁରକ୍ଷିତ ଅବତରଣ ପାଇଁ ତଳେ ଲାଗିଛି ୪ଟି ଥ୍ରଷ୍ଟର୍ ଓ ୪ଟି ମଜବୁତ ଗୋଡ଼। ସଫ୍ଟଲ୍ୟାଣ୍ଡିଂ ବେଳେ ୪ଟି ପର୍ଯ୍ୟାୟ ଦେଇ ଗତି କରିଥିଲା ଲ୍ୟାଣ୍ଡର୍ ବିକ୍ରମ। ପ୍ରଥମେ ରଫ୍ ବ୍ରେକିଂ ଫେଜ୍, ପରେ ଅଲ୍ଟିଚ୍ୟୁଡ୍ ହୋଲ୍ଡ ଫେଜ୍, ଫାଇନ୍ ବ୍ରେକିଂ ଫେଜ୍ ଓ ଶେଷରେ ଟର୍ମିନାଲ୍ ଡିସେଣ୍ଟ ଫେଜ୍ ଦେଇ ଲ୍ୟାଣ୍ଡ କରିଥିଲା। ଇସ୍ରୋ ବୈଜ୍ଞାନିକଙ୍କ ସୂଚନା ଅନୁସାରେ ୫ଟା ୪୫ ମିନିଟରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ବେଳେ ବିକ୍ରମ ଚନ୍ଦ୍ରପୃଷ୍ଠରୁ ୩୦ କିଲୋମିଟର ଉଚ୍ଚତାରେ ଖୁବ୍ ଦ୍ରୁତ ଗତିରେ ଯାଉଥିଲା।

Advertisment

ଏହାର ବେଗ ସେକେଣ୍ଡ ପ୍ରତି ୧.୬୮ କିଲୋମିଟର ରହିଥିଲା। ବେଗ କମ୍ କରିବା ପାଇଁ ୪ଟି ଯାକ ଥ୍ରଷ୍ଟର ଇଞ୍ଜିନ ଚାଲୁ କରାଯାଇଥିଲା। ୩୦ କିଲୋମିଟର ଉଚ୍ଚତାରୁ ଏହା ସିଧା ରଫ୍ ବ୍ରେକିଂ ପର୍ଯ୍ୟାୟରେ ଖସି ଆସି ୭.୫ କିଲୋମିଟର ଉଚ୍ଚତାରେ ପହଞ୍ଚିଥିଲା। ଏହାପରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୬.୮ କିଲୋମିଟର ଉଚ୍ଚରେ ରହିଥିଲା ସେତେବେଳେ କେବଳ ୨ଟି ଥ୍ରଷ୍ଟର ଇଞ୍ଜିନ ଚାଲୁ ରହିଥିଲା। ବାକି ୨ଟିକୁ ବନ୍ଦ କରିଦିଆ ଯାଇଥିଲା। ଏହି ସମୟରେ ଲ୍ୟାଣ୍ଡରର ବେଗ ୪ ଗୁଣ ହ୍ରାସ ପାଇ ସେକେଣ୍ଡ ପ୍ରତି ମାତ୍ର ୩୫୦ ମିଟର ହୋଇଥିଲା।

ଏହାପରେ ୮ଶହ ମିଟର ଅଲ୍ଟିଚ୍ୟୁଡରେ ଏହାର ବେଗ ଶୂନ ହୋଇଯାଇଥିଲା ଓ ଏହା ସିଧା ତଳକୁ ଖସିବା ଆରମ୍ଭ କରିଥିଲା। ଫାଇନ୍ ବ୍ରେକିଂ ଫେଜ୍ ପରେ ଶେଷ ପର୍ଯ୍ୟାୟରେ ଲ୍ୟାଣ୍ଡର ଯେତେବେଳେ ଚନ୍ଦ୍ରପୃଷ୍ଠରୁ ମାତ୍ର ୧୦ ମିଟର ଉଚ୍ଚତାରେ ରହିଥିଲା ସେତେବେଳେ ଏହା ନିଜେ କ୍ୟାମେରା ଓ ସେନ୍ସର ମାଧ୍ୟମରେ ତଳେ କୌଣସି ପଥର କିମ୍ବା ଗର୍ତ୍ତ ଅଛି କି ନାହିଁ, ତା’ର ଯାଞ୍ଚ କରିଥିଲା। ଉପଯୁକ୍ତ ସ୍ଥାନ ଦେଖି ବିକ୍ରମ ଲ୍ୟାଣ୍ଡ କରିଥିଲା। ପୂରା ପ୍ରକ୍ରିୟା ୧୭ ମିନିଟ୍ ୨୧ ସେକେଣ୍ଡରୁ ୧୭ ମିନିଟ୍ ୩୨ ସେକେଣ୍ଡ ମଧ୍ୟରେ ହୋଇଥିଲା।

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ପାଦ ରଖିବା ପରେ ସେଥିରୁ ତଳକୁ ଏକ ସିଢ଼ି ଲମ୍ବିଥିଲା ଓ ଏହି ବାଟ ଦେଇ ତଳକୁ ଗଡ଼ିଆସି ଥିଲା ୬ ଚକିଆ ରୋଭର୍ ପ୍ରଜ୍ଞାନ। ଏହାର ଓଜନ ୨୬ କିଲୋଗ୍ରାମ, ଲମ୍ବ ୯୧.୭ ସେଣ୍ଟିମିଟର, ଓସାର ୭୫ ସେଣ୍ଟିମିଟର ଏବଂ ଉଚ୍ଚତା ୩୯.୭ ସେଣ୍ଟିମିଟର ରହିଛି। ୧୪ ଦିନ ଯାଏଁ ଏହା ଗଡ଼ିବା ବେଳେ ଚନ୍ଦ୍ରପୃଷ୍ଠରେ ଜାତୀୟ ପ୍ରତୀକ ଓ ଇସ୍ରୋ ଲୋଗୋର ଛାପ ଛାଡ଼ିଛି।

ଲ୍ୟାଣ୍ଡରରେ ଲାଗିଥିବା ୩ଟି ପେ'ଲୋଡ୍ ବା ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ତାପ ପରିବହନ କ୍ଷମତା, କଂପନ ଓ ଚନ୍ଦ୍ରପୃଷ୍ଠ ନିକଟରେ ଥିବା ପ୍ଲାଜମା ସଂପର୍କରେ ତଥ୍ୟ ସଂଗ୍ରହ କରିବ। ସେହିପରେ ରୋଭରରେ ଲାଗିଥିବା ୨ଟି ଯନ୍ତ୍ରାଂଶ ଚନ୍ଦ୍ରପୃଷ୍ଠର ରାସାୟନିକ ଓ ଖଣିଜ ସଂରଚନା ଯାଞ୍ଚ କରିବା ସହିତ ସେଠାରେ ଥିବା ମାଟି ଓ ପଥରର ମୌଳିକ ଗଠନ ପରଖିବ। ରୋଭର୍ ତଥ୍ୟ ସଂଗ୍ରହ କରି ଲ୍ୟାଣ୍ଡରକୁ ପଠାଇବ ଏବଂ ଲ୍ୟାଣ୍ଡର ନିଜର ଓ ରୋଭରର ତଥ୍ୟକୁ ଚନ୍ଦ୍ରୟାନ-୨ର ଅର୍ବିଟର୍ ମାଧ୍ୟମରେ ଇସ୍ରୋକୁ ପ୍ରେରଣ କରିବ

ISRO ISRO Moon Mission ISRO Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe