Advertisment

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ; ସନ୍ଧ୍ୟା ପୂର୍ବରୁ ସରିବ ପୂଜା

କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଚନ୍ଦ୍ରଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ବିଶାରଦ ମତ ଦେଇଛନ୍ତି।

lunar-eclipse

lunar-eclipse

Advertisment

ଆସନ୍ତାକାଲି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣ ଲାଗୁଛି। ତେଣୁ କୁମାର ପୂର୍ଣ୍ଣିମାରେ ହେବାକୁ ଥବା ନୀତିକାନ୍ତିକୁ ନେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଚନ୍ଦ୍ରଗ୍ରହଣ ପଡୁଥିବାରୁ ସନ୍ଧ୍ୟା ପୂର୍ବରୁ କୁମାର ପୂର୍ଣ୍ଣିମା ପୂଜା ସାରିବାକୁ ଜ୍ୟୋତିଷ ବିଶାରଦ ମତ ଦେଇଛନ୍ତି।

Advertisment

ଆସନ୍ତାକାଲି ମଧ୍ୟରାତ୍ରରେ ଦୃଶ୍ୟମାନ ହେବ ଆଂଶିକ ଚନ୍ଦ୍ର ଗ୍ରହଣ। ଗ୍ରହଣ ରାତି ୧ଟା ୫ ମିନିଟରୁ ଆରମ୍ଭ ହେବ ଏବଂ ରାତି ୨ଟା ୨୪ରେ ଶେଷ ହେବ। ଚନ୍ଦ୍ର ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ରହିବ।

ଚନ୍ଦ୍ରଗ୍ରହଣ ଭାରତ ସମେତ ପଶ୍ଚିମ ପ୍ରଶାନ୍ତ ମହାସାଗର, ଅଷ୍ଟ୍ରେଲିଆ, ଏସିଆ, ୟୁରୋପ, ଆଫ୍ରିକା, ପୂର୍ବ ଦକ୍ଷିଣ ଆମେରିକା, ଉତ୍ତର ପୂର୍ବ ଉତ୍ତର ଆମେରିକାରେ ମଧ୍ୟ ଦୃଶ୍ୟମାନ ହେବ। ଆସନ୍ତାକାଲି ରାତିରେ ଲାଗୁଥିବା ଚନ୍ଦ୍ରଗ୍ରହଣ ଭାରତର ସମସ୍ତ ସ୍ଥାନରୁ ମଧ୍ୟରାତ୍ରିରେ ଦେଖାଯିବ। ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୨୦୨୫ ସେପଟେମ୍ବର ୭ରେ ଦୃଶ୍ୟମାନ ହେବ।

Advertisment

ଆସନ୍ତାକାଲି ପଡ଼ୁଥିବା ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ପ୍ରତିବର୍ଷ କୁମାର ପୂର୍ଣ୍ଣିମାରେ ମା’ ସମଲେଇଙ୍କ ମନ୍ଦିରରେ ସେଦିନ ଅନୁଷ୍ଠିତ ହେଉଥିବା ଧ୍ୱଜାରୋହଣ ଓ ନୀତିକାନ୍ତି ସମୟରେ ପରିବର୍ତ୍ତନ କରାଯାଇଛି। ପ୍ରତିବର୍ଷ ରାତି ସମୟରେ ଧ୍ୱଜାରୋହଣ ଅର୍ଥାତ ମନ୍ଦିର ଚୁଡାରେ ଲାଗିଥିବା ପୁରୁଣା ପତାକାକୁ ଅପସାରଣ କରି ନୂଆ ପତକା ଲଗାଯାଇଥାଏ ।

କିନ୍ତୁ ଏଥର ଚନ୍ଦ୍ର ଗ୍ରହଣ ପଡ଼ୁଥିବାରୁ ପରିବର୍ତ୍ତିତ ସମୟ ନିର୍ଘଣ୍ଟ ଅନୁସାରେ ଆସନ୍ତାକାଲି ସକାଳ ୬ଟା ରୁ ଦିନ ୧୧ ଟା ୪୫ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ପୂର୍ବାହ୍ନ ୧୧ଟା ୪୫ ରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ । ସେହି ସମୟ ମଧ୍ୟରେ ମା' ଙ୍କର ଅନ୍ନଭୋଗ, ଶ୍ରିଙ୍ଗାର ଓ ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହେବ । ଏଥି ସହିତ ଧ୍ୱଜାରୋହଣ କରାଯାଇ ମହାଦୀପ ଉଠିବ ।

ପୁଣି ଅପରାହ୍ନ ୨ ଟା ରୁ ୩ଟା ୧୫ ଯାଏ ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ । ତା' ପରେ ଚନ୍ଦ୍ର ଗ୍ରହଣ ପାଇଁ ୩ ଟା ୧୫ ରୁ ମନ୍ଦିର ବନ୍ଦ ରହିବ।

Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe