Advertisment

ମନ ଜିଣିଥିଲା ମହେନ୍ଦ୍ର, ୬୬ ବର୍ଷରେ ଆଖି ବୁଜିଲା

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା।

ଅଦ୍ୟତନ ହୋଇଛି
Mahendra

Mahendra

Advertisment

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତା ହାତୀ ‘ମହେନ୍ଦ୍ର’। ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା। ଏହାପରେ ଗତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛି।

Advertisment

‘ମହେନ୍ଦ୍ର’ ଏକ ପୋଷା ହାତୀ ଥିବା ବେଳେ ୨୦୦୧ ମସିହାରେ  କର୍ଣ୍ଣାଟକାରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା। ସେବେଠୁ ଶିମିଳିପାଳରେ ତାକୁ ପ୍ରଶିକ୍ଷଣ ଦିଅଯିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଶିମିଳିପାଳରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ବନବିଭାଗକୁ ସହାୟତା କରୁଥିଲା ମହେନ୍ଦ୍ର ।

ଶିମିଳିପାଳର ଆଖପାଖ ଅଞ୍ଚଳକୁ ହାତୀ ପଲ ପଶି ଆସିଲେ ସେମାନଙ୍କୁ ଘଉଡ଼ାଇବା ନିମନ୍ତେ ମହେନ୍ଦ୍ରକୁ ବ୍ୟବହାର କରାଯାଉଥିଲା। ଏଥିସହ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲକୁ ବନ କର୍ମଚାରୀ ଯିବା ନିମନ୍ତେ ମଧ୍ୟ ମହେନ୍ଦ୍ରର ସହାୟତା ନିଆଯାଉଥିଲା । ଶିମିଳିପାଳରେ ସମସ୍ତ ବନ କର୍ମଚାରୀଙ୍କ ମନ ଜିଣିଥିଲା ମହେନ୍ଦ୍ର। 

Advertisment

କିଛି ବର୍ଷ ପୂର୍ବେ ସୁନ୍ଦରୀ ନାମ୍ନୀ ବାଘ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା। ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ନିମନ୍ତେ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏହାପରେ ସେଠାରୁ ତାକୁ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣାଯାଇଥିଲା। ସେବେଠୁ ସେ ଶିମିଳିପାଳରେ ଥିଲା।

ସବୁଠୁ ରୋଚକ କଥା ହେଉଛି, ମହେନ୍ଦ୍ରର ଶୋଭା ଓ ଭବାନୀ ନାମଧାରୀ ଦୁଇ ପତ୍ନୀ ଥିଲେ। ସେମାନଙ୍କ ଔରସରୁ ମହେନ୍ଦ୍ରର ୩ ଝିଅ ଥିଲେ। ସେମାନେ ହେଲେ ଲକ୍ଷ୍ମୀ, ଶିବାନୀ ଓ ରାଜକୁମାର ।

ଶୋଭା ଓ ଭବାନୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି। ଶୋଭା ମୃତ୍ୟୁ ପରଠୁ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ମହେନ୍ଦ୍ର ସବୁବେଳେ ଅବସାଦରେ ରହୁଥିଲା।

ଏଥିସହ ଗତ କିଛି ଦିନ ହେବ ଶିମିଳିପାଳରେ ଅସହ୍ୟ ଜାଡ଼ ହେଉଥିବାରୁ ମହେନ୍ଦ୍ର ଅସୁସ୍ଥ ହୋଇ ପଡ଼ିଲା। ତୁରନ୍ତ ପ୍ରାଣୀବିଜ୍ଞାନୀ ଟିମ୍‌ ତାର ଚିକିତ୍ସା ଆରମ୍ଭ କରିଥିଲେ। ଏହାପରେ ବି ତା’ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ବେଳେ ୨ ଦିନ ହେବା ସେ ଖାଇବା ଛାଡ଼ି ଦେଇଥିଲା।

ମହେନ୍ଦ୍ରର ସ୍ୱାସ୍ଥ୍ୟ ଭଲ ରହୁ ନ ଥିବା ବେଳେ ଗତକାଲି ସନ୍ଧ୍ୟାରେ ତା’ ଝିଅ ଶିବାନୀ ନିଜ ଚେନ୍‌ ଛିଣ୍ଡାଇ ବାପା ପାଖକୁ ଧାଇଁ ଆସିଥିଲା। ବାପା ପାଖରେ କିଛି ସମୟ ରହିବା ପରେ ଶିବାନୀକୁ ତା’ ମାହୁନ୍ତ ନେଇ ଯାଇଥିଲେ। ଏହାପରେ ରାତିରେ ଆଖି ବୁଜିଛି ମହେ଼ନ୍ଦ୍ର ।

ଆଜି ମହେନ୍ଦ୍ରର ଶବ ବ୍ୟବଚ୍ଛେଦ କରାଯାଇ ଶିମିଳିପାଳରେ ପୋତି ଦିଆଯିବ । ମହେନ୍ଦ୍ର ଦୀର୍ଘ ବର୍ଷ ହେବ ଶିମିଳିପାଳରେ ରହି ଆସୁଥିବା ବେଳେ ବିଭିନ୍ନ ପ୍ରକାର ସେବା ଯୋଗାଇ ଚାଲିଥିଲା। ତା’ ମୃତ୍ୟୁରେ ବନ ବିଭାଗ କର୍ମଚାରୀ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି। ମହେନ୍ଦ୍ରର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦୁଃଖ ପ୍ରକାଶ କରିଛନ୍ତି । 

Similipal National Park Mayurbhanj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe