Advertisment

ଏକ ସମୟରେ ପୃଥିବୀ, ଚନ୍ଦ୍ର ଓ ମଙ୍ଗଳରେ ମାଡ଼ ହେଲା ସୂର୍ଯ୍ୟଙ୍କ ପ୍ରଖର କିରଣ

ଅନ୍ତର୍ଜାତୀୟ ସ୍ପେସକ୍ରାଫ୍ଟ କାବୁ କଲା ବିରଳ ଦୃଶ୍ୟ। ସୌର ମଣ୍ଡଳର ପୃଥିବୀ, ଚନ୍ଦ୍ର ଏବଂ ମଙ୍ଗଳରେ ଗୋଟିଏ ସମୟରେ ଅନୁଭୂତ ହୋଇଛି ସୂର୍ଯ୍ୟଙ୍କ ପ୍ରଖର କିରଣ।

ଅଦ୍ୟତନ ହୋଇଛି
Massive explosion from Sun

Massive explosion from Sun

Advertisment

ଗ୍ରହ-ନକ୍ଷତ୍ରଙ୍କୁ ନେଇ ଗଠିତ ସୌର ମଣ୍ଡଳ ଅନେକ ରହସ୍ୟରେ ଘେରା। ଏହି ରହସ୍ୟକୁ ଭେଦିବା ପାଇଁ ବୈଜ୍ଞାନିକମାନେ ଜାରି ରଖିଛନ୍ତି ପ୍ରୟାସ। ଏହାରି ମଧ୍ୟରେ ଦେଖାଯାଇଛି ଏକ ବିରଳ ଦୃଶ୍ୟ। ସୌର ମଣ୍ଡଳର ଦୁଇଟି ଗ୍ରହ ପୃଥିବୀ, ମଙ୍ଗଳ ଏବଂ ଗୋଟିଏ ଉପଗ୍ରହ ଚନ୍ଦ୍ରରେ ଏକ ସମୟରେ ସୂର୍ଯ୍ୟଙ୍କ ପ୍ରଖର କିରଣ ପଡିଥିବା ଅନୁଭୂତ ହୋଇଛି। ଏହି ବିରଳ ଇଭେଣ୍ଟ ଭବିଷ୍ୟତ ଅନୁସନ୍ଧାନ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା ପୋଷଣ କରିଛନ୍ତି ମହାକାଶ ଅନୁସନ୍ଧାନୀ। 

Advertisment

ଅକ୍ଟୋବର ୨୮, ୨୦୨୧ରେ ଘଟିଥିବା କରୋନାଲ୍ ମାସ୍ ଇଜେକ୍ସନ୍ ସୂର୍ଯ୍ୟଙ୍କ ବିପରୀତ ପାର୍ଶ୍ୱରେ ଏବଂ ପ୍ରାୟ ୨୫୦ ନିୟୁତ କିଲୋମିଟର ଦୂରରେ ଥାଇ ମଧ୍ୟ ଉଭୟ ମଙ୍ଗଳ ଏବଂ ପୃଥିବୀରେ ଏକ ଶକ୍ତିଶାଳୀ କଣିକାକୁ ମୁକ୍ତ କରିଛି। ଏହି ଅପ୍ରତ୍ୟାଶିତ ଘଟଣା ୟୁରୋପୀୟ ସ୍ପେସ୍ ଏଜେନ୍ସିର(ESA) ଏକ୍ସୋମାର୍ସ ଟ୍ରାସ୍ ଗ୍ୟାସ୍ ଅର୍ବିଟର୍(TGO), ନାସାର କ୍ୟୁରିଓସିଟି ମାର୍ସ ରୋଭର, CNSA Chang'e-4 ମୁନ୍ ଲ୍ୟାଣ୍ଡର, ନାସାର ମୁନ୍ ରେକୋନାନ୍ସାନ୍ସ ଅର୍ବିଟର(LRO) ଦ୍ୱାରା କ୍ୟାପ୍ଚର କରାଯାଇଛି। ଏହା ସୌର ମଣ୍ଡଳର ବାହ୍ୟ ଜଗତରେ ପ୍ରଭାବ, ଗ୍ରହର ଚୁମ୍ବକୀୟ କ୍ଷେତ୍ର ଏବଂ ବାୟୁମଣ୍ଡଳ କିପରି, ସେମାନଙ୍କଠାରୁ ମହାକାଶଚାରୀମାନଙ୍କୁ ରକ୍ଷା କରିପାରିବ ସେ ସମ୍ବନ୍ଧରେ ବାଟ ଦେଖାଇବ।

ଏହି ବିରଳ ଘଟଣାକୁ 'ଗ୍ରାଉଣ୍ଡ୍ ଲେବଲ୍ ଏନହାନ୍ସମେଣ୍ଟ' (ପୃଥିବୀ ସ୍ତର ବୃଦ୍ଧି) ଭାବରେ ଶ୍ରେଣୀଭୁକ୍ତ କରାଯାଇଛି, ଯେଉଁଠାରେ ସୂର୍ଯ୍ୟଙ୍କ କଣିକା ପୃଥିବୀର ପ୍ରତିରକ୍ଷା ଚୁମ୍ବକୀୟ ବବୁଲ ଭିତରକୁ ପ୍ରବେଶ କରିବା ପାଇଁ ପର୍ଯ୍ୟାପ୍ତ ଶକ୍ତି ଧାରଣ କରିଥାଏ। ୧୯୪୦ ଦଶକରେ ରେକର୍ଡ ଆରମ୍ଭ ହେବା ପରଠାରୁ ଏହା ୭୩ତମ ଘଟଣା। ଯେହେତୁ ଚନ୍ଦ୍ର ଏବଂ ମଙ୍ଗଳର ନିଜସ୍ୱ ଚୁମ୍ବକୀୟ କ୍ଷେତ୍ରର ଅଭାବ ରହିଛି, ସେହେତୁ ସୌର କଣିକାଗୁଡ଼ିକ ସହଜରେ ସେମାନଙ୍କ ପୃଷ୍ଠରେ ପହଞ୍ଚି ପାରିବେ ଏବଂ ଦ୍ୱିତୀୟ ବିକିରଣ ସୃଷ୍ଟି କରିବାକୁ ଭୂମି ସହିତ ଯୋଗାଯୋଗ କରିପାରିବେ। ତଥାପି, ମଙ୍ଗଳ ଗ୍ରହର ପତଳା ବାତାବରଣ ଅଧିକାଂଶ ନିମ୍ନ ଶକ୍ତି ସୌର କଣିକାକୁ ଅଟକାଇ ଉଚ୍ଚ ଶକ୍ତି ସମ୍ପନ୍ କଣିକାକୁ ମନ୍ଥର କରି କିଛି ସୁରକ୍ଷା ଯୋଗାଇଥାଏ ବୋଲି ଅନୁସନ୍ଧାନକାରୀ କହିଛନ୍ତି।

Advertisment

ଭବିଷ୍ୟତର ଚନ୍ଦ୍ର ଏବଂ ମଙ୍ଗଳ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହି ସୌର ଘଟଣାଗୁଡ଼ିକ ସହାୟକ ହେବ ବୋଲି ଏହି ଇଭେଣ୍ଟର ଗବେଷଣା କରିଥିବା ବୈଜ୍ଞାନିକ ଜିଙ୍ଗନାନ୍ ଗୁ କହିଛନ୍ତି।

Rare Event In Planate Massive Explosion From Science News Research On Planate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe