Advertisment

ଅଦ୍ଭୁତ ଦୃଶ୍ୟ! ରାତିରେ ହଠାତ୍ ଆକାଶ ହୋଇଗଲା ଆଲୋକିତ

ୟୁରୋପ ଦେଶ ସ୍ପେନ ଏବଂ ପଡୋଶୀ ପର୍ତ୍ତୁଗାଲ ଆକାଶରେ ଦୃଶ୍ୟମାନ ହୋଇଛି ବିରଳ ମହାଜାଗତିକ ଦୃଶ୍ୟ।

author-image
Debibandita Barick
ଅଦ୍ୟତନ ହୋଇଛି
Meteor

Meteor

ସ୍ପେନ ଏବଂ ପଡୋଶୀ ପର୍ତ୍ତୁଗାଲ ଆକାଶରେ ଦୃଶ୍ୟମାନ ହୋଇଛି ବିରଳ ମହାଜାଗତିକ ଦୃଶ୍ୟ। ହଠାତ୍ ରାତିରେ ଆକାଶ ଏପରି ଉଜ୍ଜ୍ୱଳ ହୋଇଯାଇଛି ଯେ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Advertisment

ସ୍ପେନ ଓ ପର୍ତ୍ତୁଗାଲବାସୀ ଏହି ବିରଳ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିଛନ୍ତି, ଯାହାର ଭିଡିଓ ବେଶ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖାଯାଉଥିବା ଦୃଶ୍ୟ ଅନୁସାରେ, ହଠାତ୍ ଆକାଶରେ ଚମତ୍କାର ଭାବେ ନୀଳ ରଙ୍ଗ ଘୋଟିଯାଉଛି। ଉଲକାପିଣ୍ଡ ଯିବା ସମୟରେ ଏହି ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। 

Advertisment

କିଛି ଲୋକ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି କହିଛନ୍ତି, ସ୍ପେନ ଏବଂ ପର୍ତ୍ତୁଗାଲ ଆକାଶରେ ଉଲକାପିଣ୍ଡ ଦେଖିବାକୁ ମିଳିଥିଲା। ଏହି ଉଲକାପିଣ୍ଡର ପ୍ରଭାବ ଆକାଶରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହୋଇଛି।

ତେବେ ଏହା ପୃଥିବୀ ପୃଷ୍ଠକୁ ଆସିଛି କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ କେତେକ ରିପୋର୍ଟରେ କୁହାଯାଇଛି ଯେ, ଏହା କାଷ୍ଟ୍ରୋ ଡେୟାର ସହର ନିକଟରେ ପଡିଥାଇପାରେ। ସେହିପରି ଅନ୍ୟ କେତେକ ରିପୋର୍ଟ ଅନୁସାରେ, ଉଲକାପିଣ୍ଡ ପିନହେଇରୋ ନିକଟରେ ପଡ଼ିଥାଇପାରେ। 

Portugal Meteor Video Meteor Shower Blue Meteor Spain