Advertisment

ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍‌, ଅଗ୍ନି-୫ର ସଫଳ ପରୀକ୍ଷଣ

ପ୍ରତିରକ୍ଷା କ୍ଷେତ୍ରର ବିରଳ କ୍ଲବରେ ସାମିଲ ହୋଇଛି ଭାରତ। ଏନେଇ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Madhupriya Mistry
Agni-5 Missile

Agni-5 Missile

ପ୍ରତିରକ୍ଷା କ୍ଷେତ୍ରରେ ନୂଆ ମାଇଲଷ୍ଟୋନ୍‌। ଅଗ୍ନି-୫ର ହେଲା ସଫଳ ପରୀକ୍ଷଣ। ଓଡ଼ିଶାରେ ଡିଆର୍‌ଡିଓକୁ ମିଳିଛି ଐତିହାସିକ ସିଫଳତା। ପ୍ରତିରକ୍ଷା କ୍ଷେତ୍ରର ବିରଳ କ୍ଲବରେ ସାମିଲ ହୋଇଛି ଭାରତ। ଏନେଇ ଡିଆର୍‌ଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଡିଆର୍‌ଡିଓର ବୈଜ୍ଞାନିକଙ୍କୁ ସାବାସୀ ଜଣାଇ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍‌ କରିଛନ୍ତି। ସେ ଲେଖିଛନ୍ତି, 'ମଲ୍ଟିପୁଲ ଇଣ୍ଡିପେଣ୍ଡେଣ୍ଟଲି ଟାର୍‌ଗେଟେବଲ ରି-ଏଣ୍ଟ୍ରି ହ୍ୱେଇକଲ୍‌(ଏମ୍ଆଇଆର୍‌ବି) ଟେକ୍‌ନିକ୍‌ ସହ ସ୍ୱଦେଶୀ ରୂପେ ବିକଶିତ ଅଗ୍ନି-୫ ମିସାଇଲ୍‌ର ପ୍ରଥମ ଫ୍ଲାଇଟ୍‌ ଟେଷ୍ଟ ହୋଇଛି। ମିଶନ ଦିବ୍ୟାସ୍ତ୍ର ପାଇଁ ଆମ ଡିଆର୍‌ଡିଓ ବୈଜ୍ଞାନିକଙ୍କ ଉପରେ ମୁଁ ଗର୍ବିତ।'

Advertisment

ବାଲେଶ୍ୱର ଅବଦୁଲ କଲାମ ଦ୍ୱୀପରୁ ଅଗ୍ନି-୫ର ପରୀକ୍ଷଣ ହୋଇଛି। ୨୫ତମ ଭର୍ସନର ପରୀକ୍ଷଣ ସଫଳ ହୋଇଛି। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ୍‌। ୫ ହଜାର କିମି ଯାଏଁର ଲକ୍ଷ୍ୟଭେଦ କ୍ଷମତା ରହିଛି। ଅଗ୍ନି-୫ ମିସାଇଲ ଚୀନ୍‌ର ଯେକୌଣସି ସ୍ଥାନରେ ତାଣ୍ଡବ ରଚିବାରେ ସକ୍ଷମ।

କେବଳ ସେତିକି ନୁହେଁ ଏହି ମିସାଇଲ୍‌ ୧.୫ ଟନ ଓଜନର ଅଣୁ/ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବା କ୍ଷମତା ରଖିଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଏହି ଅଗ୍ନି-୫ ମିସାଇଲ୍‌। ୨୦୦୮ରେ ଡିଆର୍‌ଡିଓ ଅଗ୍ନି-୫ ଉପରେ କାମ କରିବା ଆରମ୍ଭ କରିଥିଲା। DRDO ର ରିସର୍ଚ୍ଚ ସେଣ୍ଟର ବିଲଡିଂ (RCI), ଆଡଭାନ୍ସ ସିଷ୍ଟମ୍ ଲାବୋରେଟୋରୀ (ASL) ଏବଂ ଡିଫେନ୍ସ ରିସର୍ଚ୍ଚ ଏବଂ ଡେଭଲପମେଣ୍ଟ ଲାବୋରେଟୋରୀ (DRDL) ମିଳିତ ଭାବେ ଏହାକୁ ପ୍ରସ୍ତୁତ କରାଯାଇଛି।

PM Modi DRDO Mission Divyastra Agni-5 Missile