Advertisment

ଯୁଦ୍ଧ ପରେ ଜନ୍ମ ନେଉଛନ୍ତି ଅଧିକ ପୁଅ, ବୈଜ୍ଞାନିକ କହିଲେ...

ଯୁଦ୍ଧ ପରେ ଝିଅଙ୍କ ତୁଳନାରେ ଅଧିକ ପୁଅ ଜନ୍ମ ନେଉଥିବା ପରିସଂଖ୍ୟାନରୁ ଜଣାପଡିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Soldier

Soldier

ବର୍ଷ ବର୍ଷ ଧରି ସଂଗୃହିତ ବିଭିନ୍ନ ପରିସଂଖ୍ୟାନ ଏବଂ ତଥ୍ୟକୁ ଆଧାର କରି ବୈଜ୍ଞାନିକମାନେ ଏକ ଅଜବ ତଥ୍ୟ ଉପସ୍ଥାପନ କରିଛନ୍ତି। ଯୁଦ୍ଧ ପରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଉଥିବା ବୈଜ୍ଞାନିକମାନେ ଦାବି କରିଛନ୍ତି। ଏହି ଧାରାକୁ ବୈଜ୍ଞାନିକମାନେ 'ଫେରନ୍ତା ସୈନିକଙ୍କ ପ୍ରଭାବ' ବୋଲି କହିଛନ୍ତି।

Advertisment

ଏହି ଅନୁଧ୍ୟାନ ବର୍ଷେ କି ଦୁଇ ବର୍ଷର ନୁହେଁ, ବରଂ ୬୦-୭୦ ବର୍ଷର ଆକଳନ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୧୯୫୪ ମସିହାରେ ଏହା ପ୍ରଥମ କରି ଜଣାପଡ଼ିଥିଲା। ଏହି ସମୟରେ ଆମେରିକାରେ ଅଧିକ ପୁତ୍ର ସନ୍ତାନ ଜନ୍ମ ନେଇଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ। ସେବେଠାରୁ ଯେଉଁ ଦେଶ ଯୁଦ୍ଧର ସାମ୍ନା କରୁଛି, ସେଠାରେ ଅଧିକ ପୁଅ ଜନ୍ମ ହେଉଛନ୍ତି।  

ଏହା କେବଳ ଏକ ସଂଯୋଗ ନୁହେଁ, ବରଂ ଏକ ସୁ-ପ୍ରତିଷ୍ଠିତ ଘଟଣା। କିନ୍ତୁ ଏପରି କାହିଁକି ଏବଂ କିପରି ହେଉଛି, ସେ ବାବଦରେ ଏପର୍ଯ୍ୟନ୍ତ କେହି କୌଣସି ଗ୍ରହଣୀୟ ବ୍ୟାଖ୍ୟା ଉପସ୍ଥାପନ କରିପାରିନାହାନ୍ତି। 

Advertisment

ରିପୋର୍ଟ ଅନୁସାରେ, ଲିଙ୍ଗ ଅନୁପାତରେ ସର୍ବଦା ପୁରୁଷଙ୍କ ଅନୁପାତ ଅଧିକ ଥାଏ। ପ୍ରତି ବର୍ଷ ୧୦୪ ପୁଅରେ ୧୦୦ ଝିଅ ହାରରେ ଜନ୍ମ ନିଅନ୍ତି। ରିପୋର୍ଟରେ ଆହୁରି ଦର୍ଶାଯାଇଛି ଯେ, ପ୍ରଥମ ବିଶ୍ୱଯୁଦ୍ଧ (୧୯୧୪-୧୯୧୮) ପରେ ୧୯୨୦ରେ ସୈନିକମାନେ ରେକର୍ଡ ସଂଖ୍ୟକ ୧୧ ଲକ୍ଷ ପିଲା ଜନ୍ମ କରିଛନ୍ତି, ଯାହା ଶତାବ୍ଦୀର ସବୁଠୁ ଅଧିକ। 

ଏହା କେବଳ ବ୍ରିଟେନ କିମ୍ବା ୱେଲ୍ସରେ ନୁହେଁ, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରିଆ, ବେଲଜିୟମ, ଡେନମାର୍କ, ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ଏପରି ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏହାପରେ ବିଶ୍ୱଯୁଦ୍ଧର ପରବର୍ତ୍ତୀ ବର୍ଷରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। 

ଚର୍ଚର ଜଣେ ସେବକ ଜେପି ସୁସମିଲ୍ଚ ୧୭୦୦ ଦଶକ ପର୍ଯ୍ୟନ୍ତ ଏହି ଧାରାକୁ ଲକ୍ଷ୍ୟ କରିଥିବା କୁହାଯାଏ। ସେ ପ୍ୟାରିସ ରେଜିଷ୍ଟରରୁ ଜାଣିବାକୁ ପାଇଛନ୍ତି ଯେ, ଯୁଦ୍ଧ ସମୟରେ ଝିଅମାନଙ୍କ ତୁଳନାରେ ଅଧିକ ପୁଅ ଜନ୍ମ ହୁଅନ୍ତି। ସେ ଏହାକୁ ଐଶ୍ୱର୍ଯ୍ୟ ଶକ୍ତି ବୋଲି କହନ୍ତି। ଯୁଦ୍ଧରେ ସୈନିକମାନଙ୍କ ମୃତ୍ୟୁ ପରେ ଭଗବାନ ପୁଅ ଏବଂ ଝିଅ ଅନୁପାତକୁ ସମତୁଲ କରିବା ପାଇଁ ଏପରି କରୁଥିବା ସେ ବିଶ୍ୱାସ କରନ୍ତି। କିନ୍ତୁ ତାଙ୍କର ଏହି ଥିଓରୀ ଉପରେ କୌଣସି ବୈଜ୍ଞାନିକ ପରୀକ୍ଷଣ କରାଯାଇନାହିଁ।

ସେହିପରି ଆଉ ଏକ ଥିଓରି ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ କରିଛି। ଏଥିରେ କୁହାଯାଇଛି, ବ୍ରିଟିଶ ସୈନ୍ୟମାନଙ୍କ ମଧ୍ୟରେ ଯେଉଁମାନେ ମୃତ୍ୟୁମୁଖର ପଡ଼ିଥିଲେ, ସେମାନଙ୍କ ଉଚ୍ଚତା ବଞ୍ଚିଥିବା ସୈନ୍ୟଙ୍କ ତୁଳନାରେ କମ୍। ମୃତ ସୈନ୍ୟଙ୍କ ଉଚ୍ଚତା ଜୀବିତ ସୈନ୍ୟଙ୍କ ତୁଳନାରେ ଏକ ଇଞ୍ଚ କମ୍ ବୋଲି ଜଣାପଡିଥିଲା। ମନତତ୍ତ୍ୱବିତ ସକୋଶୀ କନଜୱାଙ୍କ କହିବା ଅନୁଯାୟା, ଉଚ୍ଚତା ଅଧିକ ଥିବା ଲୋକଙ୍କର କମ୍ ଉଚ୍ଚତା ଥିବା ବାପାମାଆଙ୍କ ତୁଳନାରେ ପୁଅ ଜନ୍ମ ହେବାର ସମ୍ଭାବନା ଅଧିକ। ଏହି ସିଦ୍ଧାନ୍ତ ଦର୍ଶାଉଛି ଯେ, ବିଶ୍ୱଯୁଦ୍ଧ ସମୟରେ ଅଧିକ ଡେଙ୍ଗା ଲୋକ ଜୀବିତ ରହିଥିବାରୁ ସେମାନଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି।  

ପରିସଂଖ୍ୟାନବିତ୍ ବିଲ୍ ଜେମ୍ସ ଆଉ ଏକ ସିଦ୍ଧାନ୍ତ ଉପସ୍ଥାପନ କରିଛନ୍ତି, ଯାହା ମହିଳାଙ୍କ ଋତୁସ୍ରାବ ଚକ୍ର ଏବଂ ଗର୍ଭଧାରଣ ପ୍ରକ୍ରିୟାକୁ ଇଙ୍ଗିତ କରିଛି। ତାଙ୍କ କହିବା ଅନୁଯାୟୀ, ଯଦି କୌଣସି ମହିଳା ମାସିକ ଅବଧି ସମୟରେ ଗର୍ଭବତୀ ହୁଅନ୍ତି, ତେବେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ନେବାର ସମ୍ଭାବନା ଅଧିକ। ସୈନିକମାନେ ଯୁଦ୍ଧକ୍ଷେତ୍ରରୁ ଫେରିବା ପରେ ଶାରୀରିକ ସମ୍ପର୍କ ରଖନ୍ତି, ଯାହା ପ୍ରାୟ ମହିଳାଙ୍କ ଋତୁସ୍ରାବ ଅବଧି ମଧ୍ୟରେ ହୋଇଥାଏ। ଏହା ଅଧିକ ପୁତ୍ର ସନ୍ତାନ ଜନ୍ମ ନେବା ପଛରେ ଏକ ସଂଯୋଗ ବୋଲି ସେ କହିଛନ୍ତି।

ତେବେ ଏହି ଥିଓରୀ ଉପରେ ସେପରି କୌଣସି ପ୍ରାମାଣିକ ତଥ୍ୟ ନାହିଁ। ଏସବୁ ସିଦ୍ଧାନ୍ତ ଭବିଷ୍ୟତରେ ଅଧିକ ଗବେଷଣା ତଥା ଅନୁଧ୍ୟାନ କ୍ଷେତ୍ରରେ ସାହାଯ୍ୟ କରିପାରିବ ବୋଲି ବୈଜ୍ଞାନିକମାନେ କହିଛନ୍ତି। 

Science News War Girl-Boy Ratio