Advertisment

ବିଶ୍ୱର ସବୁଠାରୁ ବଡ଼ ରକେଟ ପରୀକ୍ଷଣ ବେଳେ ଫାଟିଗଲା

ମସ୍କ ଏହି ଶକ୍ତିଶାଳୀ ଓ ବଡ଼ ରକେଠ ଦ୍ୱାରା ମହାକାଶଚାରୀଙ୍କୁ ଚନ୍ଦ୍ର ଓ ମଙ୍ଗଳକୁ ପଠାଇବାକୁ ଯୋଜନା କରିଥିଲେ।

author-image
Hemant Lenka
Rocket

Rocket

ବିଶ୍ୱର ଏକନମ୍ବର ଧନୀ ଏଲନ ମସ୍କଙ୍କ ସ୍ପେସଏକ୍ସ ତିଆରି କରିଥିବା ରକେଟ ଷ୍ଟାରଶିପ ପରୀକ୍ଷଣ ବେଳେ ବିସ୍ଫୋରଣ ଯୋଗୁ ନଷ୍ଟ ହୋଇଯାଇଛି। ଏହା ବିଶ୍ୱର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ରକେଟ୍ ଥିଲା। ତେବେ ଗୁରୁବାର ପ୍ରଥମ ପରୀକ୍ଷଣ ସମୟରେ ଏହା ମଝି ଆକାଶରେ ନଷ୍ଟ ହୋଇଯାଇଛି। 

Advertisment

ମସ୍କ ଏହି ଶକ୍ତିଶାଳୀ ଓ ବଡ଼ ରକେଠ ଦ୍ୱାରା ମହାକାଶଚାରୀଙ୍କୁ ଚନ୍ଦ୍ର ଓ ମଙ୍ଗଳକୁ ପଠାଇବାକୁ ଯୋଜନା କରିଥିଲେ। ହେଲେ ଏହା ସମ୍ଭବ ହୋଇପାରିନି। ତେବେ ପରବର୍ତ୍ତୀ ଷ୍ଟାରଶିପ କିଛି ମାସ ମଧ୍ୟରେ ପୁଣି ପରୀକ୍ଷଣ ହେବ ବୋଲି ମସ୍କ କହିଛନ୍ତି।

ଷ୍ଟାରଶିପ୍ କ୍ୟାପସୁଲର ଉଡ଼ାଣର ୩ ମିନିଟରେ ପ୍ରଥମ ପର୍ଯ୍ୟାୟର ରକେଟ୍ ବୁଷ୍ଟର୍ ଠାରୁ ଅଲଗା ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏହା ଅଲଗା ହୋଇ ପାରି ନଥିଲା। ଫଳରେ ରକେଟଟି ବିସ୍ଫୋରଣ କରି ଯାଇଥିଲା।

Advertisment

ମସ୍କ ପରୀକ୍ଷା ପୂର୍ବରୁ କହିଥିଲେ ଯେ ଏହି ରକେଟ ଦ୍ୱାରା ମଣିଷ ଦିନେ ମଙ୍ଗଳ ଗ୍ରହକୁ ଯାତ୍ରା କରିବ। ତଥାପି ଷ୍ଟାରଶିପ୍‌ ଫେଲ ହେବାର ଆଶଙ୍କା ୫୦% ରହିଛି। ଏବେ ତାଙ୍କ ଆଶଙ୍କା ସତ ହୋଇଛି। ଷ୍ଟାରଶିପ ଗୋଟିଏ ପୁନଃ ବ୍ୟବହାର ଯୋଗ୍ୟ ରକେଟ୍ ଥିଲା। ଏହାର ମୁଖ୍ୟତଃ ଦୁଇଟି ଭାଗ ଥିଲା।

ପ୍ରଥମଟି ହେଲା ଯାତ୍ରୀ ପରିବହନ ଓ ଦ୍ୱିତୀୟଟି ହେଉଛି ସୁପର ହେଭି ରକେଟ୍ ବୁଷ୍ଟର୍। ଷ୍ଟାରଶିପ ଓ ବୁଷ୍ଟରକୁ ମିଶାଇ ଏହାର ଲମ୍ବ ୩୯୪ ଫୁଟ ବା ୧୨୦ ମିଟର ଥିଲା। ଏହାର ଓଜନ ୫୦ ଲକ୍ଷ କେଜି। ଷ୍ଟାରଶିପ୍ ରକେଟ୍ ୧.୬ କୋଟି ପାଉଣ୍ଡ ଥ୍ରଷ୍ଟ ସୃଷ୍ଟି କରିବାରେ ସକ୍ଷମ ଥିଲା। ଏହା ନାସାର ସ୍ପେସ୍ ଲଞ୍ଚ ସିଷ୍ଟମ୍ (SLS) ରକେଟ୍ ଠାରୁ ପ୍ରାୟ ଦୁଇ ଗୁଣ ଅଧିକ। 

ପରୀକ୍ଷଣର ତଦାରଖ କରୁଥିବା ବୈଜ୍ଞାନିକ କହିଛନ୍ତି ଷ୍ଟାରଶିପ ସୁପର ହେଭି ବୁଷ୍ଟର ଠାରୁ ଅଲଗା ହେବାର ଥିଲା। କିନ୍ତୁ ରକେଟଟି ନିୟମିତ ଭାବେ ବୁଲିବା ଆରମ୍ଭ କରିଥିଲା। କେବେ ହେଲେ ସାଧାରଣ ସଫଳ ପରୀକ୍ଷଣରେ ଏପରି ହୋଇ ନଥାଏ। ଏଥିପାଇଁ ଆକାଶରେ ହିଁ ଏହା ବିସ୍ଫୋରଣ କରି ଯାଇଥିଲା।

ଏହି ବିଶାଳକାୟ ରେକଟକୁ ସ୍ଥାନୀୟ ସମୟ ସକାଳ ୮.୩୩ ମିନିଟରେ ସଫଳତାର ସହ ଉତକ୍ଷେପଣ କରାଯାଇଥିଲା। ସ୍ପେସଏକ୍ସର ଟେକ୍ସାସରେ ଥିବା ଷ୍ଟାରବେସ୍‌ରୁ ଏପରି ପରୀକ୍ଷଣ ହୋଇଥିଲା।

Elon Musk SpaceX