Advertisment

ମହାକାଶକୁ ଯିବ 'ନିସାର' ସାଟେଲାଇଟ୍

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ।

NISAR Mission

NISAR Mission

Advertisment

୨୦୨୫ ମାର୍ଚ୍ଚରେ ଲଞ୍ଚ୍ ହେବ ଇସ୍ରୋ ଓ ନାସାର ମିଳିତ ମିଶନ୍। ମହାକାଶକୁ ଯିବ ନାସା-ଇସ୍ରୋ ସିନ୍ଥେଟିକ୍ ଆପରଚର୍ ରାଡାର୍ ବା ନିସାର୍ ସାଟେଲାଇଟ୍। ଏଥିପାଇଁ ଖର୍ଚ୍ଚ ହେବ ୫ ହଜାର କୋଟି ଟଙ୍କା। ଭୂପୃଷ୍ଠରେ ପରିବର୍ତ୍ତନ ଉପରେ ନଜର ରଖିବ ଏହି ଆର୍ଥ ଅବଜର୍ଭିଂ ସାଟେଲାଇଟ୍।

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-୨ ସାଟେଲାଇଟରେ ଏହାକୁ ଲଞ୍ଚ କରିବ ଇସ୍ରୋ। ନିସାର୍ ସାଟେଲାଇଟର ଓଜନ ପ୍ରାୟ ୨.୮ ଟନ୍ ଥିବା ବେଳେ, ଏହା ଭୂପୃଷ୍ଠରୁ ୭୪୭ କିଲୋମିଟର ଉପରେ ଅବସ୍ଥାପିତ ହେବ।

ଏଥିପାଇଁ ଗତ ଅକ୍ଟୋବରରେ ଆମେରିକାରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ତଥା ସୂକ୍ଷ୍ମ ଯନ୍ତ୍ରାଂଶ ଆସିଥିବା ସୂଚନା ମିଳିଛି। ଏହି ସାଟେଲାଇଟ୍ ଭୂଭାଗ ଓ ବରଫର ପରିବର୍ତ୍ତନକୁ ପ୍ରତି ୧୨ ଦିନରେ ଦୁଇଥର ଲେଖାଏଁ ସ୍କାନ୍ କରିବ ଓ ହାଇରିଜଲ୍ୟୁସନ୍ ଫଟୋ ଉଠାଇବ।

Advertisment

ଯାହା ଫଳରେ ଭୂପୃଷ୍ଠ ସଂରଚନାର ପରିବର୍ତ୍ତନ, ବରଫ ତରଳିବା ବା ନୂଆ ତିଆରି ହେବା, ଜୈବ ବିବିଧତା ଆଦି ଉପରେ ନିଖୁଣତାର ସହ ନଜର ରଖି ହେବ। ଅନ୍ଧାର ଓ ଖରାପ ପାଗରେ ବି ଏହା ଭୂପୃଷ୍ଠର ଗୋଟିଏ ଇଞ୍ଚ ଜାଗାରେ କିଛି ପରିବର୍ତ୍ତନ ହେଲେ, ତାକୁ ଚିହ୍ନଟ କରିପାରିବ।

ଘଞ୍ଚ ଜଙ୍ଗଲର ଗଛଲତା ଭେଦ କରି ଏହା ମାଟିର ରୂପରେଖ ମ୍ୟାପିଂ କରିପାରିବ। ୩ ବର୍ଷ ପାଇଁ ଏହି ମିଶନ୍ ଯୋଜନା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏବଂ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା।

NASA ISRO NISAR Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe