Advertisment

ମହାକାଶରେ ହଜିଲା ଆଇନା

ଓ୍ୱାଶିଂଟନ: ନାସାର ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ବାହାରି ବ୍ୟାଟେରୀ ବଦଳାଇବା ପାଇଁ ବାହାରିଥିଲେ। ଆଉ ଏହି ସମୟରେ ସ୍ପେସସୁଟରେ ଥିବା ଏକ ଆଇନା ବା କାଚ ଭାଙ୍ଗିଯାଇଥିଲା। ଏବେ ସେହି ଆଇନା ମହାକାଶରେ ନୂତନ ବର୍ଜ୍ୟବସ୍ତୁର ସାମିଲ୍ ହୋଇଛି। କମାଣ୍ଡର କ୍ରିସ୍ କ୍ୟାସିଡି କହିଛନ୍ତି, “ସ୍ପେସସୁଟରୁ ଖସିଯିବା ମାତ୍ରେ ପ୍ରତି ସେକେଣ୍ଡରେ ଗୋଟିଏ ଫୁଟ ବେଗରେ ଆଇନାଟି ଭାସୁଥିଲା। ସେଥିପାଇଁ ତାକୁ ଧରିବା ସମ୍ଭବ ନଥିଲା। ତେବେ ଏହି ଆଇନା ପାଇଁ ଆଗାମୀ ଦିନରେ ମହାକାଶଚାରୀ […]

ଅଦ୍ୟତନ ହୋଇଛି
ମହାକାଶରେ ହଜିଲା ଆଇନା

nasa-1 (1)

Advertisment

ଓ୍ୱାଶିଂଟନ: ନାସାର ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ବାହାରି ବ୍ୟାଟେରୀ ବଦଳାଇବା ପାଇଁ ବାହାରିଥିଲେ। ଆଉ ଏହି ସମୟରେ ସ୍ପେସସୁଟରେ ଥିବା ଏକ ଆଇନା ବା କାଚ ଭାଙ୍ଗିଯାଇଥିଲା। ଏବେ ସେହି ଆଇନା ମହାକାଶରେ ନୂତନ ବର୍ଜ୍ୟବସ୍ତୁର ସାମିଲ୍ ହୋଇଛି।

Advertisment

କମାଣ୍ଡର କ୍ରିସ୍ କ୍ୟାସିଡି କହିଛନ୍ତି, “ସ୍ପେସସୁଟରୁ ଖସିଯିବା ମାତ୍ରେ ପ୍ରତି ସେକେଣ୍ଡରେ ଗୋଟିଏ ଫୁଟ ବେଗରେ ଆଇନାଟି ଭାସୁଥିଲା। ସେଥିପାଇଁ ତାକୁ ଧରିବା ସମ୍ଭବ ନଥିଲା। ତେବେ ଏହି ଆଇନା ପାଇଁ ଆଗାମୀ ଦିନରେ ମହାକାଶଚାରୀ କି ସ୍ପେସ ଷ୍ଟେସନରେ କୌଣସି ଅସୁବିଧା ହେବନି”।

ସୂଚନାଯୋଗ୍ୟ, ମହାକାଶରେ ବୁଲୁଥିବା ମହାକାଶଚାରୀମାନେ ସ୍ପେସ୍ ସୁଟର ପ୍ରତ୍ୟେକ ଆଇନା ରଖିଥାନ୍ତି। ବାସ୍ତବରେ ଏହା ଯାତ୍ରୀମାନଙ୍କୁ କାମ କରିବା ସମୟରେ ଭଲ ଦେଖାଯିବାରେ ସାହାଯ୍ୟ କରିଥାଏ। ଏହି ଦର୍ପଣର ଓଜନ ଏକ ପାଉଣ୍ଡର ଏକ ଦଶମାଂଶ।

Advertisment

କ୍ୟାସିଡି ଏବଂ ତାଙ୍କ ସହଯୋଗୀ ବବ୍ ବେହେଙ୍କେନ୍ ପୁରୁଣା ଷ୍ଟେସନର କିଛି ଶେଷ ବ୍ୟାଟେରୀକୁ ବଦଳାଇବା ପାଇଁ ଚେଷ୍ଟା କରୁଛନ୍ତି। ନାସା କହିଛି ଯେ 6ଟି ନୂଆ ଲିଥିୟମ୍-ଆୟନ ବ୍ୟାଟେରୀ ବଦଳାଯିବା ମାତ୍ରେ ଏହି ସ୍ପେସ୍ ଲାବୋରେଟୋରୀରେ ଥିବା ଅସୁବିଧା ଦୂର ହେବ।

ବିଶେଷଜ୍ଞମାନେ କହିଛନ୍ତି, ବ୍ୟାଟେରୀ ପରିବର୍ତ୍ତନ କରିବା ଏକ ବଡ଼ କାମ। ପ୍ରତ୍ୟେକ ବ୍ୟାଟେରୀ ପ୍ରାୟ ଏକ ମିଟର ଲମ୍ବ ଏବଂ ଚଉଡା। ଏହାର ଓଜନ 180 କିଲୋଗ୍ରାମ। ଏଭଳି ପରିସ୍ଥିତିରେ ମହାକାଶଚାରୀଙ୍କ ଏହି ସ୍ପେସ କାମ ଜୁଲାଇ ପର୍ଯ୍ୟନ୍ତ ଜାରି ରହିପାରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe