Advertisment

ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

ଓ୍ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି। ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି। ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ଓ୍ୱାକ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର ମରାମତି କରିଛନ୍ତି। Yesterday @AstroBehnken and I completed a second spacewalk to continue to upgrade the @Space_Station batteries. The view below my feet was […]

ଅଦ୍ୟତନ ହୋଇଛି
ମହାକାଶରେ ବ୍ୟାଟେରୀ ମରାମତି କଲେ ମହାକାଶଚାରୀ

astronut

Advertisment

ଓ୍ୱାଶିଂଟନ: ମହାକାଶରେ ଥିବା ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ର ବ୍ୟାଟେରୀ ମରାମତି ହୋଇଛି। ନାସାର ମହାକାଶଚାରୀ କ୍ରିସ କ୍ୟାସିଡି ଏବଂ ରବର୍ଟ ବେହନକେନ ଏହି ମରାମତି କରିଛନ୍ତି। ଚଳିତ ସପ୍ତାହରେ ଦ୍ୱିତୀୟ ଥର ପାଇଁ ସ୍ପେସ ଓ୍ୱାକ କରି ଆଇଏସଏସରେ ଖରାପ ହୋଇଯାଇଥିବା ବ୍ୟାଟେରୀର ମରାମତି କରିଛନ୍ତି।

Advertisment

https://twitter.com/Astro_SEAL/status/1278813181599768579

କ୍ୟାସିଡି ଟୁଇଟ୍ କରି ବ୍ୟାଟେରୀ ବଦଳ କରିବାର ଫଟୋ ସହିତ ମହାକାଶର କିଛି ଫଟୋ ଶେୟାର କରିଛନ୍ତି। ପାଖାପାଖି ଛଅ ଘଣ୍ଟା ଧରି ମହାକାଶଚାରୀ ମାନେ ଆଇଏସଏସରେ ଥିବା ପୁରୁଣା ନିକେଲ-ହାଇଡ୍ରୋଜେନ ବ୍ୟାଟେରୀଟିରକୁ ବଦଳ କରି ଲିଥିଅମ ଆଇଅନ ବ୍ୟାଟେରୀ ଲଗାଇଛନ୍ତି।

କିଛି ଦିନ ତଳେ ନାସାର ଏହି ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରୁ ବାହାରି ବ୍ୟାଟେରୀ ବଦଳାଇବା ପାଇଁ ବାହାରିଥିଲେ। ଆଉ ଏହି ସମୟରେ ସ୍ପେସସୁଟରେ ଥିବା ଏକ ଆଇନା ବା କାଚ ଭାଙ୍ଗିଯାଇଥିଲା। ଏବେ ସେହି ଆଇନା ମହାକାଶରେ ନୂତନ ବର୍ଜ୍ୟବସ୍ତୁର ସାମିଲ୍ ହୋଇଛି। ତେବେ ଏହି ଆଇନା ପାଇଁ ଆଗାମୀ ଦିନରେ ମହାକାଶଚାରୀ କି ସ୍ପେସ ଷ୍ଟେସନରେ କୌଣସି ଅସୁବିଧା ହେବନି ବୋଲି କ୍ୟାସିଡି କହିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe