Advertisment

ସୌରମଣ୍ଡଳ ବାହାରେ ରହିଛି ୫୦୦୦ ବିଶ୍ୱ, ସ୍ପଷ୍ଟ କଲା ନାସା

ନୂଆଦିଲ୍ଲୀ: ଆମ ସୌରମଣ୍ଡଳ ବାହାରେ ରହିଛି ଆହୁରି ଅନେକ ବିଶ୍ୱ। ପାଖାପାଖି ୫୦୦୦ ବିଶ୍ୱ ଆମ ସୌରମଣ୍ଡଳ ବାହାରେ ଘୁରି ବୁଲିଛନ୍ତି। ଏନେଇ ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା। ଟ୍ରାନ୍ସଜିଟ୍ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS) ସାହାଯ୍ୟରେ ନାସା ଏଗୁଡିକୁ ଚିହ୍ନଟ କରିଛି। ଏହି ସମସ୍ତ ବିଶ୍ୱ ଆମର ସୌର ପ୍ରଣାଳୀ ବା ଗାଲାକ୍ସି ବାହାରେ ରହିଛନ୍ତି, ସେଥିପାଇଁ ସେମାନଙ୍କୁ ‘ଏକ୍ସୋପ୍ଲାନେଟ୍ସ୍‌’ କୁହାଯାଏ। ଯେହେତୁ ଏହି ସମସ୍ତ ନୂଆ ଗ୍ରହ ବା ବିଶ୍ୱ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ସୌରମଣ୍ଡଳ ବାହାରେ ରହିଛି ୫୦୦୦ ବିଶ୍ୱ, ସ୍ପଷ୍ଟ କଲା ନାସା

exoplanets

ନୂଆଦିଲ୍ଲୀ: ଆମ ସୌରମଣ୍ଡଳ ବାହାରେ ରହିଛି ଆହୁରି ଅନେକ ବିଶ୍ୱ। ପାଖାପାଖି ୫୦୦୦ ବିଶ୍ୱ ଆମ ସୌରମଣ୍ଡଳ ବାହାରେ ଘୁରି ବୁଲିଛନ୍ତି। ଏନେଇ ସ୍ପଷ୍ଟ କରିଛି ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା।

Advertisment

ଟ୍ରାନ୍ସଜିଟ୍ ଏକ୍ସପ୍ଲାନେଟ୍ ସର୍ଭେ ସାଟେଲାଇଟ୍ (TESS) ସାହାଯ୍ୟରେ ନାସା ଏଗୁଡିକୁ ଚିହ୍ନଟ କରିଛି। ଏହି ସମସ୍ତ ବିଶ୍ୱ ଆମର ସୌର ପ୍ରଣାଳୀ ବା ଗାଲାକ୍ସି ବାହାରେ ରହିଛନ୍ତି, ସେଥିପାଇଁ ସେମାନଙ୍କୁ 'ଏକ୍ସୋପ୍ଲାନେଟ୍ସ୍‌' କୁହାଯାଏ। ଯେହେତୁ ଏହି ସମସ୍ତ ନୂଆ ଗ୍ରହ ବା ବିଶ୍ୱ TESS ସାହାଯ୍ୟରେ ସନ୍ଧାନ ହୋଇଛି, ତେଣୁ ଏମାନଙ୍କୁ ଟେସ୍ ଅବଜେକ୍ଟସ୍ ଅଫ୍ ଇଣ୍ଟରେଷ୍ଟ ମଧ୍ୟ କୁହାଯାଉଛି। ଏହି ୫୦୦୦ ଏକ୍ସୋପ୍ଲାନେଟ୍ ଆବିଷ୍କୃତ କରି ମହାକାଶ ଗବେଷଣା ଜଗତରେ ନାସା ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।

ସୌର ମଣ୍ଡଳ ବାହାରେ ୬୫ଟି ଗ୍ରହର ବ୍ୟାଚ୍‌ ରହିଛି, ଯାହାକୁ ନାସା ଏକ୍ସୋପ୍ଲାନେଟ୍‌ ଆର୍କାଇଭ୍‌ରେ ରଖାଯାଇଛି। ଏଥିରେ ପ୍ରତିଟ ଏକ୍ସୋପ୍ଲାନେଟ୍‌ ଗୋଟିଏ ଗୋଟିଏ ବିଶ୍ୱ ସହ ସମାନ। ଆଉ କିଛି ପୃଥିବୀଠାରୁ ମଧ୍ୟ ବଡ ଅଛନ୍ତି। ଏହି ସବୁ ବିଶ୍ୱଗୁଡିକର ଅଧିକ ଅଧ୍ୟୟନ ପାଇଁ ଏକ ଟିମ୍‌ ତିଆରି କରାଯାଇଛି। ଏହି ବିଶ୍ୱଗୁଡିକରେ ଜୀବସତ୍ତା ସମ୍ଭବ ନା ନାହିଁ। ଏଠାରେ ପାଣି, ବାୟୁ, ଅମ୍ଳଜାନ, ଗଛ ପତ୍ର ଅଛି କି ନାହିଁ ତାହା ଜାଣିବା ପାଇଁ ଅଧ୍ୟୟନ ଚାଲିଛି। ଏକ୍ସୋପ୍ଲାନେଟ୍ ଆର୍କାଇଭ୍ ସାଇନ୍ସର ମୁଖ୍ୟ ଜେସି ଖ୍ରୀଷ୍ଟିଆନସେନ୍ କହିଛନ୍ତି ଯେ ଏହା ଅତ୍ୟନ୍ତ ରୋମାଞ୍ଚକର ଏବଂ ଆମେ ଏସବୁ ବିଷୟରେ ଜାଣିବାକୁ ଚାହୁଁ।

Advertisment

ଏହା ପୂର୍ବରୁ ମଧ୍ୟ ନାସା ୯୦ଦଶକରେ ଏକ୍ସୋପ୍ଲାନେଟ୍‌ର ସନ୍ଧାନ କରିସାରିଛି। ନାସାର କହିବା ମୁତାବକ, ବର୍ଷ ୨୦୧୯ରେ ୪୦୦୦ ଏକ୍ସୋପ୍ଲାନେଟ୍‌ର ସନ୍ଧାନ କରାଯାଇଥିଲା। ଏବେ ଏହି ସଂଖ୍ୟା ୫୦୦୦ରେ ପହଞ୍ଚିଛି। ବିଶ୍ୱର ବୈଜ୍ଞାନିକମାନେ ଏପରି ଦୁନିଆରେ ବଞ୍ଚିବା ସମ୍ଭବ ନା ନାହିଁ ସେ ବିଷୟରେ ଜାଣିବାକୁ ଚାହୁଁଛନ୍ତି।

ନିକଟରେ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ ମାଧ୍ୟମରେ ଏହି ସନ୍ଧାନ କରାଯାଇଥିବା ବିଶ୍ୱଗୁଡିକ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଏହାପୂର୍ବରୁ ସ୍ପିଟଜର ସ୍ପେସ୍ ଟେଲିସ୍କୋପ୍, କେପଲର୍ ସ୍ପେସ୍ ଟେଲିସ୍କୋପ୍ ଏବଂ ଟ୍ରାନ୍ସଜିଟ୍ ଏକ୍ସୋପ୍ଲାନେଟ୍ ସର୍ଭେ ସାଟେଲାଇଟ୍ ମାଧ୍ୟମରେ ହଜାର ହଜାର ନୂତନ ବିଶ୍ୱ ଆବିଷ୍କୃତ ହୋଇସାରିଛି।