Advertisment

ଭାରତକୁ ଚନ୍ଦ୍ରଯାନ-୩ ଟେକ୍ନୋଲୋଜି ମାଗିଥିଲା ନାସା: ଇସ୍ରୋ ମୁଖ୍ୟ

ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଚନ୍ଦ୍ରଯାନ-୩ରେ ବ୍ୟବହୃତ ଯନ୍ତ୍ରପାତି ମାଗିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥନ କହିଛନ୍ତି।

ଅଦ୍ୟତନ ହୋଇଛି
ISRO Chief S. Somanath

ISRO Chief S. Somanath

Advertisment

ଚନ୍ଦ୍ରଯାନ-୩ର ସଫଳତା ଭାରତର ଅଭିବୃଦ୍ଧିକୁ ଏକ ମାଇଲେଜ୍ ଦେଇଛି। ଏହି ସଫଳତାରେ ଭାରତର ମହାକାଶ ପ୍ରଯୁକ୍ତିବିଦ୍ୟାକୁ ପ୍ରଶଂସା କରିବାକୁ ବାଧ୍ୟ ହୋଇଛି ସାରା ବିଶ୍ୱ। ଆଉ ଇସ୍ରୋ ବୈଜ୍ଞାନିକଙ୍କ ମନୋବଳ ମଧ୍ୟ ଦ୍ୱିଗୁଣିତ ହୋଇଯାଇଛି। କାରଣ ବିଶ୍ୱ ସର୍ବ ଶ୍ରେଷ୍ଠ ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଇସ୍ରୋକୁ ସହାୟତା ମାଗିଛି।

Advertisment

ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା ଚନ୍ଦ୍ରଯାନ-୩ରେ ବ୍ୟବହୃତ ଯନ୍ତ୍ରପାତି ମାଗିଥିବା ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି। ସେ କହିଛନ୍ତି ଯେ, ଯେତେବେଳେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନ ପ୍ରସ୍ତୁତ କରାଯାଉଥିଲା, ସେତେବେଳେ ଆମେରିକୀୟ ବିଶେଷଜ୍ଞମାନେ ଭାରତ ଏହି ଟେକ୍ନୋଲୋଜି ସମ୍ବନ୍ଧୀୟ ସୂଚନା ଆମେରିକା ସହ ଶେଆର୍ କରିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ।

ଅବଦୁଲ କଲାମ ଫାଉଣ୍ଡେସନର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ଏହି ଖୁଲାସା କରିଛନ୍ତି ସୋମନାଥ। ଗତକାଲି(ଅକ୍ଟୋବର ୧୫)ରେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀ ଥିଲା। ଏହି ଅବସରରେ ଅବଦୁଲ କଲାମ ଫାଉଣ୍ଡସେନ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। କଲାମଙ୍କ ଜନ୍ମ ଜୟନ୍ତୀଙ୍କୁ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ମଧ୍ୟ ପାଳନ କରାଯାଏ। 

Advertisment

ଏହି କାର୍ଯ୍ୟକ୍ରମରେ ଇସ୍ରୋ ମୁଖ୍ୟ ଯୋଗଦେଇ କହିଛନ୍ତି, ବର୍ତ୍ତମାନ ସମୟ ବଦଳିଛି। ଆମ ଦେଶ ଖୁବ୍ ଶକ୍ତିଶାଳୀ। ଭାରତ ସର୍ବୋତ୍ତମ ରକେଟ୍ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ତିଆରି କରିବାରେ ସକ୍ଷମ ହୋଇପାରିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘରୋଇ ବ୍ୟବସାୟଙ୍କ ପାଇଁ ସ୍ପେସ୍ ଫିଲ୍ଡ ମଧ୍ୟ ଖୋଲିଛନ୍ତି। ଆମର ଜ୍ଞାନ ଏବଂ ବୁଦ୍ଧି ସ୍ତର ବିଶ୍ୱର ସର୍ବୋତ୍ତମମାନଙ୍କ ମଧ୍ୟରେ ରହିଛି।

ଯେତେବେଳେ ଆମେ ଚନ୍ଦ୍ରଯାନ-୩ ମିଶନ ପାଇଁ ମହାକାଶଯାନର ପରିକଳ୍ପନା ଏବଂ ବିକାଶ କରିଥିଲୁ, ସେତେବେଳେ ଆମେ ନାସା-ଜେପିଏଲ(ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ) ବିଶେଷଜ୍ଞମାନଙ୍କୁ ନିମନ୍ତ୍ରଣ କରିଥିଲୁ। ଚନ୍ଦ୍ରାୟନ-୩ (୨୩ ଅଗଷ୍ଟ) ସଫ୍ଟ ଲ୍ୟାଣ୍ଡିଂ କରିବା ପୂର୍ବରୁ ନାସା-ଜେପିଏଲର ପ୍ରାୟ ୫ରୁ ୬ ଜଣ ସଦସ୍ୟ ଇସ୍ରୋ ମୁଖ୍ୟାଳୟକୁ ଆସିଥିଲେ। ଇସ୍ରୋ ଟିମ୍ ସେମାନଙ୍କୁ ଚନ୍ଦ୍ରୟାନ-୩ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଦେଇଥିଲେ।

ଏହି ମିଶନ୍ କିପରି ଡିଜାଇନ୍ ହୋଇଛି ଏବଂ ଆମର ଇଞ୍ଜିନିୟରମାନେ ଏହାକୁ କିପରି ନିର୍ମାଣ କରିଛନ୍ତି ସେ ବିଷୟରେ ଇସ୍ରୋ ଟିମ୍ ଜେପିଏଲର ବୈଜ୍ଞାନିକମାନଙ୍କୁ ସବିଶେଷ କହିଥିଲେ। ଏପରିକି ଚନ୍ଦ୍ରପୃଷ୍ଠରେ କିପରି ସଫ୍ଟ୍ ଲ୍ୟାଣ୍ଡିଂ କରାଇବୁ ସେ ବାବଦରେ ବି ଜଣାଇଥିଲେ। ଏସବୁ ଶୁଣିବା ପରେ ଜେପିଏଲ୍ ବୈଜ୍ଞାନିକ 'ନୋ କମେଣ୍ଟ', ସବୁକିଛି ଭଲ ହେବାକୁ ଯାଉଛି ବୋଲି କହିଥିଲେ। ଏଥିସହ ନାସା ସ୍ପେସ୍ ଟେକ୍ନୋଲୋଜି କିଣିବାକୁ ଚାହୁଁଥିବା କହିଛନ୍ତି ସୋମନାଥ।

ପ୍ରକାଶ ଥାଉ କି, JPL କିମ୍ବା ନାସାର ଜେଟ୍ ପ୍ରପୁଲସନ୍ ଲାବୋରେଟୋରୀ ହେଉଛି ଏକ ଅନୁସନ୍ଧାନ ଏବଂ ଉଦ୍ଭାବନ ଲାବୋରେଟୋରୀ। ଏଥିରେ ଅନେକ ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟ କରାଯାଇଥାଏ। ଏହା ଆମେରିକାର ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ଦ୍ୱାରା ଆର୍ଥିକ ଅନୁଦାନ ପ୍ରାପ୍ତ। ଏହାକୁ ଯୁକ୍ତରାଷ୍ଟ୍ରର କାଲିଫର୍ନିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (CALTECH) ପରିଚାଳନା କରୁଛି। 

NASA ISRO Chandrayaan-3 ISRO Chief Somanath Space Technology
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe