Advertisment

ଚନ୍ଦ୍ରରେ ଦୌଡ଼ିବ ଟ୍ରେନ, ନିର୍ମାଣ ହେବ ରେଳ ଷ୍ଟେସନ!

ନାସା ଚନ୍ଦ୍ରରେ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ କରିବାକୁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି।

ଅଦ୍ୟତନ ହୋଇଛି
NASA

NASA

Advertisment

ପୃଥିବୀ ଭଳି ଚନ୍ଦ୍ରରେ ବି ଚାଲିବ ଟ୍ରେନ। ଏହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। ଭାବୁଥିବେ ଏହା କୌଣସି ଫେକ ନ୍ୟୁଜ। କିନ୍ତୁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଏମିତି କିଛି ଯୋଜନା କରାଯାଉଛି। ବର୍ତ୍ତମାନ ସମଗ୍ର ବିଶ୍ୱର ସ୍ପେସ୍ ଏଜେନ୍ସିଗୁଡ଼ିକ ଚନ୍ଦ୍ରକୁ ଭିନ୍ନଭିନ୍ନ ମିଶନ ପଠାଇବାରେ ବ୍ୟସ୍ତ ଅଛନ୍ତି।

Advertisment

ଏହିକ୍ରମରେ ଆମେରିକା ଗୋଟିଏ ପାଦ ଆଗକୁ ଯାଇ ସେଠାରେ ଟ୍ରେନ୍ ଚଳାଇବାକୁ ଯୋଜନା କରିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଚନ୍ଦ୍ରରେ ପ୍ରଥମ ଥର ପାଇଁ ରେଳ ସେବା ଆରମ୍ଭ କରିବାକୁ ଗୋଟିଏ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ନାସା ପକ୍ଷରୁ ଚନ୍ଦ୍ରରେ ପ୍ରଥମଥର ପୂର୍ଣ୍ଣକାଳୀନ ରେଳ ଷ୍ଟେସନ ନିର୍ମାଣ କରାଯିବ।

ଚନ୍ଦ୍ରପୃଷ୍ଠରେ ବିଶ୍ୱସ୍ତ, ସ୍ୱଂୟଶାସିତ ଓ ଦକ୍ଷତା ସମ୍ପନ୍ନ ପେ-ଲୋଡ୍‌ ପରିବହନ ପାଇଁ ନାସା କାର୍ଯ୍ୟକ୍ଷମ ହୋଇପାରୁ ଥିବା ରେଳ ଷ୍ଟେସନ ନିର୍ମାଣ କରିବାକୁ ଚାହୁଁଛି। କିନ୍ତୁ ଚନ୍ଦ୍ରରେ ଚାଲିବାକୁ ଥିବା ଟ୍ରେନ ଓ ସେଠାକାର ରେଳ ଷ୍ଟେସନ ପୃଥିବୀ ଠାରୁ ସଂପୂର୍ଣ୍ଣ ଭିନ୍ନ ହେବ।

Advertisment

ନାସାର କହିବା କଥା ଯେ ସେମାନେ ଏପରି ଏକ ରୋବୋଟିକ୍ ପରିବହନ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି, ଯାହା ଚନ୍ଦ୍ରରେ ଥିବା ବେସ୍‌ର ଦୈନନ୍ଦିନ ଆବଶ୍ୟକତା ପୂରଣ କରିପାରିବ।

ଆମେରିକା ୨୦୩୦ ସୁଦ୍ଧା ଚନ୍ଦ୍ରରେ ଗୋଟିଏ ସ୍ୱତନ୍ତ୍ର ବେସ୍‌ ତିଆରି କରିବା ଲକ୍ଷ୍ୟରେ ରହିଛି। ଚନ୍ଦ୍ରରେ ଚାଲିବାକୁ ଥିବା ଟ୍ରେନ୍ ପୃଥିବୀର ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ। ଏଥିପାଇଁ ଗୋଟିଏ ସ୍ୱତନ୍ତ୍ର ଟ୍ରାକ୍ ପ୍ରସ୍ତୁତ କରାଯିବ।

ନାସା ଏହାର ନାମ FLOAT ଅର୍ଥାତ୍ ଫ୍ଲେକ୍ସିବଲ୍ ଲେଭିଟେସନ୍ ଅନ ଟ୍ରାକ ରଖିଛି। ସମ୍ଭବତଃ ଏହା ଶୁଣିବାକୁ କୌଣସି ବିଜ୍ଞାନର କାଳ୍ପନିକ ଶବ୍ଦ ଲାଗିପାରେ। କିନ୍ତୁ ଏହା କିଛି ବର୍ଷ ମଧ୍ୟରେ ବାସ୍ତବ ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି।

ନାସାର ପ୍ରାରମ୍ଭିକ ଡିଜାଇନ୍ ଅନୁଯାୟୀ, FLOATରେ ୩ ​​ସ୍ତରୀୟ ଫିଲ୍ମ ଟ୍ରାକ ଉପରେ ଚୁମ୍ବକୀୟ ରୋବଟ୍ ରହିବ। ଏହି ଟ୍ରାକରେ ଏକ ଗ୍ରାଫାଇଟ୍ ସ୍ତର ରହିବ ଯାହା ରୋବଟଗୁଡ଼ିକୁ ଡାଇମାଗ୍ନେଟିକ୍ ଲେଭିଟେସନ୍ ମାଧ୍ୟମରେ ଭାସମାନ ଅବସ୍ଥାରେ ରଖିବ।

ଦ୍ୱିତୀୟ ସ୍ତର ଫ୍ଲେକ୍ସ-ସର୍କିଟ୍ ହେବ ଯାହା ଇଲେକ୍ଟ୍ରୋମ୍ୟାଗ୍ନେଟିକ୍ ଥ୍ରଷ୍ଟ ସୃଷ୍ଟି କରିବ। ଫଳରେ ରୋବଟଗୁଡ଼ିକ ଆଗକୁ ଯାଇ ପାରିବେ। ସୌର ପ୍ୟାନେଲର ଏକ ପତଳା ସ୍ତର ରହିବ ଯାହା ସୂର୍ଯ୍ୟ କିରଣରୁ ଶକ୍ତି ଉତ୍ପାଦନ କରିବ।

FLOAT ରୋବଟଗୁଡ଼ିକର କୌଣସି ମୁଭିଂ ପାର୍ଟ ରହିବ ନାହିଁ। ସେଗୁଡ଼ିକ ଟ୍ରାକ ଉପରେ ଭାସମାନ ଅବସ୍ଥାରେ ଗତିଶୀଳ ହେବେ।  ସେମାନଙ୍କର ଗତି ଘଣ୍ଟା ପ୍ରତି ୧.୬୧ କିଲୋମିଟର ହେବ। ନାସାର ଭବିଷ୍ୟତ ବେସ୍‌ରୁ ଦିନକୁ ପ୍ରାୟ ୧୦୦ ଟନ୍ ସାମଗ୍ରୀ ସ୍ଥାନାନ୍ତର କରିବାକୁ ସକ୍ଷମ ହେବେ।

Space News NASA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe