Advertisment

ସୌର ଜଗତ ବାହାରେ ଠାବ ହେଲା ସମୁଦ୍ର ବେଢ଼ିଥିବା ଏକ୍ସୋପ୍ଲାନେଟ, ଜୀବନ ସମ୍ଭବ!

ସୌର ଜଗତ ବାହାରେ ଏକ ଏକ୍ସୋପ୍ଲାନେଟ ଠାବ କଲା ଆମେରିକା ମହାକାଶ ଅନୁସନ୍ଧାନ ସଂସ୍ଥା ନାସା। ଜୀବ ସତ୍ତା ନେଇ ପାଇଲା ସୁରାଗ।

author-image
Debibandita Barick
ଅଦ୍ୟତନ ହୋଇଛି
Solar System

Solar System

ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ ସୌର ଜଗତ ବାହାରେ ଏକ ଏକ୍ସୋପ୍ଲାନେଟ ଠାବ କରିଛି। ଏହାକୁ ସମୁଦ୍ର ବେଢ଼ି ରହିଛି। ଏହି ଗ୍ରହରେ ମିଥେନ ଏବଂ କାର୍ବନ ଡାଇଅକ୍ସାଇଡ୍ ସହ ଅଙ୍ଗାରକାମ୍ଳ ଥିବା ମଧ୍ୟ ଜାଣିବାକୁ ପାଇଛି ଆମେରିକାର ମହାକାଶ ଅନୁସନ୍ଧାନ ସଂସ୍ଥା ନାସା। ଫଳରେ ଏଥିରେ ଜୀବ ସତ୍ତା ସମ୍ଭବ କି ନୁହେଁ ତା ଉପରେ ଅନୁସନ୍ଧାନ କରୁଛି ନାସା।

Advertisment

ନାସା ଏହି ଏକ୍ସୋପ୍ଲାନେଟର ନାମ K2-18b ରଖିଛି। K2-18b ତାରା ମଣ୍ଡଳ ଲିଓରେ ପୃଥିବୀଠାରୁ ୧୨୦ ଆଲୋକ ବର୍ଷ ଦୂରରେ ଅବସ୍ଥିତ K2-18 b, ପୃଥିବୀଠାରୁ ୮.୬ ଗୁଣ ଅଧିକ। ଏହା ଶୀତଳ ବାମନ (ଡ୍ୱାର୍ଫ) ତାରକା K2-18 କୁ ହ୍ୟାବିଟେବଲ୍ ଜୋନରେ ପରିକ୍ରମା କରେ। ଏହା ଏକ ହାଇସେନ୍ ଏକ୍ସପ୍ଲାନେଟ୍ ହୋଇପାରେ ବୋଲି ନାସା କହିଛି। ଯେଉଁ ଗ୍ରହର ବାୟୁ ମଣ୍ଡଳରେ ହାଇଡ୍ରୋଜେନ୍ ଏବଂ ପୃଷ୍ଠ ଭାଗରେ ଜଳ ଧାରଣ କରିଥାଏ ତାହାକୁ ହାଇସେନ୍ ବୋଲି କୁହାଯାଏ।

K2-18b ରେ ଅଙ୍ଗାରକାମ୍ଳ ଅଣୁଗୁଡ଼ିକର ଆବିଷ୍କାର ମହାକାଶ ଅନୁସନ୍ଧାନୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିଛି, କାରଣ ଏହା ଏକ ହାଇଡ୍ରୋଜେନ୍ ସମୃଦ୍ଧ ବାତାବରଣ ଏବଂ ଏଠାରେ ମହାସାଗର ଥାଇପାରେ ବୋଲି ଅନୁମାନକୁ ସତ ବୋଲି ସୁରାଗ ଯୋଗାଇଛି। ପ୍ରାରମ୍ଭିକ ପର୍ଯ୍ୟବେକ୍ଷଣରେ ଏଥିରେ ଡାଇମିଥାଇଲ୍ ସଲଫାଇଡ୍ ଥିବା ସୂଚିତ କରିଥିଲା।

Advertisment

କାର୍ଡିଫ୍ ବିଶ୍ୱବିଦ୍ୟାଳୟର ଶୁଭଜିତ୍ ସର୍କାର କହିଛନ୍ତି ଯେ, ଯଦିଓ ଆମର ସୌର ପ୍ରଣାଳୀରେ ଏହି ପ୍ରକାର ଗ୍ରହର ଉପସ୍ଥିତି ନାହିଁ, ତଥାପି ସବ୍-ନେପଚୁନ୍ ହେଉଛି ସବୁଠାରୁ ସାଧାରଣ ପ୍ରକାରର ଗ୍ରହ। ଆମେ ବର୍ତ୍ତମାନ ସୁଦ୍ଧା ଏକ ବାସଯୋଗ୍ୟ-ଜୋନ୍ ସବ୍-ନେପଚୁନର ବିସ୍ତୃତ ବିବରଣୀ ପାଇଛୁ ଏବଂ ଏଥିରେ ଆମ ବାୟୁମଣ୍ଡଳରେ ଥିବା ଅଣୁର ଅବସ୍ଥିତିକୁ ସୂଚିତ କରୁଛି। ତଥାପି K2-18b ରେ ଜୀବନ ସତ୍ତା ସମ୍ଭବ କି ନୁହେଁ ତାହା ଏବେ ବି ଅନିଶ୍ଚିତ ଘେରରେ।

ଏହି ଟିମ୍ ବର୍ତ୍ତମାନ ଟେଲିସ୍କୋପର MIRI(ମିଡ୍-ଇନଫ୍ରାରେଡ୍ ଇନଷ୍ଟ୍ରୁମେଣ୍ଟ୍) ସ୍ପେକ୍ଟ୍ରୋଗ୍ରାଫ୍ ସହାୟତାରେ ଅନୁସନ୍ଧାନ କରିବାକୁ ଯୋଜନା କରିଛି। ଏହା ମାଧ୍ୟମରେ ଅନୁସନ୍ଧାନକୁ ଅଧିକ ବୈଧ ଏବଂ K2-18bର ପାରିପାର୍ଶ୍ୱିକ ଅବସ୍ଥା ବିଷୟରେ ନୂଆ କିଛି ତଥ୍ୟ ମିଳିବ ବୋଲି ବୈଜ୍ଞାନିକମାନେ ଆଶା ରଖିଛନ୍ତି। 

NASA Exoplanet Found Solar System Research On Planet