Advertisment

ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେଶ ଷ୍ଟେସନକୁ ପଠାଇବ ନାସା

ମିଶନରେ ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ପ୍ରାଇମ ମିଶନ ପାଇଲଟ ରହିବେ।

ISRO

ISRO

Advertisment

ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ଶୁଭାଂଶୁ ଶୁକ୍ଳାଙ୍କୁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ (ଆଇଏସଏସ)କୁ ପଠାଇବ। ଭାରତ ଓ ଆମେରିକା ସ୍ପେଶ ମିଶନ ଅଧୀନରେ ନାସା ପକ୍ଷରୁ କ୍ୟାପ୍ଟେନ ଶୁକ୍ଳାଙ୍କୁ ଚୟନ କରାଯାଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଇସ୍ରୋର ମାନବ ମହାକାଶ ବିମାନ କେନ୍ଦ୍ର(ଏଚଏସ୍‌ଏଫସି) ଆମେରିକା ଭିତ୍ତିକ ଆକ୍ସିମୋ ସ୍ପେଶ ସହିତ ମହାକାଶ ବିମାନ ଚୁକ୍ତି(ଏସଏଫଏ) କରିଛି। ଆଇଏସଏସକୁ ଆଗାମୀ ଆକ୍ସିମୋ-୪ ମିଶନ ପାଇଁ ଏପରି ଚୁକ୍ତି କରାଯାଇଛି। ଏହି ମିଶନରେ ଦୁଇ ଜଣ ଭାରତୀୟ ଜଣେ ପ୍ରାଇମ ଓ ଜଣେ ବ୍ୟାକଅପ ପାଇଲଟ ରହିବେ।

ଇସ୍ରୋର ସୂଚନା ଅନୁଯାୟୀ, ମିଶନରେ ଗ୍ରୁପ କ୍ୟାପ୍ଟେନ ଶୁକ୍ଳା ପ୍ରାଇମ ମିଶନ ପାଇଲଟ ରହିବେ। ସେହିପରି ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପ୍ଟେନ ପ୍ରଶାନ୍ତ ବାଲକ୍ରିଷ୍ଣନ ନାଏର ବ୍ୟାକଅପ ମିଶନ ପାଇଲଟ ଭାବେ କାମ କରିବେ। ଦୁଇ ଅଧିକାରୀଙ୍କ ଟ୍ରେନିଂ ଯାହା ଗଗନଯାତ୍ରୀ ନାମରେ ପରିଚିତ ଅଗଷ୍ଟ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଯିବ।

Advertisment

ମିଶନ ସମୟରେ ଅଧିକାରୀମାନେ ଆଇଏସଏସରେ ନିର୍ଦ୍ଦିଷ୍ଟ ବିଜ୍ଞାନଭିତ୍ତିକ ଗବେଷଣା ଓ ଟେକ୍ନୋଲୋଜିର ପରୀକ୍ଷାନୀରିକ୍ଷା ଉପରେ କାମ କରିବେ। ଏଥିସହ ମହାକାଶର ବିଭିନ୍ନ କାର୍ଯ୍ୟକ୍ରମକୁ ମଧ୍ୟ ତଦାରଖ କରିବେ।

ଆକ୍ସିମୋ -୪ ମିଶନରେ ଆମେରିକାର ପେଗୀ ହ୍ୱିଟସନ(କମାଣ୍ଡର), ଭାରତର ଗ୍ରୁପ କ୍ୟାପ୍ଟେନ ଶୁକ୍ଳା(ପାଇଲଟ), ପୋଲାଣ୍ଡର ସା ଆୱସଜ ଉଜନାସିକ(ମିଶନ ସ୍ପେଶାଲିଷ୍ଟ) ଓ ହଙ୍ଗେରୀର ତିବୋର କାପୁ(ମିଶନ ସ୍ପେଶାଲିଷ୍ଟ) ରହିଛନ୍ତି।

ଗତ ବର୍ଷ ଏୟାରଫୋର୍ସର ୪ ଜଣ ପାଇଲଟଙ୍କୁ ଚୟନ କରାଯାଇଥିଲା। ଏହାପରେ ବେଙ୍ଗାଲୁରୁରେ ଥିବା ଇସ୍ରୋର ମହାକାଶଚାରୀ ତାଲିମ କେନ୍ଦ୍ର ଗଗନଯାନ ମିଶନ ପାଇଁ ଟ୍ରେନିଂ ଦିଆଯାଇଥିଲା।

ଗ୍ରୁପ କ୍ୟାପ୍ଟେନ ଶୁକ୍ଳାଙ୍କ ଜନ୍ମ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ। ୧୮ ବର୍ଷ ତଳେ ଭାରତୀୟ ବାୟୁସେନାରେ ସେ ନିଜ କ୍ୟାରିୟରର ଆରମ୍ଭ କରିଥିଲେ। ନ୍ୟାଶନାଲ ଡିଫେନ୍ସ ଏକାଡେମୀରେ ସେ ତାଲିମ ନେବା ପରେ ବାୟୁସେନାରେ ଭର୍ତ୍ତି ହୋଇଥିଲେ।

ଶୁକ୍ଳା ୧୪ ବର୍ଷ ବୟସର ହୋଇଥିବା ବେଳେ କାର୍ଗିଲ ୱାର ହୋଇଥିଲା। ସେବେଠାରୁ ସେ ଭାରତ ମା’ର ସେବା କରିବାକୁ ପଣ କରିଥିଲେ ବୋଲି ତାଙ୍କ ଭଉଣୀ କହିଛନ୍ତି।

NASA ISRO
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe