Advertisment

ମଙ୍ଗଳ ଗ୍ରହରେ ବିମାନ ଉଡ଼ାଇ ଇତିହାସ ରଚିଲା ନାସା

ନ୍ୟୁୟର୍କ: ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ମଙ୍ଗଳ ଗ୍ରହରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ନାସାର ଏକ ଛୋଟିଆ ହେଲିକପ୍ଟର ମଙ୍ଗଳ ଗ୍ରହରେ ସଫଳତାର ସହ ଉଡ଼ିଥିବା ଦେଖିବାକୁ ମିଳିଛି। ଇନଜେନ୍ୟୁଟି ନାମକ ହେଲିକପ୍ଟରଟି ନାସାର Perseverance Rover ସହ ମିଶି ମଙ୍ଗଳ ଗ୍ରହରେ ଉଡାଣ ଭରିଛି। ପାଖାପାଖି ୬ ବର୍ଷ ଧରି ନାସା ଏ ନେଇ ପରୀକ୍ଷା କରିବା ପରେ ଶେଷରେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡାଇବାରେ ସଫଳ ହୋଇଛି। ଏହି ଐତିହାସିକ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ମଙ୍ଗଳ ଗ୍ରହରେ ବିମାନ ଉଡ଼ାଇ ଇତିହାସ ରଚିଲା ନାସା

nasa

ନ୍ୟୁୟର୍କ: ଆମେରିକାର ମହାକାଶ ଗବେଷଣାକାରୀ ସଂସ୍ଥା ନାସା ମଙ୍ଗଳ ଗ୍ରହରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ନାସାର ଏକ ଛୋଟିଆ ହେଲିକପ୍ଟର ମଙ୍ଗଳ ଗ୍ରହରେ ସଫଳତାର ସହ ଉଡ଼ିଥିବା ଦେଖିବାକୁ ମିଳିଛି। ଇନଜେନ୍ୟୁଟି ନାମକ ହେଲିକପ୍ଟରଟି ନାସାର Perseverance Rover ସହ ମିଶି ମଙ୍ଗଳ ଗ୍ରହରେ ଉଡାଣ ଭରିଛି। ପାଖାପାଖି ୬ ବର୍ଷ ଧରି ନାସା ଏ ନେଇ ପରୀକ୍ଷା କରିବା ପରେ ଶେଷରେ ମଙ୍ଗଳଗ୍ରହରେ ହେଲିକପ୍ଟର ଉଡାଇବାରେ ସଫଳ ହୋଇଛି। ଏହି ଐତିହାସିକ ମୁହୂର୍ତ୍ତକୁ ନାସା ସିଧାପ୍ରସାରଣ କରିଥିଲା। ଏହି ସଫଳତା ପରେ ଏବେ ନାସା ଏହି ବିମାନ ଜରିଆରେ ମଙ୍ଗଳର ଗ୍ରହ ବାବଦରେ ଅନେକ ତଥ୍ୟ ହାସଲ କରିପାରିବ।

Advertisment

ଇନଜେନ୍ୟୁଟି ହେଲିକପ୍ଟରର ଫିଚର

ନାସାର ଇନଜେନ୍ୟୁଟି ହେଲିକପ୍ଟରଟି ସୋମବାର ମଙ୍ଗଳ ଗ୍ରହର ଧୂଳିଭର୍ତ୍ତି ଅଞ୍ଚଳରେ ଉଡିଛି। ଏହି ମିନି ହେଲିକପ୍ଟର ଓଜନ ୧.୮ କିଲୋଗ୍ରାମ ରହିଥିବା ବେଳେ ଉଚ୍ଚତା ୧.୬ ଫୁଟ ବା ୦.୫ ମିଟର ଲମ୍ବା ରହିଛି। ଏଥିରେ ବ୍ୟାଟେରୀ, ହିଟର ଏବଂ ସେନସର ମଧ୍ୟ ରହିଛି। ହେଲିକପ୍ଟରର ଶୀର୍ଷରେ ଏକ ସୋଲାର ପ୍ୟାନେଲ୍ ରହିଛି ଯାହାକି ବ୍ୟାଟେରୀକୁ ଚାର୍ଜ କରେ। ଏହି ମିନି ହେଲିକପ୍ଟର ମାଇନସ୍ ୯୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାରେ ମଧ୍ୟ ଉଡିପାରିବାର କ୍ଷମତା ରଖିଛି। ଏହାର ମୂଲ୍ୟ ୮୫ ନିୟୁତ ଡଲାର, ଯାହାକି ଭାରତୀୟ ମୁଦ୍ରାରେ ପ୍ରାୟ ୬ ବିଲିୟନ।

ବିମାନ ଉଡ଼ାଇବା ବଡ଼ ଚ୍ୟାଲେଞ୍ଜ ଥିଲା

ମଙ୍ଗଳ ଗ୍ରହ ବା ଲାଲ ଗ୍ରହରେ ବିମାନ ଉଡ଼ାଇବା ଏତେ ସହଜ ନୁହେଁ। କାରଣ ଏଠାରେ ବାୟୁମଣ୍ଡଳ ବହୁତ ପତଳା। ଯାହା ପୃଥିବୀର ବାୟୁମଣ୍ଡଳର ମାତ୍ର ଏକ ପ୍ରତିଶତ। ଏପରି ପରିସ୍ଥିତିରେ, ରୋଟ୍ରାଫ୍ଟର ବ୍ଲେଡକୁ ବହୁତ ବ୍ୟବହାର କରିବାକୁ ପଡ଼ିବ। ତେଣୁ ନାସା ଏହି ଇନଜେନ୍ୟୁଟି ହେଲିକପ୍ଟରଟିକୁ ହାଲୁକା କରିଛି। ଏଥିସହ ବ୍ଲେଡଟି ପ୍ରତି ମିନିଟରେ ୨୫୦୦ରୁ ଅଧିକ ଥର ଘୁରିବାର ଦକ୍ଷତା ରଖିଛି। ଏବେ ନାସା ଆଶା ରଖିଛି ଆଗାମୀ ଦିନରେ ଅନ୍ୟ ଗ୍ରହରେ ମଧ୍ୟ ଏହି ବିମାନ ଜରିଆରେ ଗବେଷଣା କରିହେବ।

Advertisment

ମଙ୍ଗଳ ଗ୍ରହରେ ଇନଜେନ୍ୟୁଟି ହେଲିକପ୍ଟର ଉଡ଼ିବା ପରେ ବୈଜ୍ଞାନିକମାନେ କାଲିଫର୍ନିଆର ପର୍ସେଭେରାନ୍ସ ରୋଭରରୁ ସିଗନାଲ ପାଇଥିଲେ। ଆଉ ଏହି ସିଗନାଲରେ ହେଲିକପ୍ଟରଟି ଉଡ଼ାଣ ଭରିବା ପରେ ଏକ ବ୍ଲାକ ଆଣ୍ଡ ହ୍ୱାଇଟ୍ ଫଟୋ ଆସିଥିଲା। ଯେଉଁଥିରେ ହେଲିକପ୍ଟର ଛାଇ ଦୃଶ୍ୟମାନ ହୋଇଥିଲା। ଆଉ କିଛି ସମୟ ପରେ ଇନଜେନ୍ୟୁଟି ମଙ୍ଗଳ ପୃଷ୍ଠର ଏକ କଲର ଫଟୋ ପଠାଇଥିଲା।

ଇନଜେନ୍ୟୁଟି ହେଲିକପ୍ଟରର ପ୍ରୋଜେକ୍ଟ ମ୍ୟାନେଜର ମିମି ଅଙ୍ଗ ଏହି ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ଏହା ତାଙ୍କ ଟିମ୍ ପାଇଁ ବହୁତ ବଡ଼ ସଫଳତା ବୋଲି କହିଛନ୍ତି। ସେ କହିଛନ୍ତି ଏବେ ଆମେ କହିପାରିବା ଯେ ଅନ୍ୟ ଗ୍ରହରେ ରୋଟ୍ରାକ୍ରାଫ୍ଟ ଉଡ଼ାଇବାରେ ମଣିଷ ସଫଳ ହୋଇଛି। ଏହି ମିଶନରେ ଅନେକ ବିପଦ ଥିଲା  ବୋଲି କହିଛନ୍ତି।

ଏହି ହେଲିକପ୍ଟର ଉଡ଼ିବା ପୂର୍ବରୁ ମିମି ଆଙ୍ଗ ଏବଂ ତାଙ୍କ ଟିମ୍ ତିନି ଘଣ୍ଟା ଅପେକ୍ଷା କରିଥିଲେ ଯେମିତି କିଛି ଭୁଲ୍ ହୋଇନଯାଉ। କାରଣ ଏହାପୂର୍ବରୁ, ଇନଜେନ୍ୟୁଟି ହେଲିକପ୍ଟରର ପରୀକ୍ଷା ଏପ୍ରିଲ ୧୧ ରେ କରାଯିବାରଥିଲା, କିନ୍ତୁ ବୈଷୟିକ ତ୍ରୁଟି ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଆଉ ଏହାପରେ ପୁଣିଥରେ ସଫ୍ଟୱେର୍ ଅପଡେଟ୍ କରିବା ପରେ ହେଲିକପ୍ଟରଟି ଉଡ଼ିବାରେ ସଫଳ ହୋଇଛି।

ଏହି ଇନଜେନ୍ୟୁଟି ହେଲିକପ୍ଟରର ଉଡ଼ାଣ ପାଇଁ ମଙ୍ଗଳ ଗ୍ରହରେ ୧୦୦ ବର୍ଗ ମିଟର ବିମାନ କ୍ଷେତ୍ର ବାଛିଥିଲା ନାସା। ରୋଭର ଏପ୍ରିଲ୍ ୩ରେ ଏୟାରଫିଲ୍ଡରେ ଇନଜେନ୍ୟୁଟି ମୁକ୍ତ କରିଥିଲା। ଆଉ ଏପ୍ରିଲ୍ ୧୮ରେ, ନିୟନ୍ତ୍ରକମାନେ ଇନଜେନ୍ୟୁଟି ହେଲିକପ୍ଟରକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାର ସଫ୍ଟୱେର୍ ଅପଡେଟ୍ କରିଥିଲେ।

NASA