ଓମିକ୍ରନ୍‌ ନଯାଉଣୁ ଆସିଲାଣି 'IHU' ଭାରିଏଣ୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏଥିଯୋଗୁଁ କରୋନର କେଉଁଠି ତୃତୀୟ ଲହର ଆରମ୍ଭ ହୋଇଛି ତ ଆଉ କେଉଁଠି ପଞ୍ଚମ। ଦିନକୁ ଦିନ କରୋନା ସହ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ମୁଣ୍ଡ ଟେକିଛି ଆଉ ଏକ ନୂଆ ଭାରିଏଣ୍ଟ। ଓମିକ୍ରନ୍ ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭ୍ୟାରିଏଣ୍ଟକୁ ଠାବ କରିଛନ୍ତି । ଏହି ଭାରିଏଣ୍ଟର ନାଁ ‘IHU’ […]

Corona

Corona

Madhupriya Mistry
  • Published: Tuesday, 04 January 2022
  • Updated: 04 January 2022, 01:15 PM IST

Sports

Latest News

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍‌। ଏଥିଯୋଗୁଁ କରୋନର କେଉଁଠି ତୃତୀୟ ଲହର ଆରମ୍ଭ ହୋଇଛି ତ ଆଉ କେଉଁଠି ପଞ୍ଚମ। ଦିନକୁ ଦିନ କରୋନା ସହ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢ଼ି ଚାଲିଛି। ଏହାରି ଭିତରେ ମୁଣ୍ଡ ଟେକିଛି ଆଉ ଏକ ନୂଆ ଭାରିଏଣ୍ଟ।

ଓମିକ୍ରନ୍ ପରେ ବୈଜ୍ଞାନିକମାନେ କରୋନାର ଆଉ ଏକ ଭ୍ୟାରିଏଣ୍ଟକୁ ଠାବ କରିଛନ୍ତି । ଏହି ଭାରିଏଣ୍ଟର ନାଁ 'IHU' । ଓମିକ୍ରନ୍ ଆତଙ୍କରେ ସାରା ବିଶ୍ୱ ଆତଙ୍କିତ ଥିବା ବେଳେ ଏବେ ଆଇଏଚୟୁ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢ଼ିଛି। କରୋନାର ଏହି ନୂଆ ଭାରିଏଣ୍ଟ ପ୍ରାୟ ୪୬ ଥର ମ୍ୟୁଟେସନ୍‌ ହୋଇପାରେ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ, ଏହି ଭାରିଏଣ୍ଟ ଓମିକ୍ରନ୍‌ ଭାଇରସ ଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇପାରେ।

ରିପୋର୍ଟ ଅନୁଯାୟୀ, ଫ୍ରାନ୍ସରେ କରୋନାର ଏହି ନୂଆ ଭ୍ୟାରିଏଣ୍ଟ B.1.640.2 ତଥା 'IHU' ଚିହ୍ନଟ କରାଯାଇଛି । ଫ୍ରାନ୍ସର ମାରସେଲରେ ଆଇଏଚୟୁ ଭାରିଏଣ୍ଟ ର ୧୨ଟି ମାମଲା ସାମ୍ନାକୁ ଆସିଛି । ଏହି ଭାରିଏଣ୍ଟ ସେହି ଲୋକଙ୍କଠାରେ ଦେଖାଦେଇଛି ଯେଉଁମାନେ ଆଫ୍ରିକାର କ୍ୟାମରୁନରୁ ଫେରିଥିଲେ।

ତେବେ କରୋନାର ଏହି ନୂଆ ଭାରିଏଣ୍ଟ ଆଇଏଚୟୁ କେତେ ସଂକ୍ରାମକ ହେବ ଏବଂ ଲୋକଙ୍କ ପ୍ରତି ଏହା କେତେ ଘାତକ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । କିନ୍ତୁ ଫ୍ରାନ୍ସରେ ଏହାକୁ ନେଇ ଚିନ୍ତା ବଢିଯାଇଛି। କାରଣ ବର୍ତ୍ତମାନ ଫ୍ରାନ୍ସରେ ଓମିକ୍ରନ୍ ଲହର ଦ୍ରୂତ ଗତିରେ ମାଡିଚାଲିଛି। ପ୍ରତିଦିନ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ ପ୍ରତିଶତ ଲୋକେ ଓମିକ୍ରନରେ ଆକ୍ରାନ୍ତ ହେଉଛନ୍ତି। ଏହାରି ମଧ୍ୟରେ ନୂଆ ଭାରିଏଣ୍ଟ ମାମଲା ଚିହ୍ନଟ ହେବାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ମୁତାବକ, ଫ୍ରାନ୍ସ ବ୍ୟତୀତ ଅନ୍ୟ କୌଣସି ଦେଶରେ 'ଆଇଏଚ୍‌ୟୁ' ଭାରିଏଣ୍ଟ ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇନାହିଁ। ଏହାରି ଭିତରେ ମହାମାରୀ ବୈଜ୍ଞାନିକ ଏରିକ୍‌ ଫେଗଲ ଡିଙ୍ଗ ଟ୍ୱିଟ୍‌ କରି କହିଛନ୍ତି, କରୋନାର ଏହି ନୂଆ ଭାରିଏଣ୍ଟ ସାମ୍ନାକୁ ଆସିଛି ସତ କିନ୍ତୁ ଏହା ପୁରୁଣା ଭାରିଏଣ୍ଟ ତୁଳନାରେ ଅଧିକ ଭୟାନକ ବୋଲି କୁହାଯାଇପାରିବ ନାହିଁ। ତେବେ ଅଧିକ ଥର ମ୍ୟୁଟେସନ କରୁଥିବା ଭାରିଏଣ୍ଟ ଅଧିକ ବିପଦଜନକ ବୋଲି ବିଶ୍ୱାସ କରାଯାଏ।

ନଭେମ୍ବର ୨୪ ତାରିଖରେ ପ୍ରଥମଥର ପାଇଁ ଓମିକ୍ରନ୍‌ ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ସେହିଦିନ ଠାରୁ ବର୍ତ୍ତମାନ ଯାଏ ଓମିକ୍ରନ୍‌ ୧୦୦ରୁ ଅଧିକ ଦେଶକୁ ବ୍ୟାପିସାରିଲାଣି। ଭାରତରେ ଏହା ବର୍ତ୍ତମାନ ଯାଏଁ ୨୩ଟି କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟକୁ ବ୍ୟାପିଗଲାଣି। ସାରା ଦେଶରେ ମୋଟ ୧୮୯୨ଟି ଓମିକ୍ରନ୍‌ ମାମଲା ସାମ୍ନାକୁ ଆସିଛି। ତେବେ ଆଶ୍ୱସ୍ତିକର କଥା ହେଉଛି ଡେଲ୍ଟା ଭାରିଏଣ୍ଟ ତୁଳନାରେ ଓମିକ୍ରନ୍‌ ଦୁର୍ବଳ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos