Advertisment

ଚନ୍ଦ୍ରଯାନ ୩ର ଫଟୋ ଉଠାଇଲା ଚନ୍ଦ୍ରଯାନ-୨

ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ଲାଗିଥିବା ଡିଏଫଏସଏଆର ବା Dual-Frequency Synthetic Aperture Radar ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି।

ISRO

ISRO

Advertisment

ସଫଳତାକୁ ଛୁଇଁବାରେ ସାମାନ୍ୟ ବିଫଳ ହୋଇଥିବା ଚନ୍ଦ୍ରଯାନ-୨ର ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଜହ୍ନ ମାମୁ ଆଡ଼କୁ ଯାଉଥିବା ବେଳେ ଚନ୍ଦ୍ରଯାନ ୨ ହିଁ ଏହାକୁ ପ୍ରଥମେ ସ୍ୱାଗତ କରିଥିଲା।

Advertisment

ଏବେ ଚନ୍ଦ୍ରଯାନ-୨ ଅର୍ବିଟର୍‌ରେ ଲାଗିଥିବା ଡିଏଫଏସଏଆର ବା Dual-Frequency Synthetic Aperture Radar ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ଆଜି ଟ୍ୱିଟ କରାଯାଇଛି।

ଇସ୍ରୋ କହିଛି ଯେ ଡିଏଫଏସଏଆର ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ରହିଥିବା ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଥିଲା। ଫଟୋରୁ ବିକ୍ରମ ଠିକଠାକ ରହିଥିବା ଦେଖିବାକୁ ମିଳୁଛି।

Advertisment

ଚନ୍ଦ୍ରଯାନ-୨କୁ ଜହ୍ନ ଅଭିମୁଖେ ପଠା ଯାଇଥିଲା। ଏହା ୨୦୧୯ ସେପ୍ଟେମ୍ବର ୭ରେ ଲ୍ୟାଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ କ୍ରାଶ ହୋଇ ଯାଇଥିଲା। କିନ୍ତୁ ଏହାର ଅର୍ବିଟର ଏବେ ବି କାର୍ଯ୍ୟକ୍ଷମ ରହିଛି। କ୍ରାଶ ଲ୍ୟାଣ୍ଡିଂ ହୋଇଥିଲେ ହେଁ ଡିଏଫଏସଏଆର ସେବେଠାରୁ ଲୁନାର ସରଫେସ ସମ୍ପର୍କରେ ହାଇକ୍ୱାଲିଟି ତଥ୍ୟ ଦେବାରେ ଲାଗିଛି। ଏହିକ୍ରମରେ ସେପ୍ଟେମ୍ବର ୬ରେ ମଧ୍ୟ ଡିଏଫଏସଏଆର ଲ୍ୟାଣ୍ଡର ବିକ୍ରମର ଫଟୋ ଉଠାଇଥିଲା।

ISRO ISRO Moon Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe