Advertisment

ଓଡ଼ିଆ ବୈଜ୍ଞାନିକଙ୍କ ନାମରେ ନାମିତ ହେଲା ଚେରି ଫୁଲ, ‘ପ୍ରୁନୁସ୍‌ ଦୀନବନ୍ଧୁଆନ’ ଭାବେ ପାଇବ ପରିଚୟ

ଆନମନା କରିଦିଏ ଚେରି ଗଛର ଫୁଲ। ଯିଏ ଥରେ ଦେଖିଛି ସିଏ ଏହି ଫୁଲ ପ୍ରେମରେ ପଡ଼ିଛି। ଧଳା ସାଙ୍ଗକୁ ହାଲକା ଗୋଲାପି ରଙ୍ଗର ଏହି ଫୁଲ ପ୍ରକୃତିପ୍ରେମୀଙ୍କୁ ପାଗଳ କରିଦିଏ। ଏହା ଶାନ୍ତି ଓ ସୌହାର୍ଦ୍ଦ୍ୟର ପ୍ରତୀକ। ସାଧାରଣତଃ ଚେରି ଫୁଲକୁ ଜାପାନର ଜାତୀୟ ଫୁଲ ଭାବେ ବିବେଚନା କରାଯାଏ। ଯାହାକି ଶାକିରା ନାମରେ ବି ପରିଚିତ। ଏହା ଏକ ପ୍ରକାର ପ୍ରେରଣାର ଉତ୍ସ ବୋଲି ଜାପାନୀମାନେ ବିଶ୍ୱାସ କରନ୍ତି। ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଓଡ଼ିଆ ବୈଜ୍ଞାନିକଙ୍କ ନାମରେ ନାମିତ ହେଲା ଚେରି ଫୁଲ, ‘ପ୍ରୁନୁସ୍‌ ଦୀନବନ୍ଧୁଆନ’ ଭାବେ ପାଇବ ପରିଚୟ

cherry-blossom

ଆନମନା କରିଦିଏ ଚେରି ଗଛର ଫୁଲ। ଯିଏ ଥରେ ଦେଖିଛି ସିଏ ଏହି ଫୁଲ ପ୍ରେମରେ ପଡ଼ିଛି। ଧଳା ସାଙ୍ଗକୁ ହାଲକା ଗୋଲାପି ରଙ୍ଗର ଏହି ଫୁଲ ପ୍ରକୃତିପ୍ରେମୀଙ୍କୁ ପାଗଳ କରିଦିଏ। ଏହା ଶାନ୍ତି ଓ ସୌହାର୍ଦ୍ଦ୍ୟର ପ୍ରତୀକ। ସାଧାରଣତଃ ଚେରି ଫୁଲକୁ ଜାପାନର ଜାତୀୟ ଫୁଲ ଭାବେ ବିବେଚନା କରାଯାଏ। ଯାହାକି ଶାକିରା ନାମରେ ବି ପରିଚିତ। ଏହା ଏକ ପ୍ରକାର ପ୍ରେରଣାର ଉତ୍ସ ବୋଲି ଜାପାନୀମାନେ ବିଶ୍ୱାସ କରନ୍ତି। ସମଗ୍ର ବିଶ୍ୱର ବିଭିନ୍ନ ଦେଶରେ ଚେରି ଫୁଲ ଫୁଟୁଥିବା ବେଳେ ଏହାକୁ ନେଇ ଗଠିତ ହୋଇଛି ଶାକୁରା ମ୍ୟାପ। ଭାରତ ୨୮ତମ ଦେଶ ଭାବେ ଶାକୁରା ମ୍ୟାପରେ ଏଣ୍ଟ୍ରି କରିପାରିଥିବା ବେଳେ ଏହା ପଛରେ ରହିଛି ଓଡ଼ିଶା ବୈଜ୍ଞାନିକ ଡକ୍ଟର ଦୀନବନ୍ଧୁ ସାହୁଙ୍କ ଅବଦାନ।

Advertisment

ଡ. ସାହୁଙ୍କ ଗଭୀର ଅଧ୍ୟୟନ, ପ୍ରଚେଷ୍ଟା ଓ ଗବେଷଣା ଯୋଗୁ ଦିନେ ଜାପାନର ପରିଚୟ ପାଲଟିଥିବା ଚେରି ଫୁଲ ଏବେ ଭାରତର ମାଟି, ପବନରେ ହସୁଛି। ଡ. ସାହୁଙ୍କ ଦୀର୍ଘ ୮ ବର୍ଷର ସାଧନା, ଗବେଷଣା ଫଳରେ ଚେରି ଫୁଲ ଏବେ ୮ଟି ଉତ୍ତରପୂର୍ବ ରାଜ୍ୟ ମଧ୍ୟରୁ ୬ଟିରେ ବହୁଳ ମାତ୍ରାରେ ହାତ ପାଅନ୍ତାରେ ମିଳିପାରୁଛି। ଡା. ସାହୁଙ୍କ ଏହି ଅବଦାନକୁ ନ ଭୁଲି ମଣିପୁରର ବୈଜ୍ଞାନିକ ଏକ ନୂଆ ପ୍ରଜାତିର ଚେରି ଗଛ ଉଦ୍ଭାବନ କରିଥିବା ବେଳେ ତାହାର ନାମ ଓଡ଼ିଆ ବୈଜ୍ଞାନିକ ଡକ୍ଟର ଦୀନବନ୍ଧୁ ସାହୁଙ୍କ ନାମରେ ନାମିତ କରିଛନ୍ତି।

[caption id="attachment_727025" align="aligncenter" width="650"]cherry-blossom Representational Image[/caption]

Advertisment

ଭାରତରେ ଚେରି ଫୁଲକୁ ଲୋକପ୍ରିୟ କରିବା ତଥା ଏହାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଥିବା ଡ. ସାହୁଙ୍କ ପ୍ରତି କୃତଜ୍ଞତା ସ୍ୱରୂପ ଏହି ନୂଆ ପ୍ରଜାତିର ଚେରି ଗଛ ଏବେ ‘ପ୍ରୁନୁସ୍‌ ଦୀନବନ୍ଧୁଆନ’ ଭାବେ ପରିଚୟ ହାସଲ କରିଛି। ଏହି ଗଛ ୨୫ରୁ ୩୦ ମିଟର ପର୍ଯ୍ୟନ୍ତ ବଢ଼ିବ। ପ୍ରତିବର୍ଷ ନଭେମ୍ବରରେ ଏହାର ଫୁଲର ମହକ ସମସ୍ତଙ୍କୁ ଆନମନା କରିଦେବ ବୋଲି କହିଛନ୍ତି ବୈଜ୍ଞାନିକ। ଫିନଲାଣ୍ଡରୁ ପ୍ରକାଶିତ ହେଉଥିବା ଆନ୍ତର୍ଜତୀୟ ପତ୍ରିକା Annales Botanici Fenniciରେ ଏ ସମ୍ପର୍କୀତ ତଥ୍ୟ ପ୍ରକାଶ ପାଇଛି।

ଏନେଇ ଡା. ସାହୁ କହିଛନ୍ତି,  ଜାପାନ ଓ ଆମେରିକାରେ ପ୍ରତି ବର୍ଷ ମାଚ୍ଚ-ଏପ୍ରିଲରେ ଆୟୋଜିତ ହେଉଥିବା ଚେରି ଫୁଲ ଉତ୍ସବ ଲକ୍ଷାଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପର୍ଯ୍ୟଟକଙ୍କ ଆଗମନ ହେତୁ ସରକାରଙ୍କ ଭଲ ଆୟ ମଧ୍ୟ ହୋଇଥାଏ। କିନ୍ତୁ କିଛି ବର୍ଷ ମଧ୍ୟରେ ଏଥିରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି। କାରଣ ଭାରତ ଏବେ ଚେରି ଫୁଲ ଉତ୍ସବର ନୂଆ ଠିକଣା ପାଲଟିଯାଇଛି।

୨୦୧୪ ମସିହାରେ ଡା. ସାହୁ ଶିଲଂ ବୁଲି ଯାଇଥିବା ବେଳେ ସେଠାରେ ଏକ ଚେରି ଗଛ ଦେଖିବାକୁ ପାଇଥିଲେ। ଏହି ଗଛର ଫୁଲର ସୁନ୍ଦରତା ତାଙ୍କୁ ପାଗଳ କରିଥିଲା। ତେଣୁ ଭାରତରେ ‘ଚେରି ଫୁଲ ଉତ୍ସବ’ ଆୟୋଜନ କରିବାକୁ ସେ ସ୍ଥିର କଲେ।

[caption id="attachment_727026" align="aligncenter" width="650"]cherry-blossom Representational Image[/caption]

ଉକ୍ତ ବର୍ଷ ଡା. ସାହୁ ଶିଲଂସ୍ଥିତ IBSD ସେଣ୍ଟରର ଡାଇରେକ୍ଟର ଭାବେ ନିଯୁକ୍ତି ପାଇଲେ। ନିଜ ସ୍ୱପ୍ନ ସାକାର କରିବାକୁ ଏହା ତାଙ୍କୁ ସୁବର୍ଣ୍ଣ ସୁଯୋଗ ଆଣିଦେଲା। ଏହାପରେ ସେ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଘଞ୍ଚ ଜଙ୍ଗଲରେ ଚେରି ଗଛର ସନ୍ଧାନ କରିବାକୁ ଲାଗିଲେ।

ଏହାପରେ ୨୦୧୫ ମସିହାରେ ‘ମିଶନ ପିଙ୍କ ବିପ୍ଳବ’  ବା ‘ମିଶନ ଚେରି ଫୁଲ ଉତ୍ସବ’ ଭାରତରେ କରିବାକୁ ଯୋଜନା ପ୍ରସ୍ତୁତ କଲେ। ଏହାପରେ ହଜାର ହଜାର ସଂଖ୍ୟାରେ ଚେରି ଗଛ ଶିଲଂ ଓ ମଣିପୁରରେ ୨୦୧୫ ପ୍ରଥମାର୍ଦ୍ଧରେ ରାଜ୍ୟ ସରକାରଙ୍କ ସହଯୋଗରେ ଲଗାଗଲା। ଜାପାନ ପକ୍ଷରୁ ମଧ୍ୟ ସହଯୋଗର ହାତ ବଢ଼ିଲା। ଜାପାନର ଏକ ପ୍ରତିନିଧି ମଣ୍ଡଳୀ ୨୦୧୬ ମସିହା ପ୍ରଥମ ଭାଗରେ ଭାରତରେ ପହଞ୍ଚି ସାକୁରା ଉତ୍ସବ ଆୟୋଜନ କଲେ।

[caption id="attachment_727028" align="aligncenter" width="650"]cherry-blossom Representational Image[/caption]

ଏହି ଖବର ପ୍ରଚାରିତ ହେବା ପରେ ଚେରି ଫୁଲର ସୁନ୍ଦରତାକୁ ମନ ଭରି ଉପଭୋଗ କରିବାକୁ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଏହାଦ୍ୱାରା ବହୁ ଲୋକଙ୍କୁ ଭଲ ରୋଜଗାର ମିଳୁଥିବା ବେଳେ ରାଜ୍ୟ ସରକାରଙ୍କ ଆୟ ବଢ଼ୁଛି ଓ ପର୍ଯ୍ୟଟନ ଶିଳ୍ପ ସୁଦୃଢ ହେଉଛି।

ସେଣ୍ଟର ଫର ହିମାଳୟ ଷ୍ଟଡିର ଆସିଷ୍ଟାଣ୍ଟ ଡାଇରେକ୍ଟର କହିଛନ୍ତି, ଓଡ଼ିଶାର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭାଇସ୍‌-ଚାନସେଲର ଥିବା ଡକ୍ଟର ଦୀନବନ୍ଧୁ ସାହୁ ମଣିପୁର ଆସିବା ପରେ ବହୁ ଉତ୍ତରପୂର୍ବ ରାଜ୍ୟରେ ବହୁଳ ସଂଖ୍ୟାରେ ଚେରି ଗଛ ରୋପଣ କରିଥିଲେ। ଏବେକାର ବୈଜ୍ଞାନିକମାନେ ସାହୁଙ୍କଠାରୁ ଉତ୍ତରାଧିକାରୀ ସୂତ୍ରରେ ପାଇଥିବା ରିସର୍ଚ୍ଚକୁ ଆଗକୁ ବଢ଼ାଇନେବେ। ଏଥିନିମନ୍ତେ ରାଜ୍ୟରେ ଏହାର ବହୁ ରିସର୍ଚ୍ଚ ପ୍ରୋଜେକ୍ଟ ବି ଆରମ୍ଭ ହୋଇଛି।