Advertisment

ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପୁଅ ନାମରେ ନାମିତ ହେଲା ନୂଆ ପ୍ରଜାତିର ସାପ

ଔରଙ୍ଗାବାଦ: ଦେଶରେ ଏକ ନୂଆ ପ୍ରଜାତିର ସାପର ସନ୍ଧାନ ମିଳିଛି। ବାଘ ଦେହରେ ଥିବା କଳା କଳା ଦାଗ ଏହି ସାପର ଶରୀରରେ ରହିଛି। ମହାରାଷ୍ଟ୍ରର ପଶ୍ଚିମଘାଟରେ ଏହି ବିରଳ ପ୍ରଜାତିର ସାପ ଦେଖିବାକୁ ମିଳେ। ପୁଣେ ସ୍ଥିତ ଜୈବ ବିବିଧତା ସଂରକ୍ଷଣ ଫାଉଣ୍ଡେସନର ନିର୍ଦ୍ଦେଶକ ବରଦ ଗିରି କହିଛନ୍ତି ଏହି ସାପକୁ ସଧାରଣତଃ ‘ବିଲେଇ ସାପ’ ବୋଲି କୁହାଯାଏ। ବମ୍ୱେ ନେଚୁରାଲ ହିଷ୍ଟ୍ରି ସୋସାଇଟି ପତ୍ରିକାରେ ଏ ବାବଦରେ ପ୍ରକାଶ ପାଇଛି। My brother, Tejas […]

ଅଦ୍ୟତନ ହୋଇଛି
ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପୁଅ ନାମରେ ନାମିତ ହେଲା ନୂଆ ପ୍ରଜାତିର ସାପ

THAKREY CAT SNAKE

Advertisment

ଔରଙ୍ଗାବାଦ: ଦେଶରେ ଏକ ନୂଆ ପ୍ରଜାତିର ସାପର ସନ୍ଧାନ ମିଳିଛି। ବାଘ ଦେହରେ ଥିବା କଳା କଳା ଦାଗ ଏହି ସାପର ଶରୀରରେ ରହିଛି। ମହାରାଷ୍ଟ୍ରର ପଶ୍ଚିମଘାଟରେ ଏହି ବିରଳ ପ୍ରଜାତିର ସାପ ଦେଖିବାକୁ ମିଳେ। ପୁଣେ ସ୍ଥିତ ଜୈବ ବିବିଧତା ସଂରକ୍ଷଣ ଫାଉଣ୍ଡେସନର ନିର୍ଦ୍ଦେଶକ ବରଦ ଗିରି କହିଛନ୍ତି ଏହି ସାପକୁ ସଧାରଣତଃ ‘ବିଲେଇ ସାପ’ ବୋଲି କୁହାଯାଏ। ବମ୍ୱେ ନେଚୁରାଲ ହିଷ୍ଟ୍ରି ସୋସାଇଟି ପତ୍ରିକାରେ ଏ ବାବଦରେ ପ୍ରକାଶ ପାଇଛି।

Advertisment

https://twitter.com/AUThackeray/status/1177120721060810758

ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ ଠାକରେ ପଶ୍ଚିମ ମହାରାଷ୍ଟ୍ରର ସତାରା ଜିଲ୍ଲାର କୋୟନା ଅଞ୍ଚଳରେ ଏହି ସାପକୁ ୨୦୧୫ରେ ପ୍ରଥମେ ଦେଖିଥିଲେ। ଏହାପରେ  ଅଧିକ ଅନୁସନ୍ଧାନ କରି ବିବିଧତା ସଂରକ୍ଷଣ ଫାଉଣ୍ଡେସନକୁ ଏହି ନୂଆ ପ୍ରଜାତିର ସାପ ବାବଦରେ ସୂଚନା ଦେଇଥିଲେ। ତେଣୁ ଏହି ସାପର ଇଂରାଜୀ ନାମ ‘ଠାକରେଜ କେଟ୍ ସ୍ନେକ୍’(ବୈଜ୍ଞାନିକ ନାମକରଣ ବୋଇଗା ଠାକରେୟି) ରଖାଯାଇଛି।

ତେଜସଙ୍କ ବଡ଼ ଭାଇ ତଥା ରାଜନେତା ଆଦିତ୍ୟ ଠାକରେ ମଧ୍ୟ ସାପର ଫଟୋ ଚିତ୍ର ବାବଦରେ ସେୟାର କରି ଉଲ୍ଲେଖ କରିଛନ୍ତି। ଏହି ସାପ ମୁଖ୍ୟତଃ ବର୍ଷା ଦିନରେ ଗଛରେ ଥିବା ଦେଖିବାକୁ ମିଳେ। ଗଛରେ ଥିବା ବେଙ୍ଗ ଏବଂ ତାର ଅଣ୍ଡା ଏହି ସାପ ଖାଇଥାଏ ବୋଲି ଆଦିତ୍ୟ ଠାକରେ ଉଲ୍ଲେଖ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe