Advertisment

ଆବଶ୍ୟକରୁ ଅଧିକ ଲୁଣ ଖାଉଥିବାରୁ ହୃଦ ରୋଗ ହେଉଛି: WHO

ନୂଆଦିଲ୍ଲୀ: ଲୁଣ ବିନା କୌଣସି ଖାଦ୍ୟ ସୁଆଦିଆ ହୋଇପାରେନି। ତେଣୁ ପ୍ରତ୍ୟେକ ଖାଦ୍ୟରେ ଲୁଣ ନିଜର ଉପସ୍ଥିତି ଜାହିର କରେ। ସେହିପରି ଗଳଗଣ୍ଡ ଆଦି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଲୁଣ ନିତାନ୍ତ ଆବଶ୍ୟକ। ତେବେ ଆଜି ସାରା ବିଶ୍ୱରେ ଖାଦ୍ୟରେ ଅତ୍ୟଧିକ ଲୁଣ ବ୍ୟବହାର କରୁଥିବାରୁ ହୃଦ ରୋଗ ଭଳି ରୋଗ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ୩୦ ଲକ୍ଷ ଲୋକ ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ସମସ୍ତେ ଏବେ ଖାଦ୍ୟରେ […]

ଅଦ୍ୟତନ ହୋଇଛି
ଆବଶ୍ୟକରୁ ଅଧିକ ଲୁଣ ଖାଉଥିବାରୁ ହୃଦ ରୋଗ ହେଉଛି: WHO

SALT

Advertisment

ନୂଆଦିଲ୍ଲୀ: ଲୁଣ ବିନା କୌଣସି ଖାଦ୍ୟ ସୁଆଦିଆ ହୋଇପାରେନି। ତେଣୁ ପ୍ରତ୍ୟେକ ଖାଦ୍ୟରେ ଲୁଣ ନିଜର ଉପସ୍ଥିତି ଜାହିର କରେ। ସେହିପରି ଗଳଗଣ୍ଡ ଆଦି ରୋଗରୁ ମୁକ୍ତି ପାଇବା ପାଇଁ ହେଲେ ଲୁଣ ନିତାନ୍ତ ଆବଶ୍ୟକ। ତେବେ ଆଜି ସାରା ବିଶ୍ୱରେ ଖାଦ୍ୟରେ ଅତ୍ୟଧିକ ଲୁଣ ବ୍ୟବହାର କରୁଥିବାରୁ ହୃଦ ରୋଗ ଭଳି ରୋଗ ଦେଖାଦେଇଛି। ପ୍ରତ୍ୟେକ ବର୍ଷ ୩୦ ଲକ୍ଷ ଲୋକ ସାରା ବିଶ୍ୱରେ ହୃଦଘାତରେ ମୃତ୍ୟୁ ବରଣ କରୁଛନ୍ତି। ତେଣୁ ସମସ୍ତେ ଏବେ ଖାଦ୍ୟରେ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଠିକ୍ ନୁହେଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO)ର ମୁଖ୍ୟ ଟେଡ୍ରୋସ ଆଧାନୋମ ଏହା କହିଛନ୍ତି।

Advertisment

ମେ ୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଲୁଣକୁ ନେଇ ଏକ ବେଞ୍ଚ ମାର୍କ ବା ମାପଦଣ୍ଡ ଜାରି କରିଛି। ୬୦ ରୁ ଅଧିକ ଖାଦ୍ୟରେ ସୋଡିୟମ୍ ସ୍ତର ବା ଲୁଣ ବାବଦରେ ଏକ ବିଶ୍ୱସ୍ତରୀୟ ମାନଦଣ୍ଡ ପ୍ରକାଶ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଯାହାକି ଖାଦ୍ୟର ଗୁଣବତ୍ତା ସହିତ ମଣିଷର ଶରୀର ପାଇଁ ହିତକାରକ ବୋଲି କୁହାଯାଇଛି।

ଏବେ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ଚଟପଟି ଖାଦ୍ୟରେ ଲୁଣିଆ ଖାଦ୍ୟ ପଦାର୍ଥ ରହିଥାଏ। ଏହି ସବୁ ଖାଦ୍ୟ ତିଆରି କରୁଥିବା କମ୍ପାନୀକୁ ମଧ୍ୟ ଲୁଣର ପରିମାଣ କମ୍ କରିବାକୁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍। ୨୦୨୫ ସୁଦ୍ଧା ସାରା ବିଶ୍ୱରେ ଏବେ ବ୍ୟବହାର ହେଉଥିବା ମୋଟ୍ ଲୁଣରୁ ୩୦ ପ୍ରତିଶତ ଲୁଣ କମ୍ ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

Advertisment

WHOର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ କହିଛନ୍ତି ଯେ “ଅନେକ ଲୋକ ସୋଡିୟମ୍ କେତେ ଖାଇବା ଦରକାର ଜାଣନ୍ତି ନାହିଁ। ଏଭଳି ହେବା ଦ୍ୱାରା ସେମାନଙ୍କ ଶରୀରର ପ୍ରତି ବିପଦ ସୃଷ୍ଟି ହେଉଛି। ଲୁଣର ପରିମାଣକୁ ହ୍ରାସ କରିବା ଏବଂ ଲୋକଙ୍କୁ ସଠିକ୍ ଖାଦ୍ୟ ଦେବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ କରିବା ଦରକାର। ଏଥିପାଇଁ ସମସ୍ତ ଦେଶକୁ ଏକାଠି ହେବାକୁ ପଡିବ”।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe