ନୂଆଦିଲ୍ଲୀ: କରୋନା ଭାଇରସର କ୍ଷମତା ଏବେ ବଢ଼ିଯାଇଛି। ଆଗାମୀ ଦିନରେ ମଣିଷଙ୍କ ଶରୀରରେ ଏହି ଭାଇରସ ଅଧିକ ସଂକ୍ରମିତ ହୋଇପାରେ। ଗବେଷକମାନେ ଏଭଳି କିଛି ଜାଣିବାକୁ ପାଇଛନ୍ତି। ଜର୍ଣ୍ଣାଲ ସେଲ ନାମକ ପତ୍ରିକାରେ ଏଭଳି ଖବର ପ୍ରକାଶ ପାଇଛି। କରୋନା ଭାଇରସର ପରିବର୍ତ୍ତିତ ଷ୍ଟେନ୍ର ନାମ ଡି୬୧୪ଜି ରହିଛି।
ଏପ୍ରିଲରେ ଡି୬୧୪ଜି ପ୍ରଥମେ ଚିହ୍ନଟ ହୋଇଛି। ଏହା କରୋନାର ପରିବର୍ତ୍ତିତ ଢାଞ୍ଚା ହୋଇଥିବାରୁ ଏହାକୁ ଭଲ ଭାବରେ ନିରୀକ୍ଷଣ କରାଯାଉଥିବା ଆମେରିକାର ଲଶ ଆଲାମୋଶ ନ୍ୟାଶନାଲ ଲାବରୋଟରୀର ଗବେଷକ ବେଟେ କୋରବେର କହିଛନ୍ତି।
ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ନୂଆ ଭାଇରସ କରୋନା ଅପେକ୍ଷା ଅଧିକ ମାରାତ୍ମକ। ଏହି ଭାଇରସ ଲୋକଙ୍କୁ ଅଧିତ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେବେ ଏଯାବତ ଡି୬୧୪ଜି ଅଧିକ ମାରାତ୍ମକ ବା ବିସ୍ଫୋରକ ହୋଇନଥିବା ଅନ୍ୟ ଜଣେ ବୈଜ୍ଞାନିକ ଡେ ସିଲଭା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ।
Science & Environment
ପଦାର୍ଥ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ।
Science & Environment
ମେଡିସିନରେ ଦୁଇ ଜଣଙ୍କୁ ନୋବେଲ
ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ଦୁଇ ଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର।
Science & Environment
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ
ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ମାନବିକ ଅଧିକାର ସାବ୍ୟସ୍ତ କରିବେ ସୁନୀତା ୱିଲିୟମ୍ସ।
Science & Environment
ଜଙ୍ଗଲରେ ଦେଖାଗଲା ବିଶାଳକାୟ ଦୁଇଗୋଡ଼ିଆ ଜନ୍ତୁ!
ଓକଲାହୋମର ୱିଚିତା ଜଙ୍ଗଲରେ ମଣିଷ ଭଳି ଦେଖା ଯାଉଥିବା ଏକ ଜନ୍ତୁ ଦେଖିବାକୁ ମିଳିଛି।