ନାଇଟ୍ ସିଫ୍ଟ କରୁଛନ୍ତି କି? ସାବଧାନ ହୋଇଯାଆନ୍ତୁ

ଓ୍ୱାଶିଂଟନ: ଆଜିକାଲି ପ୍ରାୟତଃ କମ୍ପାନୀ ଏବେ ୨୪ ଘଣ୍ଟିଆ। ଦିନ ପରି ରାତିରେ ମଧ୍ୟ କର୍ମଚାରୀ କାମ କରୁଛନ୍ତି। ହେଲେ ଯେଉଁମାନେ ରାତିରେ ଡ୍ୟୁଟି କରୁଛନ୍ତି ସେମାନଙ୍କ ପାଇଁ ସତର୍କ ହେବାର ସମୟ ଆସିଛି। ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଯେଉଁଥିରେ କ୍ୟାନସରେ ହେବାର ସମ୍ଭାବନା ମଧ୍ୟ ରହିଛି। ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକ କହିଛନ୍ତି ଯେ, ଯେଉଁମାନେ ରାତିରେ କାମ କରନ୍ତି, ସେମାନଙ୍କ ପାଖରେ ସାଧାରଣ ସିଫ୍ଟରେ କାମ କରୁଥିବା […]

night shift

Subhransu Sekhar
  • Published: Tuesday, 09 March 2021
  • , Updated: 09 March 2021, 06:44 PM IST

ଓ୍ୱାଶିଂଟନ: ଆଜିକାଲି ପ୍ରାୟତଃ କମ୍ପାନୀ ଏବେ ୨୪ ଘଣ୍ଟିଆ। ଦିନ ପରି ରାତିରେ ମଧ୍ୟ କର୍ମଚାରୀ କାମ କରୁଛନ୍ତି। ହେଲେ ଯେଉଁମାନେ ରାତିରେ ଡ୍ୟୁଟି କରୁଛନ୍ତି ସେମାନଙ୍କ ପାଇଁ ସତର୍କ ହେବାର ସମୟ ଆସିଛି। ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ଯେଉଁଥିରେ କ୍ୟାନସରେ ହେବାର ସମ୍ଭାବନା ମଧ୍ୟ ରହିଛି।

ୱାଶିଂଟନ୍ ଷ୍ଟେଟ୍ ୟୁନିଭର୍ସିଟିର ଗବେଷକ କହିଛନ୍ତି ଯେ, ଯେଉଁମାନେ ରାତିରେ କାମ କରନ୍ତି, ସେମାନଙ୍କ ପାଖରେ ସାଧାରଣ ସିଫ୍ଟରେ କାମ କରୁଥିବା ଲୋକଙ୍କ ଅପେକ୍ଷା ବିଭିନ୍ନ ପ୍ରକାରର କ୍ୟାନସର ରୋଗ ହେବାର ଆଶଙ୍କା ଅଧିକ ରହିଛି। ଷ୍ଟଡି ରିପୋର୍ଟରେ କୁହାଯାଇଛି ଯେ ଶରୀର ୨୪ ଘଣ୍ଟା ଏକ ଲୟରେ କାମ କରେ। ଏହି ସମୟ ମଧ୍ୟରେ ଏହା କର୍କଟ ସହିତ ଜଡିତ କେତେକ ଜିନର କାର୍ଯ୍ୟକଳାପରେ ବାନ୍ଧି ରହିଥାଏ। ଯେଉଁ କାରଣରୁ ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ଡିଏନଏ ପ୍ରତି ବିପଦ ରହିଥାଏ। ଏହା ସହିତ ଡିଏନଏ ମରାମତି କରୁଥିବା ଜିନ୍ ମଧ୍ୟ ସଠିକ୍ ଭାବରେ କାମ କରିପାରିବାର ସକ୍ଷମ ହୋଇନଥାଏ।

ଏହି ଗବେଷଣା ରିପୋର୍ଟ ପାଇନାଲ୍ ରିସର୍ଚ୍ଚରେ ପ୍ରକାଶିତ ହୋଇଛି। ଅଧ୍ୟୟନ ବେଳେ ଲ୍ୟାବ ପରୀକ୍ଷାର ରିପୋର୍ଟକୁ ସାମିଲ କରାଯାଇଛି। ଯେଉଁଥିରେ ସୁସ୍ଥ ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ଏବଂ ସେମାନଙ୍କୁ ରାତିରେ କାମ କରିବାକୁ କୁହାଯାଇଥିବା ସହିତ ଖାଇବା ସୂଚୀ ଦିଆଯାଇଥିଲା।

ଗବେଷକ ମାନେ ରିପୋର୍ଟରେ କହିଛନ୍ତି ଯେ ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କଠାରେ କ୍ୟାନସରକୁ ରୋକିବା ଏବଂ କିଭଳି ଚିକିତ୍ସା କରାଇ ହେବ ତା ଉପରେ ଅଧିକ ଅନୁସନ୍ଧାନ କରାଯିବାର ଆବଶ୍ୟକ ରହିଛି।

ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜ ଅଫ୍ ଫାର୍ମାସି ଏବଂ ଫାର୍ମାସ୍ୟୁଟିକାଲ୍ ସାଇନ୍ସର ଆସୋସିଏଟ୍ ପ୍ରଫେସର ତଥା ଏହି ରିପୋର୍ଟ ଲେଖିଥିବା ପ୍ରଫେସର ଶୋଭନ୍ ଗଡ୍ଡାମିଧି କହିଛନ୍ତି, ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକମାନେ କ୍ୟାନସରରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କର୍କଟ ରୋଗ ଉପରେ ଅନ୍ତର୍ଜାତୀୟ ଏଜେନ୍ସି ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କୁ ସମ୍ଭାବ୍ୟ କାର୍ସିନୋଜେନିକ୍ ବର୍ଗରେ ସାମିଲ କରିଛି।

ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜର ସ୍ପିପ୍ ଆଣ୍ଡ ପରଫରମାନ୍ସ ରିସର୍ଚ୍ଚ ସେଣ୍ଟର ଏବଂ ୟୁଏସ ଡିପାର୍ଟମେଣ୍ଟ ଅଫ୍ ଏନର୍ଜିର ପାସିଫିକ ନର୍ଥଓ୍ୱେଷ୍ଟ ନ୍ୟାଶନାଲ ଲାବୋରୋଟରୀ ସହିତ ମିଶି ଏହି ବୈଜ୍ଞାନିକମାନେ ଗବେଷଣା କରିଛନ୍ତି। ଯେଉଁଥିରେ ଗବେଷକମାନେ ବାୟୋଲଜିକାଲ କ୍ଲକରେ କଣ ହେଲେ ଏଭଳି କର୍କଟ ରୋଗର ସମମ୍ବାବନା ବଢ଼ିଥାଏ ତାର ଗବେଷଣା କରିଛନ୍ତି। ମୋଟ୍ ୧୪ ପ୍ରତିଶତ ଲୋକଙ୍କ ଶରୀରରେ ଏହି ଗବେଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପରୀକ୍ଷାରେ ଭାଗ ନେଇଥିବା ଲୋକମାନେ ଓ୍ୱାଶିଂଟନ ଷ୍ଟେଟ୍ ୟୁନିଭର୍ସିଟିର କଲେଜର ପରୀକ୍ଷାଗାରରେ ୭ ଦିନ ବିତାଇଥିଲେ। ଏହି ସମୟ ମଧ୍ୟରେ, ଅଧା ଲୋକଙ୍କୁ ନାଇଟ୍ ସିଫ୍ଟରେ ଏବଂ ବାକି ଲୋକଙ୍କ ଦିନ ସିଫ୍ଟରେ ରଖାଯାଇଥିଲା। ଏହି ସମୟ ମଧ୍ୟରେ, ନାଇଟ୍ ସିଫ୍ଟରେ କାମ କରୁଥିବା ଲୋକଙ୍କ ଡିଏନଏରେ ଅଧିକ କ୍ଷତି ହୋଇଥିବା ଦେଖିବାକୁ ମିଳିଛି।

Related story