Advertisment

ପଦାର୍ଥ ବିଜ୍ଞାନରେ ତିନି ଜଣଙ୍କୁ ମିଳିବ ନୋବେଲ୍

ପିଏରେ ଅଗୋସ୍ତିନି, ଫେରେନ୍ସ  କ୍ରାଉଜ, ଆନୀ ଏଲ'ହୁଇଲିଅରଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍।

author-image
Debibandita Barick
ଅଦ୍ୟତନ ହୋଇଛି
2023 Nobel Wining Physicists

2023 Nobel Wining Physicists

ଘୋଷଣା ହେଲା ଚଳିତ ବର୍ଷର ନୋବେଲ୍ ବିଜୟୀ ପଦାର୍ଥ ବିଜ୍ଞାନୀଙ୍କ ନାଁ। 2023 ବର୍ଷ ପାଇଁ ମିଳିତ ଭାବେ ନୋବେଲ୍ ପାଇବେ ତିନି ଜଣ ପଦାର୍ଥ ବିଜ୍ଞାନୀ। ପିଏରେ ଆଗୋସ୍ତିନି(Pierre Agostini), ଫେରେନ୍ସ  କ୍ରାଉଜ(Ferenc Krausz), ଆନୀ ଏଲ'ହୁଇଲିଅର(Anne L’Huillier)ଙ୍କୁ ମିଳିବ ଫିଜିକ୍ସ ନୋବେଲ୍ ପ୍ରାଇଜ୍।

Advertisment

ପଦାର୍ଥରେ ଇଲେକ୍ଟ୍ରୋନ୍ ଗତିଶୀଳତା କ୍ଷେତ୍ରରେ ଅଧ୍ୟୟନ ପାଇଁ ସେମାନଙ୍କୁ ନୋବେଲ୍ ଦିଆଯିବ। ନୋବେଲ୍ ଘୋଷଣା କରୁଥିବା ଟିମ୍ କହିଛନ୍ତି ଯେ, ଏହି ତିନି ଜଣ ନୋବେଲ ବିଜେତା ମାନବଜାତିକୁ ପରମାଣୁ ଏବଂ ଅଣୁଗୁଡ଼ିକ ମଧ୍ୟରେ ଇଲେକ୍ଟ୍ରୋନ୍ ଡାଇନାମିକ୍ସକୁ ଅନୁସନ୍ଧାନ କରିବା ପାଇଁ ନୂତନ ସାଧନ ଦେଇଛନ୍ତି। ସେମାନେ ଆଲୋକର ଅତି କ୍ଷୁଦ୍ର କଣିକାକୁ ସୃଷ୍ଟି କରିବାର ଏକ ଉପାୟ ପ୍ରଦର୍ଶନ କରିଛନ୍ତି ଯାହା ଇଲେକ୍ଟ୍ରୋନ୍ ଗତି କିମ୍ବା ପରିବର୍ତ୍ତନ ପ୍ରକ୍ରିୟାକୁ ମାପିବା ପାଇଁ ବ୍ୟବହୃତ ହୋଇପାରିବ।

Advertisment

2022 ବର୍ଷ ପାଇଁ ମିଳିତ ଭାବେ ତିନି ଜଣଙ୍କୁ ନୋବେଲ୍ ମିଳିଥିଲା। ଆଲେନ୍ ଆସପେକ୍ଟ(Alain Aspect), ଜନ୍ କ୍ଲଜର(John Clauser) ଏବଂ ଆଣ୍ଟନ୍ ଜେଲିଞ୍ଜର୍‌(Anton Zeilinger) ନୋବେଲ ମିଳିଥିଲା। ଏମାନେ କ୍ୱାଣ୍ଟମ୍ ସ୍ଥିତିକୁ ବ୍ୟବହାର କରି ଗ୍ରାଉଣ୍ଡବ୍ରେକିଙ୍ଗ୍ ପରୀକ୍ଷଣ କରିଥିଲେ। ଯେଉଁଥିରେ ସେମାନେ ଜାଣିବାକୁ ପାଇଥିଲେ ଯେ, ଦୁଇଟି ପାର୍ଟିକିଲ୍ ଅଲଗା ହେବା ପରେ ବି ଗୋଟିଏ ୟୁନିଟ୍ ପରି ଆଚରଣ କରୁଥିଲେ।

ଏହି ପରୀକ୍ଷଣ ନୂତନ ଟେକ୍ନୋଲୋଜି ଉଦ୍ଭାବନ କ୍ଷେତ୍ରରେ ସହାୟକ ପୂର୍ଣ୍ଣ ଦର୍ଶାଇ ସେମାନଙ୍କୁ ନୋବେଲ ଦେଇଥିଲା ନୋବେଲ ଆସେମ୍ୱଲି। 

ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ପ୍ରତିବର୍ଷ ରୋୟାଲ ସ୍ୱେଡିଶ ଏକାଡେମି ନୋବେଲ୍ ପୁରସ୍କାର ଦେଇଥାଏ। 1901ରୁ ଏହି ପରମ୍ପରା ଚାଲିଆସୁଛି। 1901ରୁ 2022 ମଧ୍ୟରେ 116 ଥର ଫିଜିକ୍ସରେ ନୋବେଲ୍ ପ୍ରାଇଜ୍ ଦିଆଗଲାଣି। ବର୍ତ୍ତମାନ ସୁଦ୍ଧା 222 ଜଣ ପୁରସ୍କାର ପାଇଥିବା ବେଳେ ଜନ୍ ବର୍ଡେନ ହେଉଛନ୍ତି ଏକମାତ୍ର ବିଜେତା ଯିଏକି ଦୁଇ ଦୁଇ ଥର ବିଶ୍ୱର ଏହି ଶ୍ରେଷ୍ଠତମ ସମ୍ମାନ ପାଇଛନ୍ତି। ସେ 1956 ଏବଂ 1972ରେ ଦୁଇଥର ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଛନ୍ତି।

Nobel Prize 2023 Nobel Prize In Physics Nobel Wining Physicists Nobel Winer