Advertisment

ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ

ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ।

Nobel

Nobel

Advertisment

ରସାୟନ ବିଜ୍ଞାନ କ୍ଷେତ୍ରରେ ଉତ୍କୃଷ୍ଠତା ପାଇଁ ମିଳିତ ଭାବେ ତିନି ଜଣ ବୈଜ୍ଞାନିକଙ୍କୁ ମିଳିବ ଚଳିତ ବର୍ଷର ନୋବେଲ ପୁରସ୍କାର। ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ। କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନ ପାଇଁ ଏହି ୩ ଜଣଙ୍କୁ ନୋବେଲ ଦିଆଯିବ।

Advertisment

ତେବେ ପୁରସ୍କାର ବାବଦରେ ମିଳିବାକୁ ଥିବା ଅଧା ଅର୍ଥ ଏକାକୀ ଡାଭିଡ ବାକେର ନେବେ। ବାକି ଅଧା ପୁରସ୍କାର ରାଶି ଡେମିସ ଓ ଜନଙ୍କ ମଧ୍ୟରେ ସମାନ ଭାବେ ବଣ୍ଟା ଯିବ। ଡାଭିଡ କମ୍ପ୍ୟୁଟେସନାଲ ପ୍ରୋଟିନ ଡିଜାଇନର ଆବିଷ୍କାର କରିଥିଲେ। ଜନ ଓ ଡେମିସ ଫର ପ୍ରୋଟିନ ଷ୍ଟ୍ରକଚରାଲ ପ୍ରେଡିକସନ କରିଥିବାରୁ ସେମାନଙ୍କୁ ମଧ୍ୟ ନୋବେଲ ପାଇଁ ଚୟନ କରାଯାଇଛି।

ପ୍ରୋଟିନଗୁଡ଼ିକ କମ୍ପ୍ଲେକ୍ସ ମୋଲେକୁଲେସ। ଏହା ଶରୀର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରେ। ସେଗୁଡ଼ିକ ଛୋଟ ଛୋଟ ୟୁନିଟରେ ପରିଣତ ହୋଇଥାଆନ୍ତି। ଏହାକୁ ଆମିନୋ ଏସିଡ କୁହାଯାଏ। ଏହି ଛୋଟ ଛୋଟ ୟୁନିଟ ଗୁଡ଼ିକ ଏକାଠି ଲମ୍ବା ଚେନ ଦ୍ୱାରା ପରସ୍ପରର ଲିଙ୍କରେ ରହୁନ୍ତି। ଶରୀରରେ ୨୦ ପ୍ରକାରର ଭିନ୍ନ ଭିନ୍ନ ଆମିନୋ ଏସିଡ ରହିଛି। ସେମାନେ ନିର୍ଦ୍ଦିଷ୍ଟ କ୍ରମରେ ରୁହନ୍ତି। ସେହି ଅନୁସାରେ ପ୍ରୋଟିନର ଷ୍ଟ୍ରକଚର ଓ କାର୍ଯ୍ୟକାରିତା ହୋଇଥାଏ।

Advertisment

୨୦୦୩ରେ ଡାଭିଡ ବାକେର ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ସେତେବେଳେ ସେ ବେଶ ସଫଳତାର ସହ ଏହି ବ୍ଲକଗୁଡ଼ିକୁ ବ୍ୟବହାର କରି ଗୋଟିଏ ନୂଆ ପ୍ରୋଟିନ ଡିଜାଇନ କରିଥିଲେ। ଏହା ଅନ୍ୟ ପ୍ରୋଟିନଗୁଡ଼ିକ ଠାରୁ ସଂପୂର୍ଣ୍ଣ ଭିନ୍ନ ଥିଲା। ସେବେଠାରୁ ତାଙ୍କ ଗବେଷଣା ଟିମରେ ଥିବା ସଦସ୍ୟମାନେ ଗୋଟିଏ ପରେ ଗୋଟିଏ କଳ୍ପନାଶୀଳ ପ୍ରୋଟିନ ତିଆରି କରି ଚାଲିଛନ୍ତି।

୨୦୨୦ରେ ବୈଜ୍ଞାନିକ ଡେମିସ ଓ ଜନ ଗୋଟିଏ ଏଆଇ ମଡେଲ ବାହାର କରିଥିଲେ। ଏହାକୁ AlphaFold2 କୁହାଯାଇଥିଲା। ଗୁଗଲର ଡୀପମାଇଣ୍ଡ ପ୍ରୋଜେକ୍ଟ ଅଧୀନରେ ଏହାକୁ ତିଆରି କରାଯାଇଥିଲା। ଏହି ଏଆଇ ମଡେଲେ ଭର୍ଚ୍ୟୁଆଲ ମାଧ୍ୟମରେ ଗବେଷକମାନେ ତିଆରି କରିଥିବା ୨୦୦ ମିଲିୟନ ପ୍ରୋଟିନର ଷ୍ଟ୍ରକଚରକୁ ଆକଳନ କରିବାକୁ ସକ୍ଷମ ହୋଇଥିଲା। ବୈଜ୍ଞାନିକ ଡେମିସ ଲଣ୍ଡନରେ ଥିବା ଗୁଗଲ ଡୀପମାଇଣ୍ଡ ସିଇଓ ଓ ଜନ ଏମ ଜମ୍ପର ଏବେ ଡୀପମାଇଣ୍ଡର ସିନିୟର ରିସର୍ଚ୍ଚ ସାଇଣ୍ଟିଷ୍ଟ।

୨୦୨୩ରେ ମଧ୍ୟ ୩ ଜଣଙ୍କୁ ରସାୟନ ବିଜ୍ଞାନରେ ନୋବେଲ ମିଳିଥିଲା। ମାଉଙ୍ଗି ଜି. ବାୱେନ୍ଦି, ଲୋଇସ୍ ଇ. ବ୍ରୁସ ଏବଂ ଆଲେକ୍ସି ଏଲ. ଏକିମୋଭଙ୍କୁ ନୋବେଲ ଦିଆଯାଇଥିଲା। ନୋବେଲ ବିଜେତାଙ୍କୁ ପୁରସ୍କାର ରାଶି ସ୍ୱରୂପ ୧୦ ନିୟୁତ ସ୍ୱିଡେନ କ୍ରୋନୋର (ପ୍ରାୟ ୯୦୦,୦୦୦ ଡଲାର) ଦିଆଯାଏ।

Nobel Prize In Chemistry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe