ତାପମାତ୍ରା ବୃଦ୍ଧି ଯୋଗୁଁ ବର୍ଷକରେ ମରିଗଲେ ୧୦୦ କୋଟି ସାମୁଦ୍ରିକ ଜୀବ

୨୦୨୧ରେ ମେରାଇନ୍ ହିଟ ୱେଭ୍ ବା ସାମୁଦ୍ରିକ ତାପ ପ୍ରବାହ ପ୍ରାୟ ୧୦୦ କୋଟି ସାମୁଦ୍ରିକ ଜୀବଙ୍କ ଜୀବନ ନେଇଛି।

Seafloor Representative Image

ଗଭୀର ସମୁଦ୍ରର ପ୍ରତିକାତ୍ମକ ଚିତ୍ର

Debibandita Barick
  • Published: Wednesday, 20 September 2023
  • , Updated: 20 September 2023, 12:54 PM IST

ଜଳବାୟୁ ପରିବର୍ତ୍ତନ, ତାପମାତ୍ରା ବୃଦ୍ଧି କେବଳ ଯେ ସ୍ଥଳଚର ପ୍ରାଣୀଙ୍କୁ ପ୍ରଭାବିତ କରୁଛି ତାହା ନୁହେଁ, ଏହା ସାମୁଦ୍ରିକ ଜୀବଙ୍କ ପାଇଁ ମଧ୍ୟ ଅଭିଶାପ ପାଲଟିଛି। କାରଣ ଏକ ରିପୋର୍ଟ ଅନୁସାରେ ୨୦୨୧ରେ ମେରାଇନ୍ ହିଟୱେଭ୍ ବା ସାମୁଦ୍ରିକ ତାପ ପ୍ରବାହ ପ୍ରାୟ ୧୦୦ କୋଟି ସାମୁଦ୍ରିକ ଜୀବଙ୍କ ଜୀବନ ନେଇଛି।

ସମୁଦ୍ରରେ ଜୀବଙ୍କ ମୃତ୍ୟୁ ଘଟିବା ପରେ ଏହା କିପରି ଜଳ ପରିବେଶକୁ ଦୂଷିତ କରୁଛି ଏବଂ ସାମୁଦ୍ରିକ ଜୀବଙ୍କ ଜୀବନ ଚକ୍ରକୁ ପ୍ରଭାବିତ କରୁଛନ୍ତି ତା' ଉପରେ ଦୃଷ୍ଟି ରଖିଛନ୍ତି ବୈଜ୍ଞାନିକ। ବୈଜ୍ଞାନିକ ତଥ୍ୟ ଅନୁସାରେ, ସାମୁଦ୍ରିକ ତାପ ପ୍ରବାହ ହେଉଛି ଅସ୍ୱାଭାବିକ ଉଚ୍ଚ ସମୁଦ୍ରର ତାପମାତ୍ରା, ଯାହା ପାଞ୍ଚ ଦିନ କିମ୍ବା ତା'ଠାରୁ ଅଧିକ ସମୟ ରହିଥାଏ। ବିଶ୍ୱ ତାପମାତ୍ରା କାରଣରୁ ଏହା ବାରମ୍ବାର ତୀବ୍ର ହେବାରେ ଲାଗିଛି।

ସାଟେଲାଇଟର ବ୍ୟବହାର ଫଳରେ ସମୁଦ୍ର ବିଜ୍ଞାନରେ ବୈପ୍ଳବିକ ପରିବର୍ତ୍ତନ ଆସିଛି। ଏହା ସାହାଯ୍ୟରେ ବୈଜ୍ଞାନିକମାନେ ସମୁଦ୍ରର ଦୈନିକ ତାପମାତ୍ରା ମାପିବା ସହ ଭୂପୃଷ୍ଠର ଦୃଶ୍ୟ ମଧ୍ୟ ଦେଖିପାରୁଛନ୍ତି। ଏହା ସାହାଯ୍ୟରେ ବୈଜ୍ଞାନିକମାନେ ନିକଟରେ ଏକ ଅନୁସନ୍ଧାନ କରିଛନ୍ତି। ଏଥିରୁ ଜଣାପଡିଛି ଯେ, ସାମୁଦ୍ରିକ ତାପ ପ୍ରବାହ ଭୂପୃଷ୍ଠର ବହୁ ଦୂରକୁ ପ୍ରବେଶ କରେ, ବେଳେବେଳେ ଏହା ସମୁଦ୍ରର ଭୂପୃଷ୍ଠ ପଥରେ ପହଞ୍ଚେ।

ଏହି ଅଣ୍ଡର ୱାଟର ହିଟ୍ ୱେଭ୍ ବର୍ଷର ଯେକୌଣସି ସମୟରେ ଘଟିପାରେ। କିନ୍ତୁ ଗ୍ରୀଷ୍ମ ସମୟରେ ଯେତେବେଳେ ସମୁଦ୍ର ଅତ୍ୟଧିକ ଉତ୍ତାପରେ ଥାଏ, ସେତେବେଳେ ଏହା ବିନାଶକାରୀ ହୋଇଥାଏ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଗ୍ରୀନ୍ ହାଉସ୍ ଗ୍ୟାସ୍ ଦ୍ୱାରା ଟ୍ରାପ୍ ହୋଇଥିବା ୯୦%ରୁ ଅଧିକ ଉତ୍ତାପ ମହାସାଗର ଶୋଷି ନେଇଛି, ଯାହା ଦ୍ୱାରା ବିଶ୍ୱର ହାରାହାରି ସମୁଦ୍ର ତାପମାତ୍ରା ବୃଦ୍ଧି ପାଇଛି। ଚଳିତ ବର୍ଷ, ଏପ୍ରିଲ ପରଠାରୁ ବିଶ୍ୱ ସମୁଦ୍ରର ତାପମାତ୍ରା ସର୍ବାଧିକ ରେକର୍ଡ ହୋଇଛି।

ତାପମାତ୍ରାର ଏପରି ପରିବର୍ତ୍ତନ ସାମୁଦ୍ରିକ ଜୀବଙ୍କ ପ୍ରତି କ୍ଷତିକାରକ। ୨୦୨୧ ମସିହାରେ, ପଶ୍ଚିମ ଆମେରିକା ଏବଂ କାନାଡାର ଏକ ସାମୁଦ୍ରିକ ତାପ ପ୍ରବାହରେ ୧୦୦ କୋଟିରୁ ଅଧିକ ସମୁଦ୍ର ପ୍ରାଣୀ ମରିଯାଇଛନ୍ତି। ଏହା ଇକୋସିଷ୍ଟମକୁ ପ୍ରଭାବିତ କରିପାରେ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ତଥାପି ବୈଜ୍ଞାନିକମାନେ କହିଛନ୍ତି ଯେ, ସାମୁଦ୍ରିକ ଉତ୍ତାପ ବିଷୟରେ ଆମର ଅନୁସନ୍ଧାନ ସୀମିତ। ଏହା ଉପରେ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଛି।

ସାମୁଦ୍ରିକ ଉତ୍ତାପକୁ ରୋକିବା ପାଇଁ ଅଙ୍ଗାରକାମ୍ଳ ନିର୍ଗମନକୁ ଚେକ୍ ମେଟ୍ ଦେବାର ଆବଶ୍ୟକତା ରହିଛି। ଏହିପରି ଅନୁସନ୍ଧାନ ମତ୍ସ୍ୟଚାଷ ପରି ଶିଳ୍ପ ଉପରେ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥାଏ ବୋଲି ମତ ଦେଇଛନ୍ତି ବୈଜ୍ଞାନିକ। 

Related story