Advertisment

ବିରଳ ମହାଜାଗତିକ ଘଟଣା; ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବ ୬ ଗ୍ରହ

ଜୁନରେ ସୌରମଣ୍ଡଳରେ ଘଟିବ ମହାଜାଗତିକ ଘଟଣା।

author-image
Debibandita Barick
ଅଦ୍ୟତନ ହୋଇଛି
Planate Representative Image

Planate Representative Image

କିଛି ଦିନ ତଳେ ପୂର୍ଣ୍ଣ ସୂର୍ଯ୍ୟ ପରାଗର ବିରଳ ଦୃଶ୍ୟ ପରେ ସୌରମଣ୍ଡଳରେ ଆଉ ଏକ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ମହାକାଶ ବିଜ୍ଞାନୀଙ୍କ ଆନୁଧ୍ୟାନ ଅନୁସାରେ, ଜୁନରେ ସୌରମଣ୍ଡଳରେ ଏପରି ଏକ ମହାଜାଗତିକ ଘଟଣା ଘଟିବ, ଯେଉଁଥିରେ ଏକ ସାଙ୍ଗରେ ୬ଟି ଗ୍ରହ ଗୋଟିଏ ଧାଡ଼ିରେ ରହିଥିବା ଭଳି ଦୃଶ୍ୟମାନ ହେବ।

Advertisment

ଏହି ଘଟଣାକୁ ପ୍ଲାନେଟାରୀ ଆଲାଇନମେଣ୍ଟ କୁହାଯାଏ। ପ୍ଲାନେଟାରୀ ଆଲାଇନମେଣ୍ଟ ହେଉଛି ଏକ ଜ୍ୟୋତିର୍ବିଜ୍ଞାନିକ ଘଟଣା, ଯେତେବେଳେ ସୌର ପ୍ରଣାଳୀରେ ଅନେକ ଗ୍ରହର କକ୍ଷପଥ ସେମାନଙ୍କୁ ଏକ ସମୟରେ ସୂର୍ଯ୍ୟଙ୍କ ଏକ ସମାନ ପାର୍ଶ୍ୱକୁ ଆଣିଥାଏ ସେତେବେଳେ ପୃଥିବୀ ପୃଷ୍ଠରୁ ସେହି ଗ୍ରହମାନେ ଏକତ୍ରିତ ହେବା ପରି କିମ୍ବା ଗୋଟିଏ ସରଳରେଖାରେ ରହିବା ଭଳରି ଦେଖାଯାଏ।

ଜ୍ୟୋତିର୍ବିଜ୍ଞାନୀ ଭାଷାରେ ଏହି ଘଟଣାକୁ ପ୍ଲାନେଟାରୀ ଆଲାଇନମେଣ୍ଟ କୁହାଯାଏ। ସୌର ପ୍ରଣାଳୀରେ ଗ୍ରହମାନଙ୍କ ସ୍ଥିତିକୁ ବର୍ଣ୍ଣନା କରିବା ପାଇଁ ଏହି ଶବ୍ଦ ବ୍ୟବହାର ହୁଏ।

Advertisment

ମହାକାଶ ବିଜ୍ଞାନୀଙ୍କ କହିବା ଅନୁସାରେ, ଜୁନ ପ୍ରଥମ ସପ୍ତାହରେ ଏହି ମହାଜାଗତିକ ଘଟଣା ଘଟିପାରେ। ଏହି ଆଲାଏନ ସମୟରେ ବୁଧ, ମଙ୍ଗଳ, ବୃହସ୍ପତି, ଶନି, ୟୁରାନସ୍ ଏବଂ ନେପଚୁନ୍ ଗୋଟିଏ ଧାଡ଼ିରେ ରହିବା ଭଳି ଦେଖାଯିବ। କିନ୍ତୁ ପୃଥିବୀପୃଷ୍ଠରୁ ଦୂରତା କାରଣରୁ ସମସ୍ତ ଗ୍ରହକୁ ଖାଲି ଆଖିରେ ଦେଖିବା କଷ୍ଟକର ହୋଇପାରେ। 

କକ୍ଷପଥରେ ବୁଧ ଏବଂ ବୃହସ୍ପତି ସୂର୍ଯ୍ୟଙ୍କ ନିକଟ ଗ୍ରହ ହୋଇଥିବାରୁ ଏମାନଙ୍କୁ ଆକାଶରେ ଦେଖିବା କଷ୍ଟକର। କେବଳ ମଙ୍ଗଳ ଏବଂ ଶନିଙ୍କୁ ଖାଲି ଆଖିରେ ଦେଖିହେବ। ଯଦି ଟେଲିସ୍କୋପ୍ କିମ୍ବା ଉଚ୍ଚ-କାର୍ଯ୍ୟକ୍ଷମ ବାଇନୋକୁଲାର ବ୍ୟବହାର କରନ୍ତି, ତେବେ ୟୁରାନ୍ସ ଏବଂ ନେପଚୁନକୁ ମଧ୍ୟ ଦେଖିପାରିବେ। 

Solar System Parade Planets Planetary Alignment Six Planets Align