Advertisment

ବାୟୁ ପ୍ରଦୂଷଣକୁ କମ୍‌ କରିବାକୁ ପ୍ରଯୁକ୍ତି ଅପେକ୍ଷା ବୃକ୍ଷରୋପଣ ଶସ୍ତା ବିକଳ୍ପ

ନୂଆଦିଲ୍ଲୀ: ଭାରତୀୟ ବଂଶଦ୍ଭୋବ ଗବେଷକଙ୍କର ଏକ ନୂଆ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ନୂଆ ଟେକ୍ନୋଲୋଜି ଅପେକ୍ଷା ବୃକ୍ଷରୋପଣ ଶସ୍ତା ବିକଳ୍ପ ହୋଇପାରିବ। ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପତ୍ରିକାରେ ପ୍ରକାଶିତ ଏହି ଅନୁଧ୍ୟାନ ଅନୁଯାୟୀ ଯଦି ବିଭିନ୍ନ କଳକାରଖାନା ଓ ଅନ୍ୟ ପ୍ରଦୂଷଣ ସ୍ଥାନ ପାଖାପାଖି କିଛି ଗଛ ଲଗାଯିବ ତେବେ ବାୟୁ ପ୍ରଦୂଷଣ ପାଖାପାଖି ୨୭ ପ୍ରତିଶତ କମ୍‌ ହୋଇପାରିବା। ଗବେଷକମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ଯେ […]

ଅଦ୍ୟତନ ହୋଇଛି
ବାୟୁ ପ୍ରଦୂଷଣକୁ କମ୍‌ କରିବାକୁ ପ୍ରଯୁକ୍ତି ଅପେକ୍ଷା ବୃକ୍ଷରୋପଣ ଶସ୍ତା ବିକଳ୍ପ

plant

Advertisment

ନୂଆଦିଲ୍ଲୀ: ଭାରତୀୟ ବଂଶଦ୍ଭୋବ ଗବେଷକଙ୍କର ଏକ ନୂଆ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣକୁ କମ୍‌ କରିବା ପାଇଁ ନୂଆ ଟେକ୍ନୋଲୋଜି ଅପେକ୍ଷା ବୃକ୍ଷରୋପଣ ଶସ୍ତା ବିକଳ୍ପ ହୋଇପାରିବ।

Advertisment

ପରିବେଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପତ୍ରିକାରେ ପ୍ରକାଶିତ ଏହି ଅନୁଧ୍ୟାନ ଅନୁଯାୟୀ ଯଦି ବିଭିନ୍ନ କଳକାରଖାନା ଓ ଅନ୍ୟ ପ୍ରଦୂଷଣ ସ୍ଥାନ ପାଖାପାଖି କିଛି ଗଛ ଲଗାଯିବ ତେବେ ବାୟୁ ପ୍ରଦୂଷଣ ପାଖାପାଖି ୨୭ ପ୍ରତିଶତ କମ୍‌ ହୋଇପାରିବା। ଗବେଷକମାନେ ଅନୁଧ୍ୟାନରୁ ଜାଣିବାକୁ ପାଇଛନ୍ତି ଯେ ୭୫ ପ୍ରତିଶତ ଦେଶ ଏଥିରେ ଏକମତ ଯେ ବାୟୁ ପ୍ରଦୂଷଣକୁ କମ୍‌ କରିବା ଲାଗି ନୂଆ ନୂଆ ଟେକ୍ନୋଲୋଜିକାଲ ଉପକରଣ ଆବିଷ୍କାର କରିବା ଅପେକ୍ଷା ବୃକ୍ଷରୋପଣ କରିବା ବହୁତ ଶସ୍ତା ଓ ଭଲ ଉପାୟ।

ଓହିଓ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ଭାରତୀୟ ବଂଶଦ୍ଭୋବ ବୈଜ୍ଞାନିକ ଓ ଏହି ଅଧ୍ୟୟନର ମୁଖ୍ୟ ଲେଖକ ଭବିକ ବକ୍ସୀ କହିଛନ୍ତି, ‘ଏହା ସତ ଯେ ଜଣେ ଇଞ୍ଜିନିୟର ଭାବେ ଆମେ ପ୍ରକୃତି ବିଷୟରେ ଚିନ୍ତା କରି ନଥାଉ। ଆମେ କେବଳ ଟେକ୍ନୋଲୋଜିକୁ ସବୁକ୍ଷେତ୍ରରେ ବ୍ୟବହାର କରିବାରେ ହିଁ ବିଶେଷ ଧ୍ୟାନ ଦେଇଥାଉ।’

Advertisment

ସେ ଆହୁରି କହିଛନ୍ତି, ‘ସର୍ଭେରୁ ଜଣାପଡ଼ିଛି ଯେ ଆମକୁ ପ୍ରକୃତି ଉପରେ ଧ୍ୟାନ ଦେବାକୁ ହେବ ଏବଂ ଏହାର ସମ୍ମାନ କରିବା ଆବଶ୍ୟକ। ଅନେକ ସୁଯୋଗ ରହିଛି, ଯଦି ଆମେ ଏହି ଉପାୟକୁ ଆପଣେଇବା ତେବେ ପ୍ରଦୂଷଣକୁ ଶସ୍ତା ଓ ଭଲ ଉପାୟରେ ଦୂର କରିପାରିବା। ’

ବାୟୁ ପ୍ରଦୂଷଣ ଉପରେ ଗଛ ଓ ଛୋଟ ଛୋଟ ଗୁଳ୍ମର ପ୍ରଭାବ ଜାଣିବା ପାଇଁ ଗବେଷକମାନେ ୪୮ଟି ତଳିଆ ରାଜ୍ୟରେ ବାୟୁ ପ୍ରଦୂଷଣ ଓ ଉଦ୍ଭିଦରାଜିକୁ ନେଇ ସାର୍ବଜନିକ ଡାଟା ଏକତ୍ରିତ କରିଥିଲେ। ଏହାପରେ ସେମାନେ ଏଥିପାଇଁ ଅତିରିକ୍ତ ବୃକ୍ଷ ଯୋଡ଼ିଲେ କେତେ ଖର୍ଚ୍ଚ ହେବ ତାହା ହିସାବ କରିଥିଲେ।

ଗବେଷକମାନେ ପ୍ରଦୂଷଣ ରୋକିବା ଗବେଷଣାରେ ଗଛ ସହ ଘାସ ପଡ଼ିଆ ଓ ବୁଦା ଗୁଡ଼ିକୁ ମଧ୍ୟ ଯୋଡ଼ିଥିଲେ। ସେମାନେ ଏଗୁଡ଼ିକର ପ୍ରଭାବ ବାୟୁ ପ୍ରଦୂଷଣର ମୂଳ ଉପକରଣ ଯେପରିକି ସାଧାରଣ ପ୍ରଦୂଷକ, ସଲ୍‌ଫର୍‌ ଡାଇଅକ୍‌ସାଇଡ୍‌ ଓ ନାଇଟ୍ରୋଜେନ୍ ଅକ୍ସାଇଡ୍‌ ଉପରେ କେତେ ପଡ଼ିବ ସେ ବିଷୟରେ ରିସର୍ଚ କରିଥିଲେ। ଏଥିରୁ ଜଣା ପଡ଼ିଥିଲା ଯେ ଏସବୁ  ଆମ ପରିବେଶରେ ବାୟୁ ପ୍ରଦୂଷଣକୁ ୨୭ ପ୍ରତିଶତ କମାଇପାରିବ। ହେଲେ ଏହାର ପ୍ରଭାବ ଓଜନ ଲେୟାର ଉପରେ ପଡ଼ିବ କି ନାହିଁ ସେ ବିଷୟରେ କିଛି କହି ନାହାନ୍ତି।

ତେବେ ଗବେଷକ ବକ୍ସୀଙ୍କ ଅନୁଯାୟୀ ସହର ଓ ଗ୍ରାମାଞ୍ଚଳରେ ବୃକ୍ଷ ରୋପଣ ଦ୍ୱାରା ବାୟୁ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକାଯାଇପାରିବ। ହେଲେ ଏହା ନିର୍ଭର କରେ ଯେ କେଉଁ ଅଞ୍ଚଳରେ ଗଛ ଲଗାଇବା ପାଇଁ କେତେ ଖାଲି ସ୍ଥାନ ରହିଛି ଓ ସେଠାକାର ବାୟୁର ବର୍ତ୍ତମାନର କ୍ୱାଲିଟି କ’ଣ।

ଗବେଷକଙ୍କ ଅନୁଯାୟୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆମକୁ ପ୍ରଥମେ ପ୍ରକୃତି ଉପରେ ଧ୍ୟାନ ଦେବାକୁ ହେବ। ଏବଂ ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାକୁ ଇଞ୍ଜିନିୟର ଓ ବିଲ୍ଡରମାନଙ୍କୁ ଟେକ୍ନୋଲୋଜି ସହ ଏହି ପ୍ରାକୃତିକ ଉପାୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe